ବୈପାରିଗୁଡା,୨୮/୭ (ସନ୍ଧାନ ନିୟୁଜ) ରାଜ୍ୟରେ ବିଶେଷ କରି କୋରାପୁଟ ଜିଲ୍ଲା ଭଳି ଶିକ୍ଷା କ୍ଷେତ୍ରରେ ଅନଗ୍ରସର ଜିଲ୍ଲା ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଶିକ୍ଷା ଯୋଗାଇ ଦେବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରି ବିଭିନ୍ନ ପ୍ରକାର ବିଦ୍ୟାଳୟ ଏବଂ ଆବାସିକ ବିଦ୍ୟାଳୟ ଗୁଡ଼ିକ ନିର୍ମାଣ କରାଯାଇଛି କିନ୍ତୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ଓ ଉଦାସୀନତା ମନୋଭାବ ଯୋଗୁଁ ଛାତ୍ରଛାତ୍ରୀଙ୍କ ଜୀବନ ଦୁର୍ବିସହ ହେଉଥିବା ଅଭିଯୋଗ ହେଉଛି । ଫଳରେ ଆଶ୍ରମ ବିଦ୍ୟାଳୟରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟୁଥିଲେ ମଧ୍ୟ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ।ସୂଚନାନୁଯାୟୀ କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଳକ ଅନ୍ତର୍ଗତ ଦୋରଗୁଡା ପଞ୍ଚାୟତର ସଦର ମହକୁମାସ୍ଥିତ ଆଶ୍ରମ ବିଦ୍ୟାଳୟରେ ଏ ଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ।ଚଳିତ ମାସ ୨୨ତାରିଖରେ ଦୋରଗୁଡା
ଆଶ୍ରମ ବିଦ୍ୟାଳୟରେ ୫ମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ନରସିଂହ ପୂଜାରୀଙ୍କୁ ସାମାନ୍ୟ ଜ୍ୱର ହେବାରୁ ବିଦ୍ୟାଳୟର ଜନୈକ ଶିକ୍ଷକ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ ।ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନରସିଂହଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଡାକ୍ତର ତାଙ୍କୁ ଇଂଜେକସନ ଦେବାର ୫ମିନିଟ ପରେ ନରସିଂହ ହଠାତ ବାନ୍ତି କରିଥିଲେ ।ପରବର୍ତ୍ତୀ ସମୟରେ ନରସିଂହଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତୁରନ୍ତ ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ ।ମାତ୍ର ଚିକିତ୍ସାଳୟରେ ପହଞ୍ଚିବା ପୂର୍ବରୁ ହିଁ ନରସିଂହ ଆଖି ବୁଜି ଦେଇଥିଲେ ।ଚିକିତ୍ସାଳୟରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘଷଣା କଲେ ।ତେବେ ନରସିଂହ ସାମାନ୍ୟ ଜ୍ୱରରେ ଆକ୍ରାନ୍ତ ହୋଇଥିବା ବିଦ୍ୟାଳୟ କତ୍ତୃପକ୍ଷ କହୁଥିବା ବେଳେ କିପରି ତାଙ୍କର ମୃତ୍ୟୁ ଘଟିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଆଉ ଏକ ପରିତାପର ବିଷୟ ବିଦ୍ୟାଳୟରେ ଥିବା ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଏହି ବିଷୟରେ ପଚାରିବାରୁ ଚଳିତ ମାସ ୨୧ତାରିଖରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ନରସିଂହ ର ସେଭଳି କିଛି ହୋଇନଥିଲା ବୋଲି କହୁଥିବା ବେଳେ ନରସିଂହ ର ହଠାତ ସ୍ୱାସ୍ଥ୍ୟ ଖରାପ ହୋଇ ଦୁନିଆ ରୁ ସବୁଦିନ ପାଇଁ ଆଖିବୁଜି ଦେଲା ତାହା ଏବେ ସବୁଠାରୁ ବଡ଼ ସନ୍ଧେହ ଘେର ସୃଷ୍ଟି କରିଛି ।ଯଦି ନରସିଂହଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା ତେବେ ବିଦ୍ୟାଳୟର କତ୍ତୃପକ୍ଷ କାହିଁକି ନରସିଂହଙ୍କ ପରିବାରକୁ ଅବଗତ କରାଇନଥିଲେ କିମ୍ବା କାହିଁକି ନରସିଂହଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାରେ ବିଳମ୍ବ କରିଥିଲେ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଉକ୍ତ ଘଟଣା ଆଜକୁ ୬ଦିନ ବିତିଯାଇଥିଲେ ମଧ୍ୟ କାହିଁକି ତଦନ୍ତ କରାଯାଉନାହିଁ ବୋଲି ଅଭିଭାବକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ସେହିପରି ଉକ୍ତ ବିଦ୍ୟାଳୟରେ ଥିବା ବ୍ଳକ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ପ୍ରକାଶ ନାୟକ ତାଙ୍କ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରତି କୋହଳ ମୋନଭାଵ ପ୍ରକାଶ କରିଥିବାରୁ ବିଦ୍ୟାଳୟର ଅବସ୍ଥା ଏ ଭଳି ପରିସ୍ଥିତିରେ ପହଞ୍ଚିଥିବା ଅଭିଭାବକ ମହଲରୁ ଅଭିଯୋଗ ହେଉଛି ।ଏପରି କି ବିଭିନ୍ନ ଆଶ୍ରମ ବିଦ୍ୟାଳୟ ଗୁଡ଼ିକର ଅବ୍ୟବସ୍ଥା ନେଇ ବ୍ଳକ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ନାୟକଙ୍କୁ ଅବଗତ କରାଇଥିଲେ ମଧ୍ୟ ଏ ଦିଗରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଜଣାପଡିଛି ।ସେହିପରି ମୃତ ନରସିଂହ ପଢ଼ୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବନମାଳୀ ପାଣ୍ଡି ଅନେକ ସମୟରେ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ତେବେ ଏହି ଖବର ବ୍ଳକ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀଙ୍କ ଦୃଷ୍ଟିରେ ଆସିନାହିଁ ତାହା ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ତେବେ ଏ ଦିଗରେ ଜିଲ୍ଲା ବିଭାଗୀୟ ବରିଷ୍ଠ ଅଧିକାରୀ ତଦନ୍ତ କରି କାର୍ଯ୍ୟଖିଲାପ କରୁଥିବା ଅଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
