ବୈଷ୍ଣବ ଚରଣ ଜେନାଙ୍କ ସ୍ମୃତୀଚାରଣ ସଭା ଅନୁଷ୍ଟିତ

Spread the love

ଯାଜପୁର ସଦର ୨୭/୦୨ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଞ୍ଚାୟତ ଜୟସିଂହଡ଼ା ଗ୍ରାମର ସରକାରୀ ଅବସରପ୍ରାପ୍ତ କର୍ମଚାରୀଙ୍କ ବିୟୋଗରେ ଏକାଦଶାହ ଅବସରରେ ତାଙ୍କ ନିଜ ଗ୍ରାମ ଜୟସିଂହଡ଼ା ତାଙ୍କ ବାସଭବନ ପରିଶରରେ ସ୍ମୃତୀଚାରଣ ସଭା ଅନୁଷ୍ଟିତ କରାଯାଇଥିଲା । ଶ୍ରୀ ଜେନାଙ୍କ ସ୍ମୃତୀକୁ ମନେପକାଇବା ପାଇଁ ହରେକୃଷ୍ଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଟିତ କରାଯାଇଥିଲା । ଏହି ସ୍ମୃତୀଚାରଣ ସଭାରେ ଗୋକର୍ଣ୍ଣିକା ସାହିତ୍ୟ ସଂସଦର ସାହିତ୍ୟ ସମ୍ପାଦକ ଓ ସାମ୍ବାଦିକ ରମାକାନ୍ତ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଜେନାଙ୍କ ସ୍ମୃତୀଚାରଣ କରିବା ସହିତ ବୈଷ୍ଣବ ବାବୁଙ୍କ ସହିତ ଦିର୍ଘ ଦିନର ସମ୍ପର୍କ ରହିଥିବା ବେଳେ, ଧାନମଣ୍ଡଳ ତହସିଲରେ କିରାଣୀ ଭାବେ କାର୍ଯ୍ୟ କରୁଥିବା ବେଳେ, ଶ୍ରୀ ଜେନାଙ୍କ ସହିତ ମୋର ଦେଖା ହୋଇଥିଲା ବୋଲି ଶ୍ରୀଯୁକ୍ତ ରମାକାନ୍ତ ଜେନା ତାଙ୍କ ବକ୍ତବ୍ୟରେ କହିଥିଲେ । ସମ୍ମାନୀୟ ଅତିଥି ବ୍ରହ୍ମବରଦା +୩ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମହେଶ୍ୱର ପାଢ଼ୀ ଯୋଗଦେଇ ବୈଷ୍ଣବ ଜେନାଙ୍କ ସ୍ମୃତୀଚାରଣ ସଭାରେ ଯୋଗଦେବା ସହିତ ଶ୍ରୀ ପାଢ଼ୀ କହିଲେ ବୈଷ୍ଣବ ଚରଣ ଜେନା ଥିଲେ ଜଣେ କର୍ମବୀର ଏବଂ ଜଣେ ଭଲ ମଣିଷ ବୋଲି ଶ୍ରୀ ପାଢ଼ୀ ତାଙ୍କ ବକ୍ତବ୍ୟରେ କହିବା ସହିତ କବିତା ମାଧ୍ୟମରେ ସ୍ମୃତୀଚାରଣ କରିଥିଲେ । ମୁଖ୍ୟବକ୍ତା ଭାବେ ବନ୍ଧଡିହ ବିଶିଷ୍ଠ ଶିକ୍ଷାବିତ୍ ଅବସରପ୍ରାପ୍ତ କୋତପୁର ହାସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ୱନାଥ ସ୍ୱାଇଁ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଲେ ବୈଷ୍ଣବ ଜେନା ଥିଲେ ଜଣେ ମେଳାପି ମଣିଷ । ଭଗବତରୁ ଶ୍ରୀ ସ୍ୱାଇଁ ବ୍ୟାକ୍ଷା କରିବା ସହିତ ମତ୍ତ୍ୟମଣ୍ଡଳେ ଦେହ ବହି ମଣିଷ ହୋଇଲେ ମରଇ ଶ୍ରୀ ସ୍ୱାଇଁ ତାଙ୍କ ବକ୍ତବ୍ୟରେ କହିଥିଲେ । ଅନ୍ୟତମ ଅତିଥି ଅଧ୍ୟାପକ ବିଜୟ ନାୟକ ଯୋଗଦେଇଥିଲେ । ସୂର୍ଯ୍ୟାସ୍ତର ସମ୍ପାଦକ ବିବେକାନନ୍ଦ ରାୟ ଯୋଗଦେଇଥିବା ବେଳେ, ଶିକ୍ଷାବିତ୍ ବିଶ୍ୱନାଥ ସ୍ୱାଇଁ, କିଶୋର ଚନ୍ଦ୍ର ଜେନା, କୁଞ୍ଜବିହାରୀ ରାୟ, ଧିରେନ୍ଦ୍ର ବଳିଆରସିଂମହାପାତ୍ର ଗିତାପାଠ କରିଥିଲେ । ବିନୋଦ ସାମଲ ଯୋଗଦେଇଥିବା ବେଳେ, ସାମ୍ବାଦିକ ଗୋପିନାଥ ଦାଶ, ରତିକାନ୍ତ ଜେନା, ସାମ୍ବାଦିକ ବିବେକା ରାୟ, ରମାକାନ୍ତ ଜେନା ଯୋଗଦେଇଥିଲେ । ଏହି ସ୍ମୃତୀଚାରଣ ସଭାରେ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ବନ୍ଧଡିହ ହାଇସ୍କୁଲ ପୂର୍ବତନ ପ୍ରଧାନ ଶିକ୍ଷକ ଯଶୋବନ୍ତ ଲେଙ୍କା ଯୋଗଦେଇଥିଲେ ।

Related Posts

About The Author

Add Comment