ଚଣ୍ଡିଖୋଲ,୧୭/୦୨/୨୦୧୧ (ସନ୍ଧାନ ନିଉଜ ) ଦର୍ପଣ ତହସିଲ ଅଂଚଳରେ ବିଭିନ୍ନ ସ୍ଥାନରେ ବେଆଇନ୍ ଭାବେ ମରୋମ ଓ ବାଲି ଚୋରା ଚାଲାଣ କରାଯାଉଥିବା ବେଳେ ଏଥିରେ ତହସିଲଦାର ଏବଂ କାର୍ଯ୍ୟର୍ଳର ବହୁ କର୍ମଚାରୀ ଲିପ୍ତ ରହିବା ସହିତ ମାଫିଆ ମାନଙ୍କୁ ପ୍ରୋତ୍ସାହନ ଦେଇଆସୁଛନ୍ତି । ଫଳରେ ପ୍ରତିଦିନ ଶହ ଶହ ସଂଖ୍ୟାରେ ମୋରମ ଚାଲାଣ ହେବା ସହିତି ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀ ଘଟୁଛି । ଏଥି ସହିତ ପରିବେଶ ମଧ୍୍ୟ ସଂନ୍ତୁଳନ ହରାଉଛି । ଏଭଳି ଅଭିଯୋଗ ଏବଂ ଗଣମାଧ୍୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତରବରିଆ ଭାବେ ସଂପୃକ୍ତ ବେଆଇନ ଖାଦାନରୁ ମୋରମ ଚାଲାଣ ହେଉଥିବା ବେଳେ ବଡଚଣା ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ଜ୍ୟୋତିରଞ୍ଜନ ମହାପାତ୍ର ସେଠାରେ ପହଞ୍ଚି ଚାଲାଣରେ ବ୍ୟବହାର ହେଉଥିବା ଜେସିବିର ଚାଳକ ଓ ଖଲାସିକୁ ଥାନକୁ ନେଇ ଅଟକ ରଖିଛନ୍ତି । ଘଟଣା ସଂପର୍କରେ ତଦନ୍ତ କରିବା ପାଇଁ ଯାଜପୁର ଉପଜିଲାପାଳ ଜ୍ୟୋତିରଞ୍ଜନ ମହାପାତ୍ର ଆଜି ସକାଳେ ଦର୍ପଣ ତହସିଲରେ ପହଞ୍ଚି ତହସିଲଦାରଙ୍କ ସହିତ ଆଲୋଚନା କରି ଫେରିଯାଇଛନ୍ତି ।
ସୂଚନା ଅନୁସାରେ ବେଆଇନ ଭାବେ ଦର୍ପଣ ତହସିଲ ଅନ୍ତର୍ଗତ ମୋରମ ଖାଦାନ ଅଂଚଳ ବାଘୁଆ ଏବଂ ସେଠାରେ ଥିବା କ୍ଷୁଦ୍ର ଜଳସେଚନ ଅଧିନସ୍ଥ ଜମିରେ (ଯୋରାବାଟି) ବେଆଇନ ଭାବେ ବିନା ଲିଜରେ ମୋରମ ଉଠାଇ ଧର୍ମଶାଳା ବ୍ଲକ ଅଞ୍ଚଳରେ ଥିବା ଏକ ଘରୋଇ କମ୍ପାନୀକୁ ବିକ୍ରି କରାଯାଉଥିବା ଜଣାପଡିଥିଲା । ଯେଉଁ ମାଫିଆମାନେ ବିନା ଲିଜରେ ଏହି ସରକାରୀ ଜମିରୁ ମୋରମ ଚାଲାଣ କରୁଛନ୍ତି ସେମାନେ ରାତାରାତି ମୋଟା ଅଙ୍କର ଅର୍ଥ ଉପାର୍ଜ୍ଜନ କରୁଛନ୍ତି । ଦର୍ପଣ ତହସିଲ ଅଞ୍ଚଳରେ ମାତ୍ର ୩/୪ଟି ସ୍ଥାନରେ ମୋରମ ଉଠାଣ ପାଇଁ ତହସିଲ ପକ୍ଷରୁ ଲିଜ ପ୍ରଦାନ କରାଯାଇଛି କିନ୍ତୁ ଯେଉଁ ସ୍ଥାନରୁ ଏହି ମୋରମ ଉଠାଯାଉଛି ସେହି ଜମିକୁ ଲିଜ ପ୍ରଦାନ କରାଯାଇନଥିବା ଦର୍ପଣ ତହସିଲଦାର ସୂଚନା ଦେଉଥିଲେ । ଏବିଷୟରେ ବଡଚଣା ଥାନାଧିକାରୀଙ୍କୁ ମଧ୍ୟ ଯୋଗାଯୋଗ କରାଯାଇଥିଲା, ଏହା ଆମ କାମ ନୁହେଁ ଏହା ତହସିଲଦାରଙ୍କ ଦାୟିତ୍ୱ ଯଦି କାର୍ଯ୍ୟାନୁଷ୍ଠାନ ନହୁଏ ତେବେ ଆମକୁ କହିଲେ ଆମେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବୁ ବୋଲି କହିଥିଲେ । କିଛି ବଡବଡ ହାଇୱାରେ ବ୍ଳକ ପଛ ପଟ ରାସ୍ତାଦେଇ ଧାନମଣ୍ଡଳ ରାସ୍ତାରେ ଯାଇ ଧର୍ମଶାଳା ଅଞ୍ଚଳକୁ ଯାଉଥିବା ଖବର ପ୍ରକାଶ ପାଇଥିଲା । ତେବେ ଏହି ଘଟଣା ବିଷୟରେ ତଦନ୍ତ କରିବା ପାଇଁ ଉପଜିଲାପାଳ ଦର୍ପଣ ତହସିଲରେ ପହଞ୍ଚି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ଫେରିଯାଇଥିଲେ । ଏହାକୁ ନେଇ ଉପଜିଲାପାଳ ଶ୍ରୀ ମହାପାତ୍ରଙ୍କୁ ପଚାରିବାରୁ ଏହାକୁ ନେଇ ଜିଲାସ୍ତରରେ ଆଲୋଚନା କରାଯିବ ଏବଂ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ପ୍ରକାଶ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
ଧର୍ମଶାଳା ଅଞ୍ଚଳରେ ଚୋରା ମୋରମ ଚାଲାଣ ହେଉଥିବା ବାରମ୍ବାର ଅଭିଯୋଗ ପରେ ଯଦି ସ୍ଥାନୀୟ ପ୍ରଶାସନ ଏହା ଉପରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତା ତେବେ ହୁଏତ ଏପରି ବେଆଇନ ଚାଲାଣ ବନ୍ଦ ହୋଇପାରନ୍ତା । ଆଗାମି ଦିନରେ ବଡଚଣା ପ୍ରଶାସନ ଯଦି ନୟମିତ ଭାବରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଏହା ଆହୁରି ଭୟଙ୍କର ରୂପନେବ ବୋଲି ବିରୋଧିଙ୍କ ପକ୍ଷରୁ କୁହାଯାଇଛି । ଏ ସମ୍ପର୍କରେ ବିଜେପି ରାଜ୍ୟ ସମ୍ପାଦକ ଅମର ନାୟକ ଗତକାଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅବଗତ କରିବା ପରେ ଆଜି ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । କ୍ଷୁଦ୍ର ଜଳ ସେଚନ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ଶ୍ରୀ ନାୟକ ଅବଗତ କଲାପରେ ଆମ୍ଭେ କାହାକୁ ଏଭଳି ମୋରାମ ଚାଲାଣ କରିବା ପାଇଁ ଅନୁମତି ଦେଇନାହୁଁ , ଯଦି କେହି ଏଭିଳି କରିଛନ୍ତି ତାଙ୍କ ବିରୁଧରେ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି । ଏ ସମ୍ପର୍କରେ ତହସିଲଦାର ବରେନ୍ଦ୍ରୁ ମହାନ୍ତିଙ୍କୁ ଗଣମାଧ୍ୟମର ପ୍ରତିନିଧି ମାନେ ପଚାରିବାରୁ ସେ ଉତକ୍ଷିକ୍ତ ହୋଇ ମୁଁ କିଛି କହିପାରିବି ନାହିଁ ତମେ ଯାହା କରିବାର ଅଛି କହିବା ସହିତ କର । ଏହାପରେ ଶ୍ରୀ ନାୟକ ତହସିଲ କାର୍ଯ୍ୟଳୟରେ ପଂହଚି ତହସିଲଦାରଙ୍କୁ ବେଆଇନ୍ ମରୋମ ଚାଲାଣ ସମ୍ପର୍କରେ ସବିଶେଷ ତଥ୍ୟ ମାଗିବା ସହିତ ଏହା ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ କହିଥିଲେ । ଅଫିସ ପରିସର ବାହାରେ କେତକ ଗଣମାଧ୍ୟମ ପ୍ରତିନିଧି ଶ୍ରୀ ନାୟକଙ୍କ ପ୍ରତିକ୍ରୟା ନେବା ପରେ ତହସିଲଦାର ଦୁଇଜଣ ପ୍ରତିନିଧିଙ୍କୁ ଡାକି ଧମକ ଦେଇଥିଲେ ଜଣେ ରାଜନୈତିକ ବ୍ୟକ୍ତିଙ୍କ ଠାରୁ ଅଫିସ ମଧ୍ୟରେ କାହିଁକି ପ୍ରତିକ୍ରୟା ନେଲ ତୁମ ବିରୁଧରେ କେସ କରିବି ବୋଲି କହି ଧମକାଇଥିଲେ । ତୁରନ୍ତ ଏଭଳି ତହସିଲଦାରଙ୍କୁ ଏଠାରୁ ବଦଳି କରିବା ସହିତ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ସାଧରଣରେ ଦାବି ହେଉଛି ।