ବୈତରଣୀ ନଦୀରୁ ଜଣେ ମହିଳା ଓ ଜଣେ ପୁରୁଷର ମୃତ ଦେହ ଉଦ୍ଧାର

Spread the love

କେନ୍ଦୁଝର, ୦୯/୦୨/୨୦ (ସନ୍ଧାନ ନିଉଜ) : କେଉଁଝର ଜିଲ୍ଲା ବୈତରଣୀ ନଦୀରେ ଏକ ଅଖା  ଭିତରେ ଜଣେ ମହିଳା ଓ ଜଣେ ପୁରୁଷରକୁ ବାରିଆ ପୁଲିସ ଉଦ୍ଧାର କରି ଶବବ୍ୟବଚ୍ଛେ ପାଇଁ ପଠାଇଥିବା ଜଣାପଡିଛି । କେନ୍ଦୁଝର ଜିଲ୍ଲାର ଫୁଲକଅଁଳେଇ ଗାଆଁ ନିକଟରେ ବହିଯାଉଥିବା ବୈତରଣୀ ନଦୀରେ ଅଖାଟି ଭାସୁଥିବାର ଗ୍ରାମବାସୀମାନେ ଦେଖିଥିଲେ । ଆଜି ସକାଳେ ଅଖାଟିକୁ କୂଳକୁ ଟାଣି ଆଣି ତାକୁ ଖୋଲି ଦେଖିବାରୁ ସେଥିରେ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ ଦେହ ଥିବା ଦେଖି ଗ୍ରାମବାସୀମାନେ ଆଶ୍ଚର୍ଯ୍ୟଚକିତ ହୋଇ ପୁଲିସକୁ ଖବର କରିଥିଲେ।

ମୃତ ପୁରୁଷଙ୍କ ଦେହରେ ଏକ ନୀଳ ଜିନ୍ସ୍ ଓ ଏକ ସାର୍ଟ ଅଛି ଓ ମୃତା ମହିଳା ଏକ ଶାଢ଼ୀ ଓ ତା’ ଉପରେ ଜିନ୍ସ୍ ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି । ପୁରୁଷ ଜଣଙ୍କ ପାଦରେ ବୁଟ୍ ଜୋତା ଅଛି । ତାଙ୍କ ଦୁଇ ପାଦ ଏକ ଦଉଡ଼ିରେ ବନ୍ଧାଯାଇଥିବା ଅବସ୍ଥାରେ ଅଖା ଭିତରୁ ମିଳିଥିଲା ।ଅଖାଟି ନ ଭାସି ପାଣିରେ ବୁଡ଼ି ରହିବା ସୁନିଶ୍ଚିତ କରିବା ପାଇଁ ସେଥିରେ ବଡ଼ବଡ଼ କେତୋଟି ପଥର ବି ରଖାଯାଇଥିଲା । ମୃତ ଦେହ ଦୁଇଟିରୁ ଉଭୟଙ୍କ ବୟସ ପଚ଼ିଶିରୁ ତିରିଶି ଭିତରେ ହେବ ବୋଲି ଅନୁମାନ କରାଯାଉଛି ।ମିଳିଥିବା ମୃତ ଦେହ କୁ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ମୃତ ଦେହ ଦୁଇଟିର ପରିଚ଼ୟ ମିଳି ନଥିବା କେନ୍ଦୁଝର ଡିଏସପି (ଭିଜିଲାନସ୍) ସୁରେଶ ଚନ୍ଦ୍ର ପାତ୍ର ସୁଚନା ଦେଇଛନ୍ତି । । ପୋଷ୍ଟ ମର୍ଟମରୁ ମୃତ୍ୟୁର କାରଣ ଜଣା ପଡ଼ିବ ଓ ଅନୁସନ୍ଧାନରୁ ମୃତ ବ୍ୟକ୍ତି ଦ୍ୱୟଙ୍କ ପରିଚ଼ୟ ଜଣା ପଡ଼ିବ ବୋଲି କହିଛି ପୋଲିସ ।

Related Posts

About The Author

Add Comment