ବେକାରୀ ସମସ୍ୟା ପ୍ରତିବାଦରେ ଯୁବ ବିଜେପିର ବିକ୍ଷୋଭ

Spread the love

ଭୁବନେଶ୍ୱର, ୨୧/୨/୨୦ (ସନ୍ଧାନ ନିଉଜ) : ରାଜ୍ୟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବେକାରୀ ସମସ୍ୟା ପ୍ରତିବାଦରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟ ସରକାର ରାଜ୍ୟର ଯୁବବର୍ଗଙ୍କୁ ରୋଜଗାର ଯୋଗାଇଦେବାରେ ବିଫଳ ହୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟାଳୟରୁ ଏକ ବିଶାଳ ରାଲି ବାହାରି ଲୋୟର ପିଏମଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ପ୍ରତିବାଦ ପଦଯାତ୍ରାରେ ବିଶ୍ୱରଞ୍ଜନ ବଡ଼ଜେନା, ସତ୍ୟବାଦୀ ଚଇନି, ସିକନ୍ଦର ଅଲ୍ଲୀ, କାମାକ୍ଷା ପ୍ରଧାନ, ଇରାଶୀଷ ଆଚାର୍ଯ୍ୟ, ଦୀପକ ଗୋଚ୍ଛାୟତ, ଅଭିଷେକ ଆଚାର୍ଯ୍ୟ, ସ୍ୱାଧୀନ ମହାନ୍ତି, ସୁଜିତ ସାହୁ, ଧୀରେନ ପାତ୍ର, ଦିଲୀପ ବେହେରା, ରଶ୍ମିରଞ୍ଜନ ମୁଦୁଲି, ଦିଲୀପ ମହାନ୍ତି, ବାବୁ ସିଂ, ଜଗନ୍ନାଥ ପ୍ରଧାନ, ହରେକୃଷ୍ଣ ଖୁଣ୍ଟିଆଙ୍କ ସମେତ ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀ ସାମିଲ ହୋଇଥିଲେ।

Related Posts

About The Author

Add Comment