ବୋଲ ମାନୁନି ନାଁ କରୋନା, ,ନାଁ ଲୋକ : ରାଉରକେଲାରେ ସବୁ ନିୟମ ହୁଗୁଳା!

Spread the love

ରାଉରକେଲା,୧୩/୦୬ (ସନ୍ଧାନ ନିଉଜ) : ସାରା ବିଶ୍ୱ ସମେତ ଦେଶ, ରାଜ୍ୟ, ସହର, ଗାଁ, ଗଣ୍ଡା ଏବେ କରୋନା ରୂପୀ କାଳ ରାକ୍ଷସର କବଳରେ । ମାତ୍ର ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀରେ କରୋନା କଟକଣା ଯେମତି ଚୁଲିକୁ ଗଲାଣି! ଅପରପକ୍ଷରେ ଏହି ଅଂଚଳରେ ଧିରେ ଧିରେ ପୁଲିସିଆ ନିୟମ ମଧ୍ୟ ହୁଗୁଳା ହୋଇ ପଡ଼ିଥିବା ସ୍ପଷ୍ଟ ରୂପେ ବାରି ହୋଇ ପଡୁଛି । ସାରନଗରୀରେ ଖୋଲିଲାଣି ମାଳମାଳ ଗୁପଚୁପ ଷ୍ଟଲ । କରୋନାକୁ ନାଁ ବେପାରୀ ଡରୁଛନ୍ତି ନାଁ ଗ୍ରାହକ । ସାମାଜିକ ଦୂରତାକୁ ମଧ୍ୟ ପାସୋରି ଗଲେଣି ଲୋକେ । ଏଠାରେ ଥିବା କିଛି ହୋଟେଲରେ ପୂର୍ବରୁ ପାର୍ସଲ ଖାଦ୍ୟ ଗ୍ରାହକଙ୍କୁ ଦିଆଯାଉଥିବା ବେଳେ, ବର୍ତମାନ ଲୋକେ ବିଭିନ୍ନ ଚାଉମିନ ଷ୍ଟଲ, ଛୋଟ ଜଳଖିଆ ଠେଲାରେ ଖାଉଥିବା ପରିଲିକ୍ଷିତ ହେଉଛି । ଯଦିଓ କରୋନାକୁ ମୁକାବିଲା କରିବାକୁ ପୁଲିସ ଓ ପ୍ରଶାସନ ଶତ ଚେଷ୍ଟା ଜାରି ରଖିଛି, ତଥାପି ଅମାନିଆ ମାନେ ଏସବୁ ମାନିବାକୁ ମୁହଁ ମୋଡି ଦେଲେଣି । ପ୍ରାତଃ ଓ ସଂଧ୍ୟା ସମୟରେ ଚାଲିଛି ରାସ୍ତା ଉପରେ ଭ୍ରମଣ । ସାରନଗରୀରେ ବିନା ମାସ୍କରେ ପଥଚାରୀ ଯାତ୍ରା କରୁଥିବା ବେଳେ, ବିଭିନ୍ନ ପଡ଼ିଆ, ଷ୍ଟାଡ଼ିୟମ ଓ ଗଳିକନ୍ଦିରେ ଚାଲିଛି କ୍ରିକେଟ ଖେଳ । କେବଳ ପୁଲିସ ନାଲିବତୀ ପିସିଆର ଭ୍ୟାନକୁ ଦେଖିଲେ, କିଛି କ୍ଷଣ ପାଇଁ ଖେଳାଳୀ ମାନେ ଛପି ଯିବା ପରେ ପୁଣି ଯେସାକୁ ତେସା, ଯାହାକି କରେନାର ସାମାଜିକ ସଂକ୍ରମଣ ପାଇଁ ବାଟ ପରିଷ୍କାର କରୁଛି କହିଲେ ବୋଧେ ଭୁଲ ହେବ ନାହିଁ ।
ଅପରପକ୍ଷରେ, କରୋନାକୁ ଦୃଷ୍ଟିରେ ରଖି ସାରନଗରୀର ଅନେକ ସ୍କୁଲ, କଲେଜ, ଘରୋଇ କୋଚିଙ୍ଗ ସେଂଟରରେ ତାଲା ଝୁଲିବା ଦେଖିବାକୁ ମିଳିଛି । ମନ୍ଦିର ଗୁଡ଼ିକ ପ୍ରାୟତଃ ଭକ୍ତଶୂନ୍ୟ ହୋଇ ପଡ଼ିଥିବା ବେଳେ, କେବଳ ଯାହା ମନ୍ଦିରର ଘଂଟି ଶ୍ରଦ୍ଧାଳୁ ମାନଙ୍କୁ କିଛି ମାତ୍ରାରେ ଆଧ୍ୟାତ୍ମିକ ଆଶ୍ୱସ୍ତି ପ୍ରଦାନ କରୁଛି ।ପରୋକ୍ଷରେ ରତି ପାହିବା ମାତ୍ରେ ବିଭିନ୍ନ ଦେଶୀ ଭାଟି ଓ ରାସ୍ତା ପାଶ୍ୱର୍ସ୍ତ ଢାବା ଗୁଡ଼ିକରେ ଅସମ୍ଭବ ଭିଡ଼ ରାତ୍ର ୧୦ଟା ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି ।  ରାତ୍ର ୭ଟା ପରେ ପୁଲିସ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରିଥିବା ବେଳେ, ସାରନଗରୀର ପ୍ରାୟ ସମସ୍ତ ଛକରେ ଜମୁଛି  ଅମାନିଆ ରୋଡ଼ ରୋମିଓଙ୍କ ଭିଡ଼, ଯାହାକି କରୋନା ପାଇଁ ଧିରେ ଧିରେ  ରାସ୍ତା ସଫା କରିବାରେ ଲାଗିଛି! ଏପରିସ୍ଥଳେ ଅଂଚଳର ବୁଦ୍ଧିଜିବୀ, ସମାଜସେବୀ, ସାମାଜିକ କର୍ମୀ ମାନେ ଏକଜୁଟ ହୋଇ କରୋନା ବିପକ୍ଷରେ ପ୍ରତ୍ୟକ୍ଷ ଯୁ୍‌ଦ୍ଧ କରି ବିପୁଳ ଜନସଚେତନତା କରିବାର ସମୟ ଆସିଛି   ବୋଲି ମତପ୍ରକାଶ ପାଇଛି ।

Related Posts

About The Author

Add Comment