ଅସ୍ତରଙ୍ଗ୧୧/୦୭(ସନ୍ଧାନ ନ୍ୟୁଜ୍)-: ଢ଼େଙ୍କାନାଳ ଜିଲ୍ଲା ଜୋରନ୍ଦାସ୍ଥିତ ମହିମା ଗାଦିର ବକଳ ଧାରୀ ବାବା ତଥା ମହିମା ସମାଜର ପୁରୁଖା ସାଧୂ ଏବଂ ପୁରୀ, କଟକ ତଥା ଗଞ୍ଜାମ ଜିଲ୍ଲା ଆଦି ଭ୍ରମଣ କରି ମହିମା ଧର୍ମାଲମ୍ବି ମାନଙ୍କ ସମେତ ସାଧାରଣ ଜନନ୍ତଙ୍କୁ ମହିମା ଧର୍ମ ସମ୍ୱନ୍ଧରେ ପ୍ରଚାର ଓ ପ୍ରସାର କରି ସମସ୍ତଙ୍କ ହୃଦୟ ଜିତିଥିବା ସାଧୁ “ଶ୍ରୀ ଶ୍ରୀ ସାଧୁ ଦାସ” ଙ୍କର ଶନିବାର ଦିନ ଅପରାହ୍ନ ୪ ଘଟିକା ସମୟରେ ପୁରୀ ଜିଲ୍ଲା ର ଅସ୍ତରଙ୍ଗ ବ୍ଳକର ଛୁରି ଅନା ଗ୍ରାମ ପଞ୍ଚାୟତ ଅଧିନସ୍ଥ ବଳଭଦ୍ରପୁର ମହିମା ଆଶ୍ରମରେ ଇହଲୀଳା ସମ୍ବରଣ କରିଛନ୍ତି । ବାବା ଆଜ୍ଞା ଏହି କିଛି ଦିନ ଧରି ଅସୁସ୍ଥ ଥିଲେ । ତାଙ୍କର ଇହଲୀଳା ସମ୍ବରଣ ଖବର ପ୍ରଚାରିତ ହେବା ପରେ ବାବାଙ୍କ ଶେଷ ଦର୍ଶନ ନିମନ୍ତେ ଶହ ଶହ ଭକ୍ତ ବଳଭଦ୍ରପୁରସ୍ଥିତ ମହିମା ଆଶ୍ରମରେ ପହଞ୍ଚି ବାବାଙ୍କୁ ଶେଷ ଦର୍ଶନ ପୂର୍ବକ ସାଷ୍ଟାଙ୍ଗ ପ୍ରଣିପାତ କରିବା ସହ ବାବାଙ୍କ ଜୟ ଜୟ କାର କରିବା ସମୟରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ବାବା ଆଜ୍ଞା ପିଲାଟି ବେଳୁ ମହିମା ଧର୍ମ ପ୍ରତି ଆକୃଷ୍ଟ ହୋଇ ସଂସାର ତ୍ୟାଗ କରି ମହିମା ଧର୍ମ ଗ୍ରହଣ କରିଥିଲା, ଇହଲୀଳା ସମ୍ବରଣ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ବାବାଙ୍କୁ ବଳଭଦ୍ରପୁର ଆଶ୍ରମ ପରିଶରରେ ସମାଧି ଦିଆଯାଇଅଛି ।
ପ୍ରାଣିଙ୍କ ଆରତ ଦୁଃଖ ଅପ୍ରମିତ
ଦେଖୁ ଦେଖୁ କେବା ସହୁ,
ମୋ ଜୀବନ ପଛେ ନର୍କେ ପଡ଼ି ଥାଉ
ଜଗତ୍ତ ଉଦ୍ଧାର ହେଉ ।