ବେଧଡକ ବାଲି ଉଠାଣ, ପ୍ରଶାସନର ଅଙ୍କୁଶ ନାହଁ

Spread the love

କୁଆମରା, 03.12.2020 (ଲିଙ୍ଗରାଜ ପଣ୍ଡା): ଗୋପବନ୍ଧୁ ନଗର ବ୍ଳକ ଦେଇ ପ୍ରବାହିତ । ସୋନ, ଗ୍ୟଗାହାର ଓ ନାଲୁହା ନଦୀରୁ ବର୍ଷ ତମାମ ବେଧଡକ ବାଲି ଉଠା ହୋଇ ବାହାର ଜିଲ୍ଲା ଓ ରାଜ୍ୟକୁ ଚାଲାଣ ହେଉଛି । । ଏନେଇ ପ୍ରଶାସନ ଜାଣିଶୁଣି ଚୁପ୍ ରହୁଛି ବୋଲି ଅଭିଯୋଗ୍ କରି ଆସୁଛନ୍ତି ଅଞ୍ଚଳବାସୀ। ପ୍ରତ୍ୟହ  ଟ୍ରକ୍ ଓ ଟ୍ରାକ୍ଟର ଯୋଗେ ବାଲି ବୁହା ଚାଲିଛି। ନଦୀର । ବିଭିନ୍ନ ଘାଟରୁ ବେଆଇନ ଭାବେ ବାଲି ଉଠାଣ  ହେଉଥିବା ବେଳେ ସରକାରୀ ନୀତି ନିୟମକୁ ଫୁ  କରାଯାଉଛି। ମାଫିଆମାନେ ନଦୀ ହୁଡାରେ ଟ୍ରକ । ଟ୍ରକୁ ବାଲି ଉଠାଇ ଗଚ୍ଛିତ ରଖିଥିଲେ ମଧ୍ୟ ପ୍ରଶାସନ  ତାହାକୁ ଦେଖି ନ ଦେଖିଲା ଭଳି ଚୁପ୍ ରହୁଛି। ପୁଣି । ବେଆଇନ ବାଲି ଉଠାଣ ଯୋଗୁ ନଦୀକୂଳିଆ ଲୋକଙ୍କ ସର୍ବନାଶ ଘଟୁଛି। ବାଲି ଚାଲାଣ ପାଇଁ ଦୁଇଟି ପ୍ରମୁଖ ରାସ୍ତା ରହିଛି। ଗୋଟିଏ ପଟେ  କଆମରା ଦେଇ ବୈଶିଙ୍ଗା ଜାତୀୟ ରାଜପଥ ଓ ଅନ୍ୟ ପଟେ ଜୟପୁର ଦେଇ ବାଲେଶ୍ବର ଜିଲ୍ଲାକୁ ପହଞ୍ଚିବା ପରେ ସେଠାରୁ ବାହାର ଜିଲ୍ଲା ଓ ରାଜ୍ୟକୁ ଯାଉଛି । ବାଲି ଏଥିରେ ମାଫିଆମାନେ ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିବା ବେଳେ ଗ୍ରାମାଞ୍ଚଳ ରାସ୍ତାଘାଟ ଅବସ୍ଥା ଶୋଚନୀୟ  ହୋଇପଡୁଛି  ରାତି ସମୟରେ ଡମ୍ପରଗୁଡିକ ବାଲି ବୋଝେଇ କରି ଦ୍ରୁତ ଗତିରେ ଯାଉଥିବା ବେଳେ ରାସ୍ତାଘାଟରେ ସାଧାରଣ ଲୋକ ନିଜକୁ ନିରାପଦ ମଣୁନାହାନ୍ତି। ଏଥିପାଇଁ ଅନେକ ସମୟରେ ଦୁର୍ଘଟଣା ଘଟି ପ୍ରାଣହାନୀ ହେଉଛି । ପୁଣି ସରକାର ଓ ରାଜସ୍ବ ବିଭାଗ ପକ୍ଷରୁ ନଦୀର ନିଲାମ ଘାଟଗୁଡିକର ବର୍ଷକୁ ଯେତିକି ବାଲି ଉତ୍ତୋଳନ ହେବା କଥା ତାହାଠାରୁ ରେ ଯଥେଷ୍ଟ ଅଧିକ ବାଲି ଉଠାଣ ଯୋଗୁ ନଦୀ କୂଳ ଖାଉଛି  କେତେକ ସ୍ଥାନରେ ମେସିନ୍ ଲଗାଇ ଗଭୀର କରି ବାଲି ଉଠାଣ  ହେଉଥିବାରୁ କୃତିମ ଗଣ୍ଡ ସୃଷ୍ଟି ହେଉଛି। ଏପଟେ କୀ ଚଢଉ କରି ଚୁପ୍ ବସିଛି ପ୍ରଶାସନ ଜିଲ୍ଲା ପ୍ରଶାସନ ଏଥିପ୍ରତି ସଜାଗ ହେବାର ବେଳ ଆସିଛି।

 

Related Posts

About The Author

Add Comment