ବୋମାମାଡ଼ କରି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ: ଆକ୍ରମଣରେ ଜଣେ ଗୁରୁତର
ବୋମାମାଡ଼ କରି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ: ଆକ୍ରମଣରେ ଜଣେ ଗୁରୁତର
Manas Kumar Rout |
May 12, 2019 |
ଖୋର୍ଦ୍ଧା, ୧୨/୫ (ସନ୍ଧାନ ନିୟୁଜ): ବୋମାମାଡ଼ କରି ଲୁଟ୍। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗେଡ଼ଇାପାଲି-ଗୋବିନ୍ଦପୁର ରାସ୍ତାରେ ଏହି ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଘରୋଇ କମ୍ପାନି କର୍ମଚାରୀମାନେ ଟଙ୍କା ନେଇ ଆସୁଥିବା ବେଳେ ୩ଟି ମୋଟର ସାଇକଲରେ ଆସି ବୋମାମାଡ଼ କରିଥିଲେ ୭ ଜଣ ଦୁର୍ବୃତ୍ତ।ଏହା ପରେ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ରଖି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ ସେମାନେ। ବୋମାମାଡ଼ରେ ଡ୍ରାଇଭର ଗୁରୁତର ହୋଇଛନ୍ତି। ତାଙ୍କୁ ଖୋର୍ଦ୍ଧାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଏତଲା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି ।
Related Posts
About The Author