ବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍‌

Spread the love
  • ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣ

ଲଣ୍ଡନ (ସନ୍ଧାନ ନିୟୁଜ) : ଏକଦା ଚନ୍ଦ୍ରରେ ଅନ୍ୟଗ୍ରହର ଜୀବ ଏଲିୟନ୍‌ ବସବାସ କରୁଥିଲେ। ଦୀର୍ଘକାଳ ଧରି ଚନ୍ଦ୍ରପୃଷ୍ଠରେ ବସତି ସ୍ଥାପନ କରିଥିଲେ ଏଲିୟନ୍‌। ସଂପ୍ରତି ଏ ସଂପର୍କିତ ଗବେଷଣା କରୁଥିବା ଜ୍ୟୋତିର୍ବିଜ୍ଞାନୀ ଓ ମହାକାଶ ବିଜ୍ଞାନୀ ଏହି ତଥ୍ୟ ପ୍ରଦାନ କରିଛନ୍ତି। ଗବେଷକଙ୍କ ସୂଚନା ଅନୁଯାୟୀ ଉଲ୍‌କାପିଣ୍ଡର ବିସ୍ଫୋରଣ ହେତୁ ଏଲିୟନ୍‌ଙ୍କ ଜୀବନଧାରଣ ଉପଯୋଗୀ ବାତାବରଣ ଚନ୍ଦ୍ରରେ ସୃଷ୍ଟି ହୋଇଥିଲା। ଆଉ ଏହି ଘଟଣା ସହସ୍ର ନିୟୁତ ବର୍ଷ ତଳେ ସଂଘଠିତ ହୋଇଥିଲା। କେବଳ ସେତିକି ନୁହେଁ, ସେ ସମୟରେ ଯେଉଁ ବାତାବରଣ ଥିଲା ତାହା ଏବେକାର ଚନ୍ଦ୍ରପୃଷ୍ଠର ବାତାବରଣଠାରୁ ଢେର ଅଧିକ ଜୀବନଧାରଣ ଉପଯୋଗୀ ଥିଲା। ଏହି ଗବେଷଣା ଅନୁସାରେ ୩.୫ ବିଲିୟନ ବର୍ଷ ତଳେ ଚନ୍ଦ୍ରପୃଷ୍ଠରେ ଏକ ବିରାଟ ଆଗ୍ନେୟ ଉଦ୍‌ଗୀରଣ ଘଟିଥିଲା। ଯାହାର ପ୍ରଭାବରେ ଉତ୍ତପ୍ତ ଗ୍ୟାସ୍‌ ଚନ୍ଦ୍ରର ବାତାବରଣକୁ ଆଚ୍ଛଦିତ କରିଥିଲା। ଏହି ଗ୍ୟାସ୍‌ ଶୀତଳ ହେବା ଦ୍ୱାରା ଜଳର ବିନ୍ୟାସ ହୋଇଥିଲା।

ତେଣୁ, ନିକଟରେ ମହାକାଶ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି ଯେ ଏକ ଉଲ୍‌କା ବିସ୍ଫୋରଣ ପରେ ଆମର ପଡ଼ୋଶୀ ଗ୍ରହ ଚନ୍ଦ୍ରପୃଷ୍ଟରେ ଏକ ରକମର ଆଲୌକିକ ଜୀବନ ସମ୍ଭବ ହୋଇପାରେ। ଉଲ୍‌କା ବିସ୍ଫୋରଣ ପରେ ଆଜି ତୁଳନାରେ ବାତାବରଣ ଆହୁରି ରହଣି ଯୋଗ୍ୟ ହୋଇଯିବ। ସଂକ୍ଷପରେ କହିଲେ ଜୀବନକୁ ସମର୍ଥନ କରିବାକୁ ଚନ୍ଦ୍ରପୃଷ୍ଟ ସମର୍ଥ ହେବ।

Related Posts

About The Author

Add Comment