ବେପରୁଆ ଓ ମଦ୍ୟପ ଗାଡି ଚାଳକଙ୍କ ପାଇଁ ବଢୁଛି ଦୁର୍ଘଟଣା:୩ ମୃତ

Spread the love

ଯାଜପୁର,୯/୭ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲାର ବିଭିନ୍ନ ରାସ୍ତାରେ ବଡ ବଡ ଗାଡି ଗୁଡିକ ଚାଳକ ମାନଙ୍କର ମଦ୍ୟପ ଏବଂ ବେପରୁଆ ଗାଡି ଚାଳନା ପାଇଁ ଦୈନିକ ଦୁର୍ଘଟଣାମାନ ଘଟି ଜୀବନହାନି ହେଉଛି । ଦୁଇଦିନ ମଧ୍ୟରେ ୨୫୩ ନଂବର ଜାତୀୟ ରାଜପଥର ଚଣ୍ଡୀଖୋଲ- ଡୁବୁରୀ ମଧ୍ୟରେ କବାଟବନ୍ଧ ନିକଟରେ ଦୁଇଟି ଦୁର୍ଘଟଣାରେ ଦୁଇଟି ନିରୀହ ଜୀବନ ହାନି ହୋଇଛି । ଏଥିନେଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଉଥିବା ବେଳେ ଜିଲ୍ଲାରେ ସଡକ ସୁରକ୍ଷା ସଂପୂର୍ଣ୍ଣ ବିପନ୍ନ ହୋଇଛି ।
ଖବରରୁ ପ୍ରକାଶ, ଦଇତାରୀରୁ ପାରାଦ୍ୱୀପ ଅଭିମୁଖେ ଯାଇଥିବା ଜାତୀୟ ରାଜପଥର ଚଣ୍ଡୀଖୋଲରୁ କବାଟବନ୍ଧ ନିକଟରେ ମଙ୍ଗଳବାର ଏକ ମୋଟର ସାଇକେଲକୁ ବଡ ୧୦ ଚକିଆ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ସାବିତ୍ରି ପରିଡା ନାମକ ମହିଳାଙ୍କର ମୃତ୍ୟୁ ହୋଇଛି । ତାଙ୍କର ଘର ଯାଜପୁର ଜିଲ୍ଲାର ଜେନାପୁର ଥାନାର ଜେନାପୁର ପଂଚାୟତ ଅନ୍ତର୍ଗତ ପଣସପଡିଆ । ସାବିତ୍ରୀଙ୍କ ସ୍ୱାମୀଙ୍କ ନାମ ଜଟାଧାରୀ ପରିଡା । ସେହିପରି ଗତକାଲି ସୋମବାର ଦିନ କବାଟବନ୍ଧରେ ଅନ୍ୟ ଏକ ଦୁର୍ଘଟଣାରେ ନିକଟସ୍ଥ ଜେନାପୁର ଥାନା ଅନ୍ତର୍ଗତ ମଧୁସୁଦନପୁର ଗ୍ରାମର ଅମୀୟ ମଳିକ, ଡାକନାମ- ଗୁଲିଆ ଙ୍କ ମୃତ୍ୟୁ ହୋଇଛି । ଅମୀୟ ବାଲିସାହିରୁ ମୋଟର ସାଇକେଲରେ ଘରକୁ ଫେରୁଥିବା ବେଳେ ଏକ ବଡ ଟ୍ରେଲର ତାଙ୍କୁ ସାମ୍ନାସାମ୍ନି ଧକ୍କା ଦେଇଥିଲା । ଅମୀୟ ମାତ୍ର ୧୨ ଦିନ ହେବ ବିବାହ କରିଥିବା ବେଳେ ଏଭଳି ଦୁର୍ଘଟଣା ପାଇଁ ମଧ୍ୟ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଚଣ୍ଡୀଖୋଲରୁ ଡୁବୁରୀ ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ପାଇଁ ବାରମ୍ବାର ଦୁର୍ଘଟଣା ଘଟିବା ନେଇ ମଧ୍ୟ କବାଟବନ୍ଧରେ ବାରମ୍ବାର ଜନଆନେ୍ଦାଳନ ହେବା ପରେ ପରିସ୍ଥିତିରେ ସୁଧାର ଆଣିବା ପ୍ରଶାସନ ଜରିଆରେ ଜିଲ୍ଲାପାଳ ଦେଇଥିବା କୌଣସି ପ୍ରତିଶୃତି କାର୍ଯ୍ୟକାରୀ ହେଉନାହିଁ । ସେହିପରି ଅତ୍ୟଧିକ ଦ୍ରତ ବେଗରେ ବଡ ଗାଡି ଗୁଡିକ ରାସ୍ତାରେ ଯାତାୟତ କରିବା ଏବଂ ମଦ୍ୟପ ଚାଳକଙ୍କ ପାଇଁ ଦୁର୍ଘଟଣା ଘଟି ବ୍ୟାପକ ଜୀବନହାନି ହେଉଥିବାରୁ ପୋଲିସ ଏବଂ ମୋଟରଯାନ ତରଫରୁ ଏହି ଦୁଇ ଦିଗ ପ୍ରତି ଗୁରୁତ୍ୱ ଦିଆଯାଇ ଧରପଗଡ କରିବାକୁ ସଡକ ସୁରକ୍ଷା ବୈଠକରେ ବାରମ୍ବାର ସଭ୍ୟ ସତୀଶ ବିଶ୍ୱାଳ ଦାବି କରୁଥିଲେ ମଧ୍ୟ ଏଥିନେଇ ପ୍ରଶାସନ କର୍ଣ୍ଣପାତ କରୁନାହିଁ । କେବଳ ହେଲେମେଟ ଚେକିଂ ଭିତରେ ସଡକ ସୁରକ୍ଷା ସୀମିତ ରହିଯାଉଛି । ସେହିପରି ଚଣ୍ଡିଖୋଲ ଛକ ଟ୍ରାଫିକ ସମ୍ମୁଖରେ ଏକ ଟ୍ରକ ଏକ ବ୍ୟକ୍ତିଙ୍କ ଉପରେ ମାଡି ଯାଇଥିଲା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତୁ୍ୟ ହୋଇଥିଲା । ଉକ୍ତ ବ୍ୟକ୍ତି ଜଣଙ୍କ ସେଠାରେ ଭିକ ମାଗି ଚଳୁଥିବା କେହି କେହି ପ୍ରକାଶ କରୁଥିବା ବେଳେ ଟକ୍ର ଚାପାରେ ବ୍ୟକ୍ତିଟିର ସମ୍ମୁଣ୍ଣ ଶରୀର ନଷ୍ଟ ହୋଇଯାଇଥିବାରୁ ଚିହ୍ନଟ କରିବା ସମ୍ଭବ ହୋଇପାରିନଥିଲା । ପୋଲିସ ଟକ୍ରକୁ ଜବତ କରିଥିବା ଜଣାପଡିଛି ।

Report Prasanta Samal and Anita Behera

Related Posts

About The Author

Add Comment