ବୈପାରିଗୁଡା: ଇଭିଏମ୍ ଓ ଭିଭିପ୍ୟାଟର ସଚେତନତା

Spread the love
ବୈପାରିଗୁଡା,୧୧/୩ (ସନ୍ଧାନ ନିୟୁଜ) – ଆସନ୍ତା ସାଧାରଣ ନିର୍ବାଚନକୁ ସ୍ୱଚ୍ଛତା ନିରପେକ୍ଷ ଓ ମତଦାନ ହାର ବୃଦ୍ଧି ନିମନ୍ତେ ଗୁରୁତ୍ୱ ପ୍ରଦାନ କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ ଏଣୁ ବ୍ୟାପକ ସଚେତନତା କରାଯାଇଛି।ଏହି ଉପଲକ୍ଷେ ସ୍ଥାନୀୟ ବୈପାରିଗୁଡା ବ୍ଲକ କାର୍ୟ୍ୟାଳୟ ପରିସରରେ ଥିବା ମିଶନଶକ୍ତି ସଭା ଗୃହ ଠାରେ ମୁଖ୍ୟତଃ ବିଭିନ୍ନ ଦଳର ଜନପ୍ରତିନିଧି କୁ ନେଇ ଏକ ପ୍ରଦର୍ଶନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୈପାରିଗୁଡା ବ୍ଲକ କାର୍ଯ୍ୟାଳୟ ର ଆକାଉଣ୍ଟ ଅଫିସର ଶ୍ରୀଯୁକ୍ତ ସେବାରାମ ମେହେର ଙ୍କ ତତ୍ୱାବଧାନରେ ଆୟୋଜିତ କାର୍ୟ୍ୟକ୍ରମରେ ବୈପାରିଗୁଡା ବ୍ଳକ  ବିଡ଼ିଓ ଶ୍ରୀଯୁକ୍ତ ରଜନୀକାନ୍ତ ଦାଶ୍, ପଞ୍ଚୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ମିଶ୍ର, ସମସ୍ତ ପଞ୍ଚୟତ ର ପି.ଇ.ଓ, ଜି .ଆର .ଏସ., ସମିତି ସଭ୍ୟ, ସରପଞ୍ଚ, ୱାର୍ଡ ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ଆଗାମୀ ସାଧାରଣ ନିର୍ବାଚନରେ ଇଭିଏମ୍ ଓ ଭିଭିପ୍ୟାଟର କାରଣ ଓ ବେବହାର ସମ୍ପର୍କରେ ବିଡ଼ିଓ ଶ୍ରୀ ଦାଶ୍ ସୂଚନା ଦେଇଥିଲେ।ପୂର୍ବରୁ ବୈଦ୍ୟୁତିକ ମତଦାନ ଯନ୍ତ୍ର (ଇଭିଏମ୍) ଏବଂ ବ୍ୟାଲଟ ୟୁନିଟ ବ୍ୟବହାର ଉପରେ ଦୃଷ୍ଟି ଦିଆଯାଇଥିଲା।ଏଣୁ ଜଣେ ମତଦାତା ବ୍ୟାଲଟ ୟୁନିଟର ଯେଉଁ ଚିହ୍ନ ବା ବ୍ୟକ୍ତିଙ୍କୁ ଭୋଟ ଦେବେ ତାହା ଭିଭିପ୍ୟାଟରେ ୭ସେକଣ୍ଡ ପାଇଁ ସେ ନିଶ୍ଚିତ ହୋଇ ପାରିବେ ବୋଲି ବିଡ଼ିଓ ଶ୍ରୀ ଦାଶ୍ ସୂଚନା ଦେଇଥିଲେ।ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମ ସ୍ଥାନୀୟ ବ୍ଳକ ତରଫରୁ ଆସନ୍ତା ଚଳିତ ମାସ ୨୯ ତାରିଖ ପର୍ୟ୍ୟନ୍ତ ବିଭିନ୍ନ ବୁଥ ମାନଙ୍କରେ ଚାଲୁ ରହିବ ବୋଲି ବୈପାରିଗୁଡା ବ୍ଳକ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।ଏହି ସର୍ବଦଳିଅ ପ୍ରଶିକ୍ଷଣରେ  ପ୍ରାୟ ୧ଶହ ରୁ ଉର୍ଦ୍ଧ ଉପସ୍ଥିତ ଥିଲେ ।
ରିପୋର୍ଟ – ସରୋଜ କୁମାର ଲେଙ୍କା
Reporter Wanted in Koraput District of All block
Contact-9437819735

Related Posts

About The Author

Add Comment