ବାରିପଦା ୧୭/୦୮/୨୦୨୦ (ସନ୍ଧାନ ନିଉଜ) :- କରୋନା ସମୟରେ ରକ୍ତର ଅଭାବକୁ ଦୂର କରିବା ପାଇଁ ବେତନଟୀ ଥାନା ଆମ ପୁଲିସ ପକ୍ଷରୁ ଆମ ଓଡ଼ିଶା ସହଯୋଗରେ ଏକ ରକ୍ତଦାଦନ ଶିବିର ଆୟୋଜନ କରାଯାଇଛି । ଏହି ଶିବିର ବେତନଟୀ ଏସ୍ଡିପିଓ ଲଳିତ କୁମାର ପଟ୍ଟନାୟକଙ୍କ ତତ୍ବାବଧାନରେ ତଥା ବେତନଟୀ ଥାନା ଆଇଆଇସି ଅଶୋକ କୁମାର ନାୟକଙ୍କ ସହଯୋଗରେ ବେତନଟୀ ଥାନା ପରିସରରେ ଆସନ୍ତା ୧୯ ତାରିଖ ଦିନ ହେବ। ଏଥିରେ ବେତନଟୀ ଥାନା ଏସ୍ଆଇ ବିଆର ପରିଡ଼ା, ଏସ୍ଆଇ ବିପି ନନ୍ଦ, ଏସ୍ଆଇ ଲକ୍ଷ୍ମୀ ମାଝୀ, ଏଏସ୍ଆଇ ଚିତ୍ତରଞ୍ଜନ ବାରିକ,ଏଏସ୍ଆଇ ପିକେ ସାହୁ, କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ସିକେ ରଣଜିତ, ବଡ଼ଜାମବଣି ଫାଣ୍ଡି ଅଧିକାରୀ ପିଏ ରାଉତ ପ୍ରମୁଖ । ଯୋଗ ଦେଇ ରକ୍ତଦାନ କରିବା ସହ ଅନ୍ୟ ରକ୍ତଦାତାଙ୍କୁ ଉତ୍ସାହିତ କରିବେ ବୋଲି ଜଣାପଡ଼ିଛି ।
ବେତନଟୀ ଥାନା ଆମ ପୁଲିସ ପକ୍ଷରୁ ରକ୍ତଦାନ ଶିବର ୧୯
|
August 17, 2020 |