ବୃଦ୍ଧଙ୍କ ଆତ୍ମହତ୍ୟା

Spread the love

ରାଉରକେଲା, ୨୨/୦୧/୨୦ (ସନ୍ଧାନ ନିଉଜ) : ଟାଙ୍ଗରପାଲ୍ଲୀ ଥାନା ଅନ୍ତର୍ଗତ ଟାଙ୍ଗରପାଲ୍ଲୀର ପାତ୍ର ବସ୍ତିରେ ଘଟିଛି ଏକ ଅଘଟଣ । ବସ୍ତିରେ ରହୁଥିବା ୭୦ ବର୍ଷିୟ  ରାମେଶ୍ୱର ପାତ୍ର ବେକରେ ରଶି ଦେଇ ଆତ୍ମହତ୍ୟା କରିଥିବା ଖବର ମିଳିଛି ।  ମିଳିଥିବା ସୂଚନା ଅନୁଯାୟୀ, ବୃଦ୍ଧ ଜଣଙ୍କ  ନବକୃଷ୍ଣନଗର ରାସ୍ତା ପାଖରେ ଥିବା ଏକ ଗଛରେ  ଫାଶୀ ଦେଇ ଝୁଲି ପଡିଥିବା ସ୍ଥାନୀୟ ଲୋକ ଦେଖିବା ପରେ ପୁଲିସକୁ ସୂଚନା ଦେଇଥିଲେ । ଟାଙ୍ଗରପାଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଂଚି ବୃଦ୍ଧଙ୍କ ଶବ ଜବତ କରିବା ସହ ଏକ ଅପମୃ୍‌ତ୍ୟୁ ମାମଲା ରୁଜୁ କରିଛି । ବୃଦ୍ଧ ଜଣଙ୍କ ପାରିବାରିକ କଳହରୁ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ପୁଲିସ ପ୍ରାଥମିକ ତଦନ୍ତ କାଳରେ ଅନୁମାନ କରିଛି ।

Related Posts

About The Author

Add Comment