ବେଆଇନ ଧଳାପଥର ଚାଲାଣ : ୩ ଟ୍ରକ୍ ଜବତ

Spread the love

କୁଳିଅଣା, ୦୫.୦୧.୨୦୨୧(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା): ମୟୂରଭଞ୍ଜ ଜିଲ୍ଲା ସାରସକଣା ତହସିଲ ଅନ୍ତର୍ଗତ ବାଗବୁଡ଼ା, କଳାପାଣି, ପାକଟିଆ ଅଂଚଳରେ ଟ୍ରକ୍ ଓ ଟ୍ରାକ୍ଟର ଯୋଗେ ବ୍ୟାପକ ଧଳାପଥର କାରବାର ହେଉଛି। ଗତକାଲି  ରାତିରେ ଜିଲ୍ଲା ସିଭିଲ୍ ସ୍ମାତ୍ ଓ ଝାଡ଼ପୋଖରିଆ ପୁଲିସ ମିଳିତ ଭାବେ ଚଢ଼ାଉ କରି କଳାପାଣିରୁ ଓଆର-୧୧-ଜି-୦୫୫୭ ନମ୍ବରର ଏବଂ ସାରସକଣାରୁ ଓଡି-୦୧- କେ-୧୪୦୪ ନମ୍ବରର ଦୁଇଟି ଟ୍ରକ୍ ଧରିଥିଲେ। ସେହିପରି କୁଳିଅଣା ନିକଟ ଶୁଖୁଆପୋଡ଼ାଠାରେ ମଧ୍ୟ ଆଉ ଗୋଟିଏ ଧଳାପଥର ବୋଝେଇ ଟ୍ରକ୍ ଟ୍ରକ୍ ଧରାହୋଇଛି। ଗତକାଲି ରାତିରେ କୁଳିଅଣା ଥାନା ସିଏଏସ୍‌ଆଇ ଅନୀଲ କୁମାର ସେ ଏବଂ ଓଏପିଏଫ୍/୧୧୫ ଆସି ପରଜାଙ୍କ ସହ କାମତା- ଶୁଖୁଆପୋଡ଼। – କୁଳିଅଣ। ଅଂଚଳରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଏକ ଗାଡ଼ିରେ ବେଆଇନ ଧଳାପଥର ଚାଲାଣ ହେଉଥିବା ଖବର ମିଳିଥିଲା । ଫଳରେ ପୁଲିସ ସେମାନେ ଓଡି ୦୧- ଏସି-୪୦୮୯ ନମ୍ବର ଗାଡ଼ିକୁ ଶୁଖୁଆପୋଡ଼ାଠାରେ ଅଟକାଇ କାଗଜପତ୍ର ଯାନ କରିଥିଲେ। ଯାଚ ସମୟରେ ଗାଡ଼ି କର୍ମଚାରୀ ଧଳାପଥର ପରିବହନ କୌଣସି କାଗଜପତ୍ର ଦେଖାଇ ପାରି ନଥିଲେ। ଫଳରେ ଥାନାରେ ୧/୨୧ରେ ମାମଲା ରୁଜୁ ହୋଇଥିବା ବେଳେ ଉକ୍ତ ଗାଡ଼ିକୁ ଜବତ କରାଯାଇଛି‌ ଏବଂ ଗାଡ଼ିର ଡ୍ରାଇଭର କିଷୁନ ସୋରେନ (୩୦) କୋର୍ଟ ଚାଲାଣ ହୋଇଥିବା ଜଣାପଡ଼ିଛି।

Related Posts

About The Author

Add Comment