ବୁଲୁବୁଲୁ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍ ଧାମରାରେ

Spread the love

ଭଦ୍ରକ,୧୫/୧୧ (ସନ୍ଧାନ ନିୟୁଜ): ଗତ କିଛି ଦିନ ତଳେ ବାତ୍ୟା ବୁଲୁବୁଲୁ ଭଦ୍ରକ ଜିଲ୍ଲାରେ ଘଟାଇଥିବା ଅଭୁତ କ୍ଷତିର ଅନୁଧ୍ୟାନ ପାଇଁ ଆଜି କେନ୍ଦ୍ରୀୟ ଟିମ୍