ବୃତି ମୋ ପୋଷେ କୁଟୁମ୍ବ: ନିଜ କୌଳିକ ବୃତ୍ତିକୁ ବଞ୍ଚେଇ ରଖିଥିବା ଆଖୁ ଚାଷୀ ବୈକୁଣ୍ଠ 

Spread the love
ସୁନ୍ଦରଗଡ , ୧/୦୨ /୨୦୨୧ (ସନ୍ଧାନନିଉଜ/ରୋଶନ ପଟେଲ ) – ଟାଙ୍ଗରପାଲି  ବ୍ଲକ  ଅନ୍ତର୍ଗତ କିରିପସିରI ପଞ୍ଚାୟତ ର କେପସେ  ଗ୍ରାମ ର ପ୍ରାୟ ଲୋକେ ଆଖୁ ଚାଷ କରନ୍ତି I ସେମାନଙ୍କ ମଧ୍ୟରୁ  ବୈକୁଣ୍ଠ ବାଦଲ  ଜଣେ , ଯିଏକି ଦୀର୍ଘ ଅଠର ବର୍ଷ ହେଲାଣି ନିଜର କୌଳିକ ବୃତ୍ତି “ଆଖୁଚାଷ” କରି ଆସୁଛନ୍ତି I ଯିଏ ସମସ୍ତଙ୍କୁ ଆଖୁରସ ଏବଂ ଗୁଡ ଯୋଗାଇ ଆସୁଛନ୍ତି I ଗାଁ ରୁ ଗାଁ ବୁଲି ସେ ସମସ୍ତଙ୍କ ଆଖୁରସ ର ଚାହିଦା ପୂରଣ କରୁଛନ୍ତି I ତାଙ୍କୁ ୪୮ ବର୍ଷ ବୟସ ହୋଇ ଥିବା ବେଳେ ତାଙ୍କ ପରିବାର ରେ ତାଙ୍କର  ମା , ବାପା ଏବଂ ତାଙ୍କର ଗୋଟିଏ  ପୁଅ ଏବଂ ଗୋଟିଏ ଝିଅ  ଅଛନ୍ତି I ସେ ପ୍ରାୟ ୨ ଏକର  ଚାଷ ଜମି ରେ ଆଖୁ ଚାଷ କରି ଆସୁଛନ୍ତି I ଏତେ ବର୍ଷ ହେଲାଣି ଆଖୁ ଚାଷ କରି ଆସୁଥିବାବେଳେ ସରକାରଙ୍କ ତରଫରୁ କେବେ କିଛି ସୁବିଧା ପାଇଁ ନାହାନ୍ତି I କିନ୍ତୁ ସେ ହାର ନ ମାନି  ନିଜେ ପରିଶ୍ରମ କରି ସମସ୍ତଙ୍କ ର ଚାହିଦା ପୁରାଣ କରି ପାରିଛନ୍ତି I

Related Posts

About The Author

Add Comment