ବେଆଇନ ଗାଡ଼ି ଚାଳକଙ୍କୁ ଧରିବାକୁ ରାଜପଥରେ ସିସିଟିଭି ଲଗାଇବେ ସରକାର

Spread the love

ଭୁବନେଶ୍ୱର, ୪/୧/୨୦ (ସନ୍ଧାନ ନିଉଜ) : ଜାତୀୟ ରାଜପଥରେ ବି ବେଆଇନ ଗାଡ଼ି ଚାଳକଙ୍କୁ ଧରିବାକୁ ରାଜପଥରେ ସିସିଟିଭି ଲଗାଇବେ ସରକାର। ଏନେଇ ରାଜ୍ୟ ସଡ଼କ ସୁରକ୍ଷା ପରିଚାଳନା ବୈଠକରେ ନିଷ୍ପତ୍ତି ହୋଇଛି। ଦିଶା ବା ଡ୍ରାଇଭିଙ୍ଗ ଇଲେକଟ୍ରୋନିକ୍‌ ଏନଫୋର୍ସମେଣ୍ଟ ସେଭ୍‌ ହ୍ୟୁମାନ ଲାଇଭ ନାଁରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ।

ଏଥିପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚରେ ଯାଜପୁର ସାନ ବରୁଆଁରୁ ଖୋର୍ଦ୍ଧା ରାମେଶ୍ବର ଯାଏ ଜାତୀୟ ରାଜପଥକୁ ବଛାଯାଇଛି। ଏହି ଅଞ୍ଚଳରେ ଗାଡ଼ି ଚାଳକଙ୍କ ଉପରେ ନଜର ରଖିବ ସିସି କ୍ୟାମେରା। ନିୟମ ଉଲ୍ଲଂଘନକାରୀ ଡ୍ରାଇଭର ପାଖକୁ ଇ-ଚାଲାଣ ଯିବ ।ସେହିପରି ସିଟିଜେନ୍‌ ରିପୋର୍ଟିଙ୍ଗ ଅନ୍‌ ରୋଡ ସେଫ୍ଟି କାର୍ଯ୍ୟକାରୀ ପ୍ରସ୍ତାବ ଆସିଛି। ଏଥିରେ ଗୋଟିଏ ଆପ୍‌ ମାଧ୍ୟମରେ ସାଧାରଣ ଲୋକେ ଟ୍ରାଫିକ ନିୟମ ଉଲ୍ଲଂଘନ ସଂପର୍କରେ ସୂଚନା ଦେଇପାରିବେ ।…

ଜାତୀୟ ରାଜପଥରରେ ସିସିଟିଭି ଲଗାଯିବା ପ୍ରସ୍ତାବକୁ ବିଶେଷଜ୍ଞ ମାନେ ସ୍ବାଗତ କରିଛନ୍ତି । ଏହାଦ୍ବାରା ଗାଡି ଚାଳକଙ୍କ ମନରେ ଭୟ ରହିବ ଏବଂ ଦୁର୍ଘଟଣା କମିପାରିବ।…

Related Posts

About The Author

Add Comment