ବୈପାରିଗୁଡା ବ୍ଲକ ର ବିଭିନ୍ନ ସ୍ଥାନରେ ସହୀଦ ଲକ୍ଷଣ ନାୟକ ଙ୍କ ସହୀଦ ଦିବସ ପାଳିତ

Spread the love

ବୈପାରିଗୁଡା,୨୯/୩ (ସନ୍ଧାନ ନିୟୁଜ ) – କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ର ବିଭିନ୍ନ ସ୍ଥାନରେ ସହୀଦ ଲକ୍ଷଣ ନାୟକ ଙ୍କ ସହୀଦ ଦିବସ ପାଳିତ ହୋଇଯାଇଛି ।ବୈପାରିଗୁଡା ସ୍ଥିତ ପଞ୍ଚୟତ କାର୍ଯ୍ୟାଳୟ ଠାରେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଭାଗୀରଥି ମୁର୍ଜିଆ ଙ୍କ ନେତୃତ୍ୱରେ ଯୋଗାଣ ସହାୟକ ମଧୁସୂଦନ ରାଉତ,ଡିଗ୍ରୀ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ବୈପାରିଗୁଡା ଗ୍ରାମବାସୀ ଉପସ୍ଥିତ ରହି ପାଳନ କରିଥିଲେ ।ସେହିପରି ସ୍ଥାନୀୟ ସହୀଦ ଲକ୍ଷଣ ନାୟକ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସ୍ୱାଧିନତା ସଂଗ୍ରାମୀ ତଥା ଏ ମାଟିର ବରପୁତ୍ର ଓ ଲଢୁଆ ଆଦିବାସୀ ନେତା ଲକ୍ଷଣ ନାୟକଙ୍କ ୭୭ ତମ ଶହୀଦ୍ ଦିବସ ପାଳିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ମନୋଜ ମହାପାତ୍ର ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ସ୍ନେହଲତା ପଟ୍ଟନାୟକ, ଅଧ୍ୟାପିକା ମୌସୁମୀ ମହାନ୍ତି, ଅଧ୍ୟାପିକା ମାନସୀ ଆଚାର୍ଯ୍ୟ, ଅଧ୍ୟାପିକା ଜ୍ୟୋତି ପାଢ଼ୀ,କିରାଣୀ କ୍ଷୀରୋଦ ପାଇକ ଙ୍କ ସହ ମହାବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।ସେହିପରି କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ସହୀଦ ଲକ୍ଷଣ ନାୟକ ଙ୍କ ଜନ୍ମ ମାଟି ଅଥବା ଜନ୍ମ ସ୍ଥାନ ତେନ୍ତୁଳିଗୁମ୍ମା ଠାରେ ମଧ୍ୟ ବୈପାରିଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ବହୁଆଡମ୍ବର ରେ ସହୀଦ ଲକ୍ଷଣ ନାୟକ ଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ବୈପାରିଗୁଡା ବିଡ଼ିଓ ଶ୍ରୀଯୁକ୍ତ ରଜନୀକାନ୍ତ ଦାସ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରୁ ତେନ୍ତୁଳିଗୁମ୍ମା ପି.ଇ.ଓ – ଅରୂପ ବେନିଆ, ଜି.ଆର.ଏସ – ଅବିନାଶ ପାତ୍ର, ସ୍ଥାନୀୟ ସରପଞ୍ଚ ବୁଦ୍ରା ନୟକ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତ୍ରିଲୋଚନ ଜେନା,ସ୍ଥାନୀୟ ବିଏସଏଫ ଯବାନ ଙ୍କ ସମେତ ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷକ, ଏବଂ ଶତାଧିକ ଛାତ୍ର ଛାତ୍ରୀ ଏବଂ ଗ୍ରାମବାସୀ ଉପସ୍ଥିତ ରହି ବହୁଆଡମ୍ବର ରେ ପାଳନ କରିଛନ୍ତି ।ସ୍ଥାନୀୟ ବିଦ୍ୟାଳୟ ଛାତ୍ର ଛାତ୍ରୀମାନେ ଯୋଗଦେଇ ଲକ୍ଷଣ ନାୟକ ଅମର ରହେ ଧ୍ୱନି ଦେବା ସହ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

 

ରିପୋର୍ଟ – ସରୋଜ କୁମାର ଲେଙ୍କା

Related Posts

About The Author

Add Comment