ବିଶ୍ୱବିଦ୍ୟାଳୟରେ ସୁରକ୍ଷାକୁ ନେଇ କୁଳସଚିବ ରଞ୍ଜନ ବିଶ୍ୱାଳ ଓ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସଙ୍କୁ ଅଣ ଶିକ୍ଷକ କର୍ମଚାରୀମାନେ ସୋମବାର ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ା
ମିଳିଥିବା ସୂଚନାନୁଯାାୟୀ, ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବାଳକ ହଷ୍ଟେଲ-୨ ତଥା ବଂଶଧାରା ହଷ୍ଟେଲରେ ଶୁକ୍ରବାର କେତେକ ଅନ୍ତେବାସୀ ବିଭିନ୍ନ ସମସ୍ୟା ସମାଧାନ କରିବା ଦାବିରେ ସେଠାରେ କାର୍ଯ୍ୟରତ ପିଅନ ଗଦାଧର କଅଁରଙ୍କୁ ଖୁଣ୍ଟରେ ଦଉଡିରେ ବାନ୍ଧି ଦେଇଥିଲେ ା ଗଦାଧରଙ୍କୁ ବାନ୍ଧିବା ଅବସ୍ଥାରେ ଭିଡିଓ କରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପଠାଇଥିଲେ ା ଏନେଇ ଗଦାଧର ଫୋନ ଯୋଗେ ହଷ୍ଟେଲ ୱାର୍ଡେନଙ୍କୁ ଜଣାଇବା ପରେ ୱାର୍ଡନ ପ୍ରଫେସର ଭାଗୀରଥି ପାଣିଗ୍ରାହୀ ପହଞ୍ଚି ହଷ୍ଟେଲ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ସହ ଗଦାଧରଙ୍କୁ ମୁକୁଳାଇଥିଲେ ା କିନ୍ତୁ ଏନେଇ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ଅଜ୍ଞ ଥିବା କହିଛନ୍ତି ା
ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଅଣଶିକ୍ଷକ କର୍ମଚାରୀଙ୍କ ଅଭିଯୋଗ ପତ୍ର ପ୍ରଦାନ ପରେ କୁଳପତି ହଷ୍ଟେଲର ସୁପରିଣ୍ଟେଣ୍ଡେଣ୍ଟ ଓ ୱାର୍ଡେନଙ୍କ ସହ ଆଲୋଚନା କରିଥିବା ଜଣାପଡିଛି ା
ତେବେ ଦୀର୍ଘଦିନ ଧରି ହଷ୍ଟେଲଗୁଡିକରେ ଲାଗି ରହିଥିବା ବହୁ ସମସ୍ୟାର ସମାଧାନ କରିବାକୁ ଅନ୍ତେବାସୀ ଦାବି କରୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନ ଥିବାରୁ ଛାତ୍ରମାନେ ଏଭଳି କରିଥିବା ନେଇ ଚର୍ଚ୍ଚା ହେଉଛି ା
ଅନ୍ୟପକ୍ଷରେ କେତେକ ଅନ୍ତେବାସୀ ମଉଜ ପାଇଁ ଏଭଳି ଘଟଣା ଘଟାଇଥିବା ମଧ୍ୟ ଶୁଣିବାକୁ ମିଳୁଛି ା ଅପରପକ୍ଷରେ ବାରମ୍ବାର କ୍ୟାମ୍ପସରେ ହିଂସା ଓ ଅପ୍ରୀତିକର ପରିସ୍ଥିିତି ସୃଷ୍ଟିହୋଇଛି