ବୃନ୍ଦାଦେଇପୁରରେ କାଗଜ କଲମରେ ଶିଶୁ ସୁରକ୍ଷା କମିଟି: ବହି ବଦଲରେ ଶିଶୁ ହାତରେ ଭିକ୍ଷା ଥାଳ 

Spread the love

ଧର୍ମଶାଳା,୩୦/୩ (ସନ୍ଧାନ ନିୟୁଜ) -ଶିଶୁ ଟିଏ ଯେପରି ପ୍ରାଥମିକ ଶିକ୍ଷା ରୁ ଆଦୌ ବଞ୍ଚିତ ନ ହୁଏ, ସେଥିପ୍ରତି ଶତପ୍ରତି ଗୁରୁତ୍ୱ ଦେଇ ସରକାର ପ୍ରଣୟନ କରିଛନ୍ତି ସର୍ବ ଶିକ୍ଷା ଅଭିଯାନ।ସଭିଏଁ ପଢ଼ନ୍ତୁ, ସଭିଏଁ ବଢନ୍ତୁ ଲକ୍ଷ୍ୟରେ ଗାଁ ଗଣ୍ଡା ରେ ଖୋଲାଯାଇଛି ଛଟୁ ଫୁଟିଲା ଭଳି ଶିକ୍ଷାନୁଷ୍ଠାନ।ପୁଣି ଶିଶୁ ମାନଙ୍କ ର ଶୈକ୍ଷିକ ଦିଗ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାପାଇଁ ଗଠିତ ହୋଇଛି ଜିଲ୍ଲା ଓ ପଂଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି।ଏ ସବୁ ଯୋଜନା ବାବଦରେ ସରକାରୀ ସ୍ତରରେ କୋଟି କୋଟି ଟଙ୍କା ଅର୍ଥ ଶ୍ରାଦ୍ଧ ହେଉଥିବା ବେଳେ ଅନ୍ୟ ପଟେ ତାହା ବିଭାଗୀୟ ଅଧିକାରୀ ଏବଂ କମିଟି କର୍ମକର୍ତ୍ତାଙ୍କ ଅପାରଗତା ଯୋଗୁ କେବଳ ପ୍ରହସନ ପାଳଟିବା ସହ  ଭାଷଣବାଜି, କାଗଜ କଲମ ଓ ବୈଠକରେ ସୀମିତ ରହୁଥିବା ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନଙ୍କ ମହଲରେ ସଦା ଚର୍ଚ୍ଚା ହେଉଛି । ସର୍ବୋପରି ଏ ଯୋଜନା ନାଲିଫିତା ତଳେ ବନ୍ଧା ପଡ଼ିଛି ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଛି।ତୃଣମୂଳ ସ୍ତରରେ କୋମଳ ମତି ଶିଶୁ ମାନଙ୍କର ଗୋରୁ ଚରାଇବା,ବୋତଲ ଗୋଟାଇବା ଓ ଭିକ୍ଷା ମାଗିବା ଭଳି ଅନେକ କରୁଣ ଓ ଘୃଣ୍ୟ ଦୃଶ୍ୟକୁ ଦେଖିଲେ ଶିଶୁ ସୁରକ୍ଷା ଯୋଜନା କାହା ପାଇଁ ଏବଂ ବିଭାଗ ଏଥି ନେଇ କଣ କରୁଛି ବୋଲି ଆପେଆପେ ମନରେ ଅନେକ ପ୍ରଶ୍ନ ଉଙ୍କି ମାରି ଥାଏ।ସ୍ପଷ୍ଟ ଦିବଲୋକରେ ବିଦ୍ୟାଳୟ କୁ ଯିବା ବୟସର ଶିଶୁମାନେ ଏପରି କାର୍ଯ୍ୟ କରି ଆସୁଥିବାର ଦୃଶ୍ୟ ସମସ୍ତେ ଦେଖୁଥିଲେ ମଧ୍ୟ କେହି ପାଟି ଖୋଲୁ ନ ଥିବା ସାଧାରଣ ରେ  ଅନୁଭୁତ ହୋଇଛି । ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ବୃନ୍ଦାଦେଇପୁର ଗ୍ରାମପାୟତରେ ଏକ ଶିଶୁ ସୁରକ୍ଷା କମିଟି କିଛି ବର୍ଷ ପୂର୍ବରୁ ଗଠିତ ହୋଇଥିଲା ହେଁ ତାହା ସେବେଠାରୁ ଶିଶୁ ମାନଙ୍କ ହିତରେ ଆଦୋୖ ଆସୁନଥିବା ଜଣାପଡ଼ିଛି।ଫଳରେ ଏହା ବର୍ଷ ବର୍ଷ ଧରି ନିଷ୍କ୍ରିୟ ହୋଇପଡିଥିବା ଅଭିଯୋଗ ହୋଇଛି।ଏଠାରେ ସ୍ଥାନୀୟ ବୃନ୍ଦାଦେଇପୁର ରାଜସ୍ବ ଗ୍ରାମର ତିନିଜଣ ଶିଶୁ ବିଦ୍ୟାଳୟକୁ ନଯାଇ ରାତି ପହିବା ମାତ୍ରେ ଭିକ୍ଷା ଥାଳ ଧରି ବହୁବାର ନିକଟବର୍ତ୍ତୀ ଗାଁ କୁ ଗାଁ ବୁଲୁଥିବାର,ଏପରିକି ଘୁଷୁରି ଚରାଉଥିବାର ଦେଖିବାକୁ ମିଳୁଛି।ଏତିକିବେଳେ ସେମାନଙ୍କୁ  ଧରି ବିଦ୍ୟାଳୟ କୁ ପଠା ଇବା  ଓ ଉତ୍ସା ହିତ କରିବା କମିଟି ର ଏକ ମୁଖ୍ୟ କାର୍ଯ୍ୟ ହୋଇଥିବା ବେଳେ ତାହା କିନ୍ତୁ ଏଠାରେ ନିଷ୍ଫଳ ହୋଇଛି ।ଶିଶୁ ହସିଲେ ସାରା ଦୁନିଆ ହସେ ଉକ୍ତି ଟି ସତେ ଯେପରି ଧର୍ମ କୁ ଆଖି ଠାର ସଦୃଶ ଉପହାସ୍ୟ ହୋଇଛି । ଏ ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ ପଚାରି ବାରୁ ସେ ଖୁବଶୀଘ୍ର ପଦକ୍ଷେପ ନେବେ ବୋଲି କହିଥିଲେ ।ଏହି ପଞ୍ଚାୟତ ର  ଉନ୍ନତି କହିଲେ ସାମାଜିକ କାର୍ଯ୍ୟକ୍ରମ ପରିବର୍ତେ କେବଳ ପଞ୍ଚାୟତ କୁ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟ ଉଦ୍ଦେଶ୍ୟରେ ଆସୁଥିବା ଆର୍ଥିକ ଅନୁଦାନ ଦ୍ବାରା ମୁଷ୍ଟିମେୟ କୁଜି ନେତା ଙ୍କର ଉନ୍ନତି ଘଟିବାକୁ  ହିଁ ବୁଝାଇ ଥାଏ । ତେଣୁ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ସେମାନଙ୍କୁ ଖୁବଶୀଘ୍ର ଥଇଥାନ କରାଯିବା କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ନିକଟରେ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି।

Related Posts

About The Author

Add Comment