କୋରାପୁଟ/ବୈପାରିଗୁଡା,୧୨/୨(ସନ୍ଧାନ ନିୟୁଜ) କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ “ମୋ ପରିବାର ଭାଜପା ପରିବାର” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମଟି ଆଜିଠାରୁ ଆରମ୍ଭ ହୋଇ ଚଳିତ ମାସ ତା – ୧୫/୦୨/୧୯ରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।ଏହି କାର୍ଯ୍ୟକ୍ରମ ରେ ଆଜି ପ୍ରଥମେ ବୈପାରିଗୁଡା ମଣ୍ଡଳ ସଭାପତି ଏନ. ହରି ପ୍ରସାଦ ଙ୍କ ଘରେ ପତାକା ଲଗାଇ ଶୁଭାରମ୍ଭ କରାଯାଇଥିଲା ।ପରେ ପରେ ସମସ୍ତ ଭାଜପା କର୍ମୀ ଙ୍କ ଘରେ ଘରେ ମଧ୍ୟ ପତାକା ଲଗାଯାଇଥିବା ଦେଖିବାକୁ ମିଳିଥିଲା ।ଉକ୍ତ କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଏନ. ହରି ପ୍ରସାଦ, ଜିଲ୍ଲା ଓବିସି ମୋର୍ଚ୍ଚା ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ନାୟକ, ମଣ୍ଡଳ ସାଧାରଣ ସମ୍ପାଦକ ମକର ମାଳି, କୋଟପାଡ ନିର୍ବାଚନ ମଣ୍ଡଳୀ ର ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଖଗେଶ୍ବର ପୂଜାରୀ, ବୈପାରିଗୁଡା ପଞ୍ଚୟତ ସଭାପତି ରାଜେନ୍ଦ୍ର ଗୌଡ଼, କୈଳାସ ନାୟକ, ରାଜ୍ୟ ମିଡ଼ିଆ ସେଲ ସଦସ୍ୟ ସରୋଜ କୁମାର ଲେଙ୍କା ଙ୍କ ସମେତ ଶତାଧିକ ଭାଜପା କର୍ମୀ ଉପସ୍ଥିତ ଥିଲେ ।
ରିପୋର୍ଟ – ସରୋଜ କୁମାର ଲେଙ୍କା । ବୈପାରିଗୁଡା