ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସ କୋଠା ଭୁଷୁଡ଼ିଲା, ଅଳ୍ପକେ ବର୍ତ୍ତୀଲେ ବହୁଛାତ୍ରୀ

Spread the love

ବ୍ରହ୍ମପୁର: ୨୫/୭ (ସନ୍ଧାନ ନିୟୁଜ ) ଭଞ୍ଜବିହାର ପରିସରରେ ଥିବା ସାବେରୀ ଛାତ୍ରୀ ନିବାସରେ ଆଜି ଏକ ଅଘଟଣ ହୋଇ ଛାତ ଭୁଷୁଡି ପଡିଛି। ସେହି ନିବାସରେ ଛାତ୍ରୀ ମାନେ ରହିଥିଲେ ତେବେ କେହି ମୁତାହତ ହୋଇନହାନ୍ତି।

ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସର ୬ଟି କୋଠରୀର ଛାତ ଭୁଷୁଡି ପଡିଛି। ସାବେରୀ ଛାତ୍ରୀ ନିବାସରେ ଏହି ଅଘଟଣ ହେବା ବେଳେ ବଡ଼ ଧରଣର ଶବ୍ଦ ରେ ଛାତ୍ରୀମାନେ ଭୟଭୀତ ହୋଇଥିଲେ। ସୌଭାଗ୍ୟକ୍ରମେ ଏହି ଅଘଟଣରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି। ଏକ ବଡ ବିପର୍ଯ୍ୟୟରୁ ଛାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଅଘଟଣ ପରେ ଛାତ୍ରୀମାନଙ୍କୁ ଅନ୍ୟ ଏକ ହଷ୍ଟେଲକୁ ସ୍ଥାନାନ୍ତର କରାଯାଇଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ହଷ୍ଟେଲକୁ ବିପଦଜ୍ଜନକ ଘୋଷଣା କରିଛନ୍ତି। କିଛି ବର୍ଷ ପୂର୍ବେ ଏହି ଛାତ୍ରୀ ନିବାସକୁ ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଖୋଲା ଯାଇଥିଲା। ନିମ୍ନ ମାନର କାର୍ଯ୍ୟ ଏବଂ ଆବଶ୍ୟକୀୟ ରକ୍ଷଣାବେକ୍ଷଣ ଅଭାବରୁ ବିଶ୍ୱବିଦ୍ୟାଳୟରେ ଏହି ଅଘଟଣ ହୋଇଥିବା ଅଭିଯୋଗ ହୋଇଛି। ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଭଞ୍ଜବିହାର ର ଅନ୍ୟାନ୍ୟ କୋଠର ସ୍ଥିତାଵସ୍ଥାର ସବିଶେଷ ରିପୋର୍ଟ ଦେବାକୁ ସମ୍ପୁକ୍ତ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Report- Santosh Rout

Related Posts

About The Author

Add Comment