ବହଳଦା, ୭/୧୦(ସନ୍ଧାନ ନ୍ୟୁଜ୍):- ବାମନଘାଟୀ ଉପଖଣ୍ଡର ବହଳଦା ଓ ଜାମଦା ତହସିଲ ଅଞ୍ଚଳରେ ତଥା ବହଳଦା ଥାନା ଇଲାକାରେ ବେଆଇନ ବାଲି ଚାଲାଣ- ଏବେ ଚରମ ସୀମାରେ ପହଞ୍ଚିଛି । ରାତାରାତି ଧନ କମାଇବାରେ ବେଆଇନ ବାଲି ବେପାର । ସ୍ଥାନୀୟ ଇଲାକାରେ ସର୍ବାଧୂକ ଲାଭଜନକ ବୃଦ୍ଧି ଏ ପାଲଟିଥିବାବେଳେ ଏଭଳି ବେଆଇନ ବାଲି ଚାଲାଣ ଘଟଣା ସ୍ଥାନୀୟ ପ୍ରଶାସନର ନିଦ ହଜାଇ ଦେଇଛି । ସେପଟେ ଆଗରୁ | ଟ୍ରାକ୍ଟର ଟ୍ରିପ ପିଛା ମାତ୍ର ସାତଶହରୁ ହଜାରେ ଟଙ୍କାରେ ମିଳୁଥିବା ବାଲି ଏବେ ସ୍ଥାନୀୟ ଇଲାକାରେ ପ୍ରାୟ ଦୁଇ ହଜାରରୁ ଅଢେଇ ହଜାର ଟଙ୍କାରେ ବିକ୍ରି ହେଉଛି । ଏହି କ୍ରମରେ ବେଆଇନ ବାଲିଚାଲାଣ ରୋକିବାକୁ ଗଠିତ ଉପଖଣ୍ଡସ୍ତରୀୟ ସ୍କାର୍ଡରେ ସାମିଲ ତିନି ଜଣ ବରିଷ୍ଠ ଅଧୁକାରୀଙ୍କୁ ମଙ୍ଗଳବାର ସକାଳେ ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗୀ ନିକଟରେ ବେଆଇନ ବାଲି ବେପାର ସହ ସଂପୃକ୍ତ କିଛି ବ୍ୟକ୍ତି ପୁଲିସ ଉପସ୍ଥିତିରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା, ସରକାରୀ କର୍ମଚାରୀଙ୍କୁ ଦାୟିତ୍ୱ ସମ୍ପାଦନ କରିବାରେ ବାଧା ଦେବା ଭଳି ଅଭାବନୀୟ ଅଭିଯୋଗ ଆସିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାସ୍ଥଳରେ ଏନେଇ ଉତ୍ତେଜନା ପ୍ରକାଶ ପାଇବା ସହ ମାମଲା ବର୍ତ୍ତମାନ କୋର୍ଟକଚେରୀ ଯାଏଁ ପହଞ୍ଚିଛି । ବହଳଦା ଥାନାରେ ଏନେଇ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ୨ଜଣ ଟ୍ରାକ୍ଟର ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ୩ଟି ଟ୍ରାକ୍ଟର ଜବତ ହୋଇଛି । ଖବର ମୁତାବକ ମଙ୍ଗଳବାର ବାମନଘାଟୀ ସବକଲେକ୍ଟର ଓ ଏସଡିଏମଙ୍କ ନିର୍ଦ୍ଦେଶ ମୁତାବକ ଉପଖଣ୍ଡସ୍ତରୀୟ ସ୍କାର୍ଡରେ ସାମିଲ ରାଇରଙ୍ଗପୁର ତହସିଲଦାର ଯୋଗରଞ୍ଜନ ନାୟକ, କୁସୁମୀ ତହସିଲଦାର ସୁଶାନ୍ତ କୁମାର ବରାଳ ଓ ବହଳଦା ତହସିଲଦାର ପରମାନନ୍ଦ ଖଣ୍ଡଇ ବାସିଙ୍ଗୀ ନିକଟରେ ୩ଟି ବାଲି ବୋଝେଇ ଟ୍ରାକ୍ଟର ଧରିବା ସହ ଥାନାକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଉକ୍ତ ବାଲି ବୋଝେଇ ୩ଟି ଟ୍ରାକ୍ଟର ବୋଝେଇ ହୋଇଥିବା ବାଲିକୁ ଅନଲୋଡ କରିଦେବା ଭଳି ଅଭାବନୀୟ ପୃଷ୍ଠତା ପ୍ରଦର୍ଶନ କରିବା ଚର୍ଚ୍ଚାର ବିଷୟ ହୋଇଛି । ପୁନଶ୍ଚ : ପୁଲିସ ଉପସ୍ଥିତିରେ ସ୍କାର୍ଡରେ ସାମିଲ ଅଧୁକାରୀମାନଙ୍କୁ ଅର୍ଶୀଳ ଭାଷାରେ ଗାଳିଗୁଲଜ କରିବା ଓ ଦାୟିତ୍ବ ନିର୍ବାହରେ ବାଧା ଦେବା ନେଇ ଅଭିଯୋଗ ହୋଇଛି । ରାଇରଙ୍ଗପୁର ଏସଡିପିଓ ସ୍ନେହାଶିଷ ସାହୁ ଓ ବହଳଦା ଥାନା ଆଇଆଇସି ଯୋଗେନ୍ଦ୍ର କୁମାର ମଲ୍ଲିକ, ଏସଆଇ ଭାସ୍କର ପ୍ରଧାନ ଓ ଏଏସଆଇ ହଟନାଥ ନାୟକଙ୍କ ଉପସ୍ଥିତିରେ ସ୍କାର୍ଡରେ ସାମିଲ ସଂପୃକ୍ତ ୩ଜଣ ବରିଷ୍ଠ ଅଧୁକାରୀ ( ତହସିଲଦାର) ବହଳଦା ଥାନାରେ ଏନେଇ ଲିଖୁ ଏତଲା ଦେବା ପରେ ଉକ୍ତ ଅଭିଯୋଗ ଆଧାରରେ ବହଳଦା ଥାନା କେସ ନଂ ୭୨/୨୦ ଓ ଆଇପିସିର ଦଫା ୩୭୯, ୪୧୧, ୨୯୪, ୧୮୬, ୫୦୬ ଓ ୩୪ – ଆଇପିସି ମୂଳେ ତଥା ଓଡିଶା ମାଇନର ମିନେରାଲ କନସେସନ ରୁଲ୍ମ-୨୦୧୬ର ଧାରା ୫୧ ମୁତାବକ ଦଫାରେ ଏକ ମାମଲା ରୁଜୁ ହୋଇଛି। ମାମଲାରେ ଅଭିଯୁକ୍ତ ଦୀପକ କୁମାର ସାହୁ ଓ ପ୍ରକାଶ କୁମାର ସାହୁଙ୍କୁ ଗିରଫ କରାଯାଇ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରଯାଇଛି । ଏହା ସହିତ ୩ଟି ଟ୍ରାକ୍ଟରକୁ ମଧ୍ୟ ଜବତ କରଯାଇଛି । ଘଟଣାର ତଦନ୍ତ ଜାରି ରହିଛି । ବହଳଦା ଥାନାର ଏସିଆଇ ଭାସ୍କର ପ୍ରଧାନ ମାମଲାର ତଦନ୍ତ ଅଧିକାରୀ ରହିଛନ୍ତି । ଉକ୍ତ ଘଟଣାକୁ ନେଇ ସମଗ୍ର ବହଳଦା ଇଲାକାରେ ଚର୍ଚ୍ଚାର ବିଷୟ ହୋଇଛି ।
ବେଆଇନ ବାଲି ଚାଲାଣ:୨ଗିରଫ, ୩ ଟ୍ରାକ୍ଟର ଜବତ
|
October 7, 2020 |