ବୈପାରିଗୁଡା ସ୍ଥିତ ହନୁମାନ ନଗର ରାସ୍ତା ଶୋଚନୀୟ
ବୈପାରିଗୁଡା ୧୮/୭ (ସନ୍ଧାନ ନିୟୁଜ ) କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଳକ ଅନ୍ତର୍ଗତ ବୈପାରିଗୁଡା ପଞ୍ଚାୟତ ର ସଦର ମହକୁମା ସ୍ଥିତ ହନୁମାନ ନଗର ର ରାସ୍ତା ପୁରା ଶୋଚନୀୟ ହୋଇପଡିଛି ।ଏହି ରାସ୍ତା ଦେଇ ବ୍ଲକ ର ଦଶମନ୍ତପୁର,ମାଝୀଗୁଡା, କୋଲାର ଏବଂ ବୈପାରିଗୁଡା ପଞ୍ଚାୟତ ର ବିଭିନ୍ନ ଗ୍ରାମକୁ ଯିବା ଆସିବା କରିବା କଷ୍ଟକର ହୋଇପଡିଛି ।ଉକ୍ତ ରାସ୍ତା ପ୍ରାୟ ଏକ କିଲୋମିଟର ସାମାନ୍ୟ ବର୍ଷା ହେଲେ କାଦୁଅ ହେଉଛି । ରାସ୍ତାରେ ବାଇକ ବା ଚାଲିଯିବାକୁ ସମ୍ଭବ ହୁଏ ନାହିଁ ।ରାସ୍ତା ମରାମତି ପାଇଁ ହନୁମାନ ନଗରବାସୀ ବାରମ୍ବାର ଦାବୀ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।ଏହି ରାସ୍ତାରେ ବର୍ଷା ଦିନରେ ୧୦୨ କିମ୍ବା ୧୦୮ ଆମ୍ବୁଲାନ୍ସ ଯିବା ଆସିବା କରିବା ମଧ୍ୟ କଷ୍ଟକର ହୋଇପଡିଛି ।ଏହି ଶୋଚନୀୟ ରାସ୍ତା ଉପରେ ବୈପାରିଗୁଡା ବିଡ଼ିଓ ଶ୍ରୀଯୁକ୍ତ ରଜନୀକାନ୍ତ ଦାସ ଙ୍କୁ ପଚାରିବାରୁ ଯଥା ଶୀଘ୍ର ଏହି ରାସ୍ତା ର ମରାମତି କରାଯିବ ବୋଲି ପ୍ରକାଶ କରିଛନ୍ତି ତେବେ ଏହି ରାସ୍ତା କେବେ ମରାମତି କରାଯିବ ତାହା ଏବେ ଦେଖିବା ବାକି ରହିଲା ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।
Related Posts
About The Author