~~~ ଜ୍ଞାନ ତୀର୍ଥ ~~~
ତୀର୍ଥ ମଧ୍ଯେ ସାର ଅଟେ ଜ୍ଞାନତୀର୍ଥ,
ପୁସ୍ତକାଗାର ନାମେ ଲଭିଛି ଖ୍ଯାତି |
ସ୍ନାନ କରି ଯହିଁ ଅଧମ ଲଭଇ,
ଅଜ୍ଞାନତା ମହାପାପରୁ ମୁକ୍ତି || (୧)
ମନୁଷ୍ୟ ଲଭଇ ଆଲୋକ ସନ୍ଧାନ,
ଭାଷା, ସଂସ୍କୃତିକୁ ଯାହା କରେ ବହନ |
ପ୍ରକାଶଇ ପୁଣି ଜ୍ଯୋତିପ୍ରକାଶ ,
ଧ୍ଯାନବଳେ ହୁଏ ଜ୍ଞାନ ନିର୍ମାଣ || (୨)
ପୁସ୍ତକ ଅଟଇ ଉତ୍ତମ ବନ୍ଧୁ,
ଜ୍ଞାନ ଯା କେବେ ବିନାଶ ନୋହି |
ତାର ସମ ଆଉ ବିମଳ ଆନନ୍ଦ,
ଆଉକେ ନଥାଏ ଦେଇ || (୩)
ଛୋଟ ଠାରୁ ବଡ଼ ସଭିଏଁ କରନ୍ତି,
ଯା ସାଥିରେ ସାରା ବିଶ୍ବେ ଭ୍ରମଣ |
ସଭିଙ୍କୁ ହଜାଏ ଭାବନା ରାଜ୍ଯରେ,
ହସିବା, କାନ୍ଦିବା ଶିଖାଏ ବହୁଜନ || (୪)
ଦେଇପାରିବନି ମୋବାଇଲ, ଇଣ୍ଟରନେଟ,
ପୁସ୍ତକର ସେଇ ଭାବ ଅମୃତାଞ୍ଜନ |
ନିତି ଯା ବଢାଏ ଧ୍ୟାନ-ଏକାଗ୍ରତା,
ସୁସ୍ଥ ରଖେ ସଦା ଶରୀର-ମନ || (୫)
ଭାଷା-ସଂସ୍କୃତିର ଉତ୍ଥାପନ ପାଇଁ,
ଲୋଡ଼ା ପାଠକୀୟ ଆନ୍ଦୋଳନ |
ନିର୍ମାଣ କରିବା ପ୍ରତି ଗ୍ରାମେ ପାଠାଗାର,
ଜ୍ଞାନାଲୋକ ହେବ ବିଶ୍ବଭୁବନ || (୬)
ବେଣୁଧର ସୁରୁଜାଳ
ସୋନପୁର, ଓଡ଼ିଶା
ବେଣୁଧର ସୁରୁଜାଳ
ସୋନପୁର ,ସୁବର୍ଣ୍ଣ ପୁର
ମୋ-9778881774



