ବୈପାରିଗୁଡା, ୨୮/୬ (ସନ୍ଧାନ ନିଉଜ) : – କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ସଦର ପଞ୍ଚାୟତ ରେ ରହିଥିବା ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷଣ ସମୃଦ୍ଧିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଭାଗିରଥି ମୁର୍ଜିଆ ଯୋଗୋଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ନବୀନ ଲିମା ଏବଂ ଆଞ୍ଚଳିକ ସାଧନ ସଂଯୋଜକ ଶ୍ରୀଯୁକ୍ତ ସାଇ ଭାସ୍କର ପଟ୍ଟନାୟକ ଯୋଗଦାନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ରେ ଅଧ୍ୟାୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ଙ୍କୁ ଶିକ୍ଷଣ ସମୃଦ୍ଧିକରଣ ଉପରେ ସଚେତନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରଶ୍ମିରେଖା ଖିଲାଡ଼ି ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ଶିକ୍ଷକ ଲକ୍ଷ୍ମୀନାରାୟଣ ଖାଡଙ୍ଗା, ଶିକ୍ଷୟିତ୍ରୀ ସଂଘମିତ୍ରା ଭୋଇ,ସୁଜାତା ପଣ୍ଡା, ମାଲେଶ୍ବରୀ ପଣ୍ଡା,ଜ୍ୟୋତି ମିଶ୍ର, ସୌଭାଗ୍ୟବତୀ ମିଶ୍ର,ସଂଗୀତା ପାଣିଗ୍ରାହୀ, ତାଇମତି ନନ୍ଦିବାଲି,ସୁଭଦ୍ରା ସ୍ୱାଇଁ, ଶୁଭଶ୍ରୀ ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।