ବେତନଟୀ, 31/10 (ସନ୍ଧାନ ନ୍ୟୁଜ୍) :- ବେତନଟୀର ମେଧାବୀ ଛାତ୍ର ତଥା କଳା ଏବଂ ଫେସନ ଡିଜାଇନରେ ଋଚି ରଖୁଥିବା କୁମାର ଅଭିଷେକ ମହାନ୍ତି ଚଳିତବର୍ଷ ‘ମିଷ୍ଟର ଭୁବନେଶ୍ଵର-୨୦୨୦ ହେବାରେ ସୌଭାଗ୍ୟ ହାସଲ କରିଛନ୍ତି । ପୂର୍ବରୁ ମଧ୍ୟ ୨୦୧୯ ମସିହାରେ ସମଗ୍ର ଭାରତବର୍ଷର ମଡେଲ ମାନଙ୍କୁ ନେଇ ନୂଆଦିଲ୍ଲୀରେ ଆଲିକ୍ଳବ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ପୁରସ୍କୃତ ହୋଇ ଓଡ଼ିଶା ତଥା ବେତନଟୀର ଟେକ ରଖିଥିଲେ । ତେବେ ଓଡ଼ିଶାର ମଡେଲ ଅମ୍ମାନ ମହାନ୍ତିଙ୍କ ଦ୍ବାରା ଆୟୋଜିତ ମିଷ୍ଟର ଭୁବନେଶ୍ୱର ପ୍ରତିଯୋଗିତା ଚଳିତବର୍ଷ ଫେବୃଆରୀ ୨ତାରିଖରୁ ଆରମ୍ଭ ହୋଇଥିଲା । ସମଗ୍ର ରାଜ୍ୟରୁ ୧୫୦ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ସେମିଫାଇନାଲ ପରେ ବିଭିନ୍ନ ବିଷୟରେ ପ୍ରତିଯୋଗିତା ପରେ ବିଚାରକ ମଣ୍ଡଳୀ ଦ୍ଵାରା ୧୬ଜଣ ଗ୍ରାଣ୍ଡଫାଇନାଲକୁ ଉନ୍ନୀତ ହୋଇଥିଲେ । ତେବେ ପ୍ରତିଯୋଗିତାର ସମସ୍ତ କାର୍ଯ୍ୟକ୍ରମ ଅଫଲାଇନରେ ହୋଇଥିବା ବେଳେ କରୋନା କଟକଣା ପାଇଁ ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ କରାଯାଇଥିଲା । ବିଚାରକ ମଣ୍ଡଳୀରେ ମନସ୍ବନୀ ପତି, ସମାପିକା ରାଉତ, ମୌସମ ସାହୁ ଏବଂ ସୌମ୍ୟା ପ୍ରଧାନ ପ୍ରମୁଖ ସାମିଲଥିଲେ । ପ୍ରତିଯୋଗୀଙ୍କ ଫାଶନ, ଆତ୍ମବିଶ୍ବାସ କନଫିଡେନ୍ସ), ସାଜସଜ୍ୟା, ପରି ପାଟି, ଶିକ୍ଷା(ଆଉଟଲୁକ) ସମେତ ବିଭିନ୍ନ ବର୍ଗରେ ପରୀକ୍ଷା କରାଯାଇଥିଲା । ତେବେ ସମସ୍ତ ବର୍ଗରେ ଶ୍ରେଷ୍ଠତା ପ୍ରଦର୍ଶନ ପୂର୍ବକ ୧୫ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବେତନଟୀର କୁ ମାର ଅଭିଷେକ ମହାନ୍ତି ମିଷ୍ଟର ଭୁବନେଶ୍ୱ ର ଆଖ ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ବେତନଟୀର ବ୍ୟବସାୟୀ ପ୍ରଶାନ୍ତ ମହାନ୍ତି ଏବଂ ସଂକ୍ରା ମହାନ୍ତିଙ୍କ ଏକମାତ୍ର ପୁଅ । କୁମାର ଅଭିଷେକଙ୍କ ଏହି ସଫଳତା ପରେ । ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ଏ । ମେଡିକାଲ କୋଚ୍ ନେଇ ପ୍ରବେଶି କା । ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା କୁ ମାର । ଅଭିଷେକ ପୂର୍ବରୁ ଜାତୀୟସ୍ତରରେ ନୂଆଦିଲ୍ଲୀରେ କୃତକାର୍ଯ୍ୟ ହୋଇସାରିଥିବା ବେଳେ ପୁନର୍ବାର ରାଜ୍ୟସ୍ତରରେ ସମସ୍ତଙ୍କୁ ପଛରେ ପକାଇ ମିଷ୍ଟର ଭୁବନେଶ୍ଵର-୨୦୨୦ ଆଖ୍ୟା ପାଇ ବେତନଟୀ ପାଇଁ ଗୌରବ ଆଣିଦେଇଛନ୍ତି । ଏହି ସଫଳତା ପରେ କୁମାର ଅଭିଷେକଙ୍କୁ ଗୀତାଞ୍ଜଳି ଦ୍ଵାରା ପ୍ରାୟୋଜିତ ଏବଂ ଅମ୍ରାନ ମହାନ୍ତିଙ୍କ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାର ମିଷ୍ଟର ଭୁବନେଶ୍ୱର- ୨୦୨୦ର ଉତ୍ତରୀୟ, ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇଛି । ଏହି ପ୍ରତିଯୋଗିତାରେ ପି ଶ୍ରେଷ୍ଠ ପ୍ରଦର୍ଶନ ସହିତ ବେଷ୍ଟ ପର୍ସନାଲିଟି ପାଇଁ ସବଟାଇଟଲ୍ ଟ୍ରଫି ମଧ୍ୟ ପ୍ରଦାନ କରାଯାଇଛି ।
ବେତନଟୀର କୁମାର ଅଭିଷେକ ହେଲେ ‘ମିଷ୍ଟର ଭୁବନେଶ୍ବର
|
October 31, 2020 |