ବେଆଇନ ଖଣି ଖନନ ଅଭିଯୋଗରେ ରାଉରକେଲା ରେ କ୍ରାଇମବ୍ରାଞ୍ଚ ଟିମ୍

Spread the love

ରାଉରକେଲା, ୩/୧୧ (ସନ୍ଧାନ ନିୟୁଜ) : ରାଉରକେଲା ବିଶ୍ରା ବ୍ଲକ୍ ମୋଚିକୁଦା ଗାଁରେ ଆଜି ପହଞ୍ଚିଥିଲା ରାଉରକେଲା ରେ କ୍ରାଇମବ୍ରାଞ୍ଚ ଟିମ୍। ତେବେ ଖଣି ମାଫିଆମାନେ ବେଆଇନ ଖଣି ଖନନ କରି ବିକ୍ରି କରିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଟିମ୍ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖଣିକୁ ବେଆଇନ ଭାବେ ଖନନ କରି ବିକ୍ରି ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଅଭିଯୋଗ ହୋଇଥିଲା। ଏବେ ଆରଆଇ ଓ ଫରେଷ୍ଟ ଗାର୍ଡକୁ ନେଇ ପଚରାଉଚରା କରିଛନ୍ତି କ୍ରାଇମବ୍ରାଞ୍ଚର ଡିଏସ୍ପି। ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି।

Related Posts

About The Author

Add Comment