ବେତନଟୀ ବ୍ଳକ:୨୪ ପଞ୍ଚାୟତକୁ ୧୨ ପିଇଓ

Spread the love

ବେତନଟୀ, 02.12.2020 (ଲିଙ୍ଗରାଜ ପଣ୍ଡା)-ସମ୍ପ୍ରତି ବେତନଟୀ ବ୍ଲକରେ ବହୁ ପଦପଦବୀ ଖାଲି ପଡ଼ିଥିବା ବେଳେ ବିକାକାମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଏଠାରେ ଦୀର୍ଘବର୍ଷ ହେବ ଅତିରିକ୍ତ ବିଡିଓ ପଦ ଖାଲି ଥିବା ବେଳେ ଏକବର୍ଷ ହେବ ଆକାଉଣ୍ଟ ଅଫିସର ପ୍ରଦ ମଧ୍ୟ ଫାଙ୍କା ରହିଛି  ବିଏସଏସଓ ପଦ ଦୀର୍ଘଦିନ ଫାଙ୍କା ରହିବା ଫଳରେ ଭତ୍ତା ପାଇବାକୁ ଅପେକ୍ଷା କରିଥିବା ଉପଭୋକ୍ତା ହଇରାଣ ହେବା ଯୋଗୁ ଜଣେ କନିଷ୍ଠ କିରାଣିଙ୍କୁ ଉକ୍ତ ଦାୟିତ୍ବ ଅର୍ପଣ କରାଯାଇଛି । ଏବେ ବ୍ଳକର ୨୪ ପଞ୍ଚାୟତ ନିମନ୍ତେ ୧୨ଜଣ ପିଇଓ ରହିଥିବା ଜଣାଯାଇଛି । ଏପରିକି ଏଇଇ ପଦ ଫାଙ୍କା ରହିଥିବା ବେଳେ ଜଣେ ବରିଷ୍ଠ ଏଇଙ୍କୁ ଏଇଇ କାର୍ଯ୍ୟ ତୁଲାଇବାକୁ ପଡୁଛି ଏଇ ପଦ ଚଳାଉଥିବା ଏଇଙ୍କ କାର୍ଯ୍ୟ ଦକ୍ଷତା ନଥିବାରୁ ଏହି ପଦବୀ ତୁଲାଇବା ତାଙ୍କ ପକ୍ଷେ ସମ୍ଭବ ହେଉନଥିବା ଅଭିଯୋଗ ହେଉଛି । ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ନିମନ୍ତେ ପ୍ରତ୍ୟେକ ପଞ୍ଚାୟତ ନିମନ୍ତେ ଜଣେ ଯନ୍ତ୍ରୀଙ୍କ ଆବଶ୍ୟକତା ରହିଥିବା ବେଳେ ଜେଇ, ଜିପିଟିଏ ମିଶି ମାତ୍ର ୧୦ଜଣ ରହିଥିବା ସ୍ପଷ୍ଟ ହୋଇଛି  ନିକଟରେ ମନରେଗା ଦାୟିତ୍ବ ତୁଲାଉଥିବା ଏପିଓ ତାଙ୍କ ଚାକିରିରୁ ଇସ୍ତଫା ଦେଇ ଅନ୍ୟତ୍ର ଯିବା ପରେ ଏହି ପଦ ଫାଙ୍କା ପଡିବାରୁ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେବାରେ ଲାଗିଛି। ଉନ୍ନୟନ କାର୍ଯ୍ୟର ହିସାବ ନିମନ୍ତେ ଆକାଉଣ୍ଟ ଅଫିସର ପ୍ରଦ ରହିଥିବା ବେଳେ ଉକ୍ତ ପଦି ମଧ୍ୟ ଏକବର୍ଷ ହେବ ଫାଙ୍କା ପଡ଼ିଛି  24 ପ଼ଞ୍ଚ  ନିମନ୍ତେ 24ଜିଆରଏସ ପଦ ରହିଥିବା ବେଳେ ମେର୍ଦା ପଞ୍ଚାୟତର ଜିଆରଏସଙ୍କ ମୃତ୍ୟୁ ହୋଇଥିବାରୁ ଉକ୍ତ  ପଦବୀ ମଧ୍ୟ ପୂରଣ ହୋଇନାହିଁ । କଳମା ପଞ୍ଚାୟତର ଖେଳପଡିଆ ଦୁର୍ନୀତି ଏବେ ଚହଳ ସୃଷ୍ଟି କରିଛି । ଏକାଧୁକ ପଞ୍ଚାୟତ ଦାୟିତ୍ବରେ ପିଇଓମାନେ ରହିଥିବାରୁ ସଠିକ କାର୍ଯ୍ୟ ତଦାରଖ ହେଉନଥିବାରୁ ଦୁର୍ନୀତି ବଢିବାରେ ଲାଗିଛି । ପିଇଓ ମାନେ ଯେଉଁ ପଞ୍ଚାୟତ ଦାୟିତ୍ବରେ ରହିଛନ୍ତି ତାଙ୍କୁ ଅନ୍ୟ ପଞ୍ଚାୟତର ଦାୟିତ୍ବ ଦିଆଯାଇଥିବାରୁ ଉକ୍ତ ପଞ୍ଚାୟତ ଉପରେ ସେମାନେ ସଠିକ ଦୃଷ୍ଟି ଦେଇନପାରିବାରୁ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ବୈଶିଙ୍ଗା, ରଘୁପୁର, ପାଟଳିପୁରା, ନଡପୁର, ଅଁଳା, କେନ୍ଦୁଆ, ହାତୀରି, ଆଟ୍ରିଆ ପଞ୍ଚାୟତରେ ମନରେଗା, ମାଟିରାସ୍ତା ନିର୍ମାଣ, ପୋଖରୀ ଖନନ, ସ୍ଵଛଭାରତ ମିଶନ ମାଧ୍ୟମରେ ପାଇଖାନା, ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ବେଳେ ସବୁଠାରୁ ଅଧୁକ ଦୁନୀତି କଳମା ପଞ୍ଚାୟତରେ ହେଉଥିବା ସ୍ପଷ୍ଟ ହୋଇଛି । ବିଶେଷଭାବେ କଳମା ପଞ୍ଚାୟତରେ ଖେଳପଡ଼ିଆ ଓ ମନରେଗା ରାସ୍ତା ଦୁର୍ନୀତି ଅଧ୍ୟକ ପରିମାଣର ହେଉଥିବା ଜଣାଯାଇଛି। କଳମା ପଞ୍ଚାୟତରେ ହେଉଥିବା ଦୁର୍ନୀତିର ରହସ୍ୟ ଖୁବଶୀଘ୍ର ଉନ୍ମୋଚିତ ହେବ ବୋଲି ଜଣାଯାଇଛି । ଏ ସମ୍ପର୍କରେକଳମା ପଞ୍ଚାୟତ ସରପଞ୍ଚ ଫୁଲମଣୀ ମାଝାଙ୍କ ସହ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବ ହୋଇନଥିଲା । ଯଥାଶିଘ୍ର ବ୍ଲକରେ ଫାଙ୍କା ଥିବା ବିଭିନ୍ନ ପଦରେ କର୍ମଚାରୀଙ୍କୁ ନିଯୁକ୍ତ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

 

Related Posts

About The Author

Add Comment