ବୈପାରିଗୁଡା: ବିଦ୍ୟାଳୟ ପାଲଟିଛି ମଦୁଆଙ୍କ ଆଡ୍ଡାସ୍ଥଳୀ

Spread the love

ବୈପାରିଗୁଡା – ୧୨/୭ (ସନ୍ଧାନ ନିୟୁଜ ) କୋରାପୁଟ ଜିଲ୍ଲାର ବୈପାରିଗୁଡା ଶିକ୍ଷା ବିଭାଗ ଅଧିନରେ ଥିବା କେ. ଭାଲୁଗୁଡ଼ା ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗେଟ ଏବଂ ପାଚେରୀ ନ ଥିବା ଯୋଗୁଁ ସନ୍ଧ୍ୟା ସମୟରେ ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟି ଥିବା ଜଣାପଡ଼ିଛି ।ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ର ଦେଶୀ ଏବଂ ବିଦେଶୀ ମଦ ବୋତଲ ପଡିଥିବାର ଦେଖି ବିଦ୍ୟାଳୟ ର ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ଚିନ୍ତାର କାରଣ ପାଲଟିଛି।ଏହି ବିଦ୍ୟାଳୟ ରେ ସନ୍ଧ୍ୟାରୁ ଆରମ୍ଭ କରି ବିଳମ୍ବିତ ରାତ୍ରୀ ଯାଏଁ ମତୁଆଲା ହୋଇ ଉଠନ୍ତି ତଥା କଥିତ ମଦୁଆ ଗୋଷ୍ଠି । ଏଠି ଦେଶୀ ଠାରୁ ବିଦେଶୀ ମଦ ସହିତ ନିଶା କାରବାରର ଆସର ଜମି ଥିବା ଜଣାପଡ଼ିଛି ।ଫଳରେ ଏହି ବିଦ୍ୟାଳୟ ପରିସରରେ କୁଢ଼ କୁଢ଼ ମଦବୋତଲ ଓ ମଦ ପାଉଚ ଏଣେତେଣେ ପଡି ରହିଥିବା ଦେଖି ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment