ବେଆଇନ ଇଟାଭାଟିକୁ ନଷ୍ଟକଲା ବରୀ ପ୍ରଶାସନ ।

Spread the love

ଯାଜପୁର /୧୭/୦୪/ସନ୍ଧାନ ନିଉଜ୍/ବରୀ ବ୍ଲକ ରମ୍ପା ପଞ୍ଚାୟତସ୍ଥିତ ନେଉଲା ରାଜସ୍ୱ ଗ୍ରାମର ଜମୁଡିହ ବ୍ରାହ୍ମଣ ସାହି ନିକଟରେ ବେଆଇନ ଭାବେ ଲଗାଯାଇଥିବା ଇଟାଭାଟିକୁ ବରୀ ତହସିଲ ପ୍ରଶାସନ ବରୀ ଦମକଳ ଓ ବରୀ ପୋଲିସ ର ଉପସ୍ଥିତରେ ପାଣି ପକାଇ ଲିଭାଇ ନଷ୍ଟ କରିଥିବା ଦେଖିବାକୁ ମିଳିଛି ।ସୂଚନା ଅନୁଯାୟୀ ଅରୁଆଳ ଗ୍ରାମର ଅବତାର ଖାଁ ଏହି ଇଟା ଭାଟିକୁ ଗତ ରବିବାର ମଧ୍ୟାହ୍ନ ସମୟରେ ଲଗାଇଥିଲା , ଏହି ଭାଟିରୁ ପ୍ରବଳ ଧୁଆଁ ଓ ଉତାପ ଯୋଗୁ ସ୍ଥାନୀୟ ଅଞ୍ଚଳର ଲୋକେ ନାହିଁ ନଥିବା ଡ଼ହଳ ବିକଳ ହେବା ସହ କିଛି ଅଣନିଶ୍ୱାସୀ ମଧ୍ୟ ହୋଇ ପଡ଼ିଥିଲେ , ବରିଷ୍ଠ ସାମ୍ବାଦିକ ସଂଯତ କୁମାର ମହାନ୍ତି ମଧ୍ୟ ସ୍ବାଶ ରୁଧ ହୋଇ ସନ୍ଧ୍ୟା ସମୟରେ ୧୦୮ଆମ୍ବୁଲାନ୍ସ ରେ ବରୀ ରାମଚନ୍ଦ୍ରପୁର ଡାକ୍ତରଖାନା ରେ ଅମ୍ଳଜାନ ଚିକିତ୍ସା ଦ୍ୱାରା ସମ୍ୟକ ସୁସ୍ଥ ହୋଇ ଏ ବିଷୟରେ ସାମାଜିକ ଗଣ ମାଧ୍ୟମ ଓ ବରୀ ତହସିଲଦାର ଙ୍କୁ ଅବଗତ କରାଇଥିଲେ , ଅଭିଯୋଗ ପାଇ ବରୀ ତହସିଲଦାର ଶ୍ରୀମତି ତିଳୋତମା ପୃଷ୍ଟି ଆଜି ମଧ୍ୟାହ୍ନ ସମୟରେ ପହଁଚି ଦମକଳ ବାହିନୀ ଦ୍ୱାରା ଇଟାଭାଟିକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଇଥିଲେ ।ଇହି ଭାଟିର ମାଲିକ ଙ୍କ ପ୍ରତି ଆଇନି ଅନୁଯାୟୀ ଦଣ୍ଡ ବିଧାନ କରାଯିବ ବୋଲି ତହସିଲଦାର ଶ୍ରୀମତି ପୃଷ୍ଟି କହିଛନ୍ତି ଓ ଅନ୍ୟମାନେ ଏପରି ବେଆଇନ କାର୍ଯ୍ୟ ନକରିବାକୁ ତାଗିତ କରିଛନ୍ତି ।
ସୁରେଶ କୁମାର କର ଙ୍କ ରିପୋର୍ଟ

Related Posts

About The Author

Add Comment