ବେକରେ ରସି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ବଡ଼ବିଲ, ୧୮/୬ (ସନ୍ଧାନ ନିୟୁଜ) ବଣାଇ ଉପଖଣ୍ଡ ଲହୁଣୀପଡା ଥାନା ଅନ୍ତର୍ଗତ ବ୍ରାହ୍ମଣ ଗ୍ରାମରେ ଜଣେ ଯୁବକ ଘର ଭିତରେ ରସି ଲଗାଇ ଆତ୍ମହତ୍ଯା କରିଥିବା ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାପଡିବା ବୋଲି ପୋଲିସ ପ୍ରକାଶ କରିଛି। ଘଟଣାରୁ ପ୍ରକାଶ ଯେ ଲହୁଣୀପଡା ଥାନା ଅନ୍ତର୍ଗତ ଖୁଣ୍ଟଗାଁ ଗ୍ରାମର କାଣ୍ଡେ କାଲନ୍ଦି ଓରଫ ଚିତ୍ର କାଲନ୍ଦି ନାମକ ଯୁବକ ବ୍ରାହ୍ମଣ ଗାଁରେ ଏକ ବର୍ଷ ହେବ କାଣ୍ଡେ କାଲନ୍ଦୀ ନାମଙ୍କ ଜଣେ ବିଧବା ମହିଳାଙ୍କ ଘରେ ରହୁଥିଲେ। ଗତକାଲି ରାତିରେ ଘରେ କେହି ନଥିବାର ସୁଯୋଗ ନେଇ ଯୁବକ ଜଣଙ୍କ ଘର ଭିତରେ ବେକରେ ରସି ଲଗାଇ ଆତ୍ମହତ୍ଯା କରିଥିଲେ। ଉକ୍ତ ଘର ନିକଟରେ ଥିବା ଲୋକମାନେ ଆଜି ସକାଳ ଯୁବକ ଜଣଙ୍କ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଦେଖି ସଙ୍ଗେ ସଙ୍ଗେ ଗ୍ରାମରଖିଙ୍କୁ ଖବର ଦେଇଥିଲେ। ଗ୍ରାମରଖି ଘଟଣା ଦେଖିବା ପରେ ସଙ୍ଗେ ସଙ୍ଗେ ଲହୁଣୀପଡା ଥାନାକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକ ଝୁଲନ୍ତା ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। /Ananta
Related Posts
About The Author