ଆଶ୍ରମ ବିଦ୍ୟାଳୟରେ ୫ମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ନରସିଂହ ପୂଜାରୀଙ୍କୁ ସାମାନ୍ୟ ଜ୍ୱର ହେବାରୁ ବିଦ୍ୟାଳୟର ଜନୈକ ଶିକ୍ଷକ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ ।ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନରସିଂହଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଡାକ୍ତର ତାଙ୍କୁ ଇଂଜେକସନ ଦେବାର ୫ମିନିଟ ପରେ ନରସିଂହ ହଠାତ ବାନ୍ତି କରିଥିଲେ ।ପରବର୍ତ୍ତୀ ସମୟରେ ନରସିଂହଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତୁରନ୍ତ ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ ।ମାତ୍ର ଚିକିତ୍ସାଳୟରେ ପହଞ୍ଚିବା ପୂର୍ବରୁ ହିଁ ନରସିଂହ ଆଖି ବୁଜି ଦେଇଥିଲେ ।ଚିକିତ୍ସାଳୟରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘଷଣା କଲେ ।ତେବେ ନରସିଂହ ସାମାନ୍ୟ ଜ୍ୱରରେ ଆକ୍ରାନ୍ତ ହୋଇଥିବା ବିଦ୍ୟାଳୟ କତ୍ତୃପକ୍ଷ କହୁଥିବା ବେଳେ କିପରି ତାଙ୍କର ମୃତ୍ୟୁ ଘଟିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଆଉ ଏକ ପରିତାପର ବିଷୟ ବିଦ୍ୟାଳୟରେ ଥିବା ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଏହି ବିଷୟରେ ପଚାରିବାରୁ ଚଳିତ ମାସ ୨୧ତାରିଖରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ନରସିଂହ ର ସେଭଳି କିଛି ହୋଇନଥିଲା ବୋଲି କହୁଥିବା ବେଳେ ନରସିଂହ ର ହଠାତ ସ୍ୱାସ୍ଥ୍ୟ ଖରାପ ହୋଇ ଦୁନିଆ ରୁ ସବୁଦିନ ପାଇଁ ଆଖିବୁଜି ଦେଲା ତାହା ଏବେ ସବୁଠାରୁ ବଡ଼ ସନ୍ଧେହ ଘେର ସୃଷ୍ଟି କରିଛି ।ଯଦି ନରସିଂହଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା ତେବେ ବିଦ୍ୟାଳୟର କତ୍ତୃପକ୍ଷ କାହିଁକି ନରସିଂହଙ୍କ ପରିବାରକୁ ଅବଗତ କରାଇନଥିଲେ କିମ୍ବା କାହିଁକି ନରସିଂହଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାରେ ବିଳମ୍ବ କରିଥିଲେ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଉକ୍ତ ଘଟଣା ଆଜକୁ ୬ଦିନ ବିତିଯାଇଥିଲେ ମଧ୍ୟ କାହିଁକି ତଦନ୍ତ କରାଯାଉନାହିଁ ବୋଲି ଅଭିଭାବକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ସେହିପରି ଉକ୍ତ ବିଦ୍ୟାଳୟରେ ଥିବା ବ୍ଳକ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ପ୍ରକାଶ ନାୟକ ତାଙ୍କ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରତି କୋହଳ ମୋନଭାଵ ପ୍ରକାଶ କରିଥିବାରୁ ବିଦ୍ୟାଳୟର ଅବସ୍ଥା ଏ ଭଳି ପରିସ୍ଥିତିରେ ପହଞ୍ଚିଥିବା ଅଭିଭାବକ ମହଲରୁ ଅଭିଯୋଗ ହେଉଛି ।ଏପରି କି ବିଭିନ୍ନ ଆଶ୍ରମ ବିଦ୍ୟାଳୟ ଗୁଡ଼ିକର ଅବ୍ୟବସ୍ଥା ନେଇ ବ୍ଳକ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ନାୟକଙ୍କୁ ଅବଗତ କରାଇଥିଲେ ମଧ୍ୟ ଏ ଦିଗରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଜଣାପଡିଛି ।ସେହିପରି ମୃତ ନରସିଂହ ପଢ଼ୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବନମାଳୀ ପାଣ୍ଡି ଅନେକ ସମୟରେ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ତେବେ ଏହି ଖବର ବ୍ଳକ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀଙ୍କ ଦୃଷ୍ଟିରେ ଆସିନାହିଁ ତାହା ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ତେବେ ଏ ଦିଗରେ ଜିଲ୍ଲା ବିଭାଗୀୟ ବରିଷ୍ଠ ଅଧିକାରୀ ତଦନ୍ତ କରି କାର୍ଯ୍ୟଖିଲାପ କରୁଥିବା ଅଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।ରିପୋର୍ଟ – ସରୋଜ କୁମାର ଲେଙ୍କା ।



