ବୃଦ୍ଧଙ୍କ ଉପରେ ଚଢ଼ିଗଲା ଚାଉଳ ବୋଝେଇ ଟ୍ରକ – ଦୁର୍ଘଟଣା ଘଟାଇ ଗାଡି ଫେରାର

Spread the love

ପାଟଣା, ୧/୦୮/୨୦ (ସନ୍ଧାନ ନିଉଜ) : ପାଟଣା କେନ୍ଦୁଝର ରାସ୍ତାର କେନ୍ଦେଇପଶି ପୋଷ୍ଟ ଅଫିସ ନିକଟରେ ଆଜି ସନ୍ଧ୍ୟାରେ ଏକ ଚାଉଳ ବୋଝେଇ ଟ୍ରକ ଜଣେ ବୃଦ୍ଧଙ୍କ ଉପରେ ଚଢିଯିବାରୁ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କେନ୍ଦେଇପଶି ଗ୍ରାମର ଗଙ୍ଗାଧର ବେହେରା (୬୩) ପ୍ରତକ୍ଷ ଦର୍ଶୀଙ୍କ ସୂଚନା ଅନୁଯାୟୀ ଗଙ୍ଗାଧର ସାଇକେଲ ସାହାଯ୍ୟରେ ମାଂସ ନେଇ ଘରକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ଚାଉଳ ବୋଝେଇ ୧୦ ଚକିଆ ଟ୍ରକ ତାଙ୍କ ଉପରେ ଚଢିଯାଇଥିଲା ସ୍ଥାନୀୟ ଲୋକେ ପାଟଣା ଅଗ୍ନିଶମ ବାହିନୀଙ୍କୁ ଖବର ଦେବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଦୁର୍ଘଟଣା ପରେ ଲୋକେ ତୁରୁମୁଙ୍ଗା ପୋଲିସକୁ ଖବର ଦେଇଥିଲେ ହେଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନଥିବାରୁ ଅସନ୍ତୋଷ ଦେଖା ଦେଇଛି। ଅନ୍ୟ ପଟେ ଦୁର୍ଘଟଣା ଘଟାଇ ଥିବା ଡ୍ରାଇଭର ଜଣଙ୍କ ମଦ ନିଶାରେ ଥିବା ଯୋଗୁ ଏପରି ଦୁର୍ଘଟଣା ଘଟିଥିବା ପ୍ରତ୍ୟେକ୍ଷ ଦର୍ଶୀ କହିଛନ୍ତି।

Related Posts

About The Author

Add Comment