ବୈପାରିଗୁଡା, ୭/୫ (ସନ୍ଧାନ ନିୟୁଜ) – ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କିରାଣି ଲାଞ୍ଚ ମାଗୁଥିବା ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି ।କୋରାପୁଟ ଜିଲ୍ଲାର ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଏକ ଜନୈକ କିରାଣି ଦରମା ଏବଂ ଅନ୍ୟ କାର୍ଯ୍ୟ କରାଇଦେବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀମାନଙ୍କ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ବହୁ ଚର୍ଚ୍ଚାର ବିଷୟ ପାଲଟିଛି ଯାହା ଦ୍ୱାରା କି ବର୍ତ୍ତମାନ ଜିଲ୍ଲା ସ୍ତରୀୟ ମେଡ଼ିକାଲ ଅଫିସର ମାନେ ତଦନ୍ତ ଆରମ୍ଭ କରିଦେଇଥିବା ଜଣାପଡ଼ିଛି ।ସୂଚନା ରୁ ପ୍ରକାଶ ଯେ,ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କିରାଣି ଶ୍ରୀଧର ହୋତା କର୍ମଚାରୀମାନଙ୍କ ଦରମା ସହ ଅନାନ୍ୟ କାର୍ଯ୍ୟ କରିବା ପାଇଁ ଲାଞ୍ଚ ମାଗୁଛନ୍ତି ।ଏମିତି କି ଲାଞ୍ଚ ଦେବା ପାଇଁ ମଧ୍ୟ ବାଧ୍ୟ କରୁଛନ୍ତି ।ଲାଞ୍ଚ ଦେଉ ନ ଥିବା କର୍ମଚାରୀ ଙ୍କ କୌଣସି କାର୍ଯ୍ୟ କରୁନାହାନ୍ତି ।ଚଳିତ ବର୍ଷ ମାର୍ଚ୍ଚ ମାସରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ମାନଙ୍କ ଦରମା ସହ ବିଭିନ୍ନ ବିଲ କରିବା ପାଇଁ କିରାଣି ଶ୍ରୀ ହୋତା ମୋଟ ଅର୍ଥ ରାଶିର ୫୦ପ୍ରତିଶଧ ଦାବି କରିଥିଲେ ।ଏହା ପରେ କିଛି କର୍ମଚାରୀ ତାଙ୍କୁ ଲାଞ୍ଚ ଦେଇଥିଲେ ।ଲାଞ୍ଚ ଦେଇଥିବା କର୍ମଚାରୀ ଙ୍କ କାମ ହୋଇଥିବା ବେଳେ ଏହାକୁ ବିରୋଧ କରିଥିବା କର୍ମଚାରୀ ଙ୍କ ବିଲ ହୋଇପାରିନଥିଲା ।ଏହି ଘଟଣା ଶୁଣିବା ପରେ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ସୁଜିତ କୁମାର ପରିଡ଼ା ଘୋର ନିନ୍ଦା କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଲିଖିତ ଭାବେ ଅବଗତ କରାଇଥିବା ଜଣାପଡ଼ିଛି ଯାହା ଦ୍ୱାରା କି ଜିଲ୍ଲାରେ ଥିବା ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏହାର ତଦନ୍ତ ଆରମ୍ଭ କରିଛନ୍ତି ।ତଦନ୍ତ ପରେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବା ଏବେ ବାକି ରହିଲା ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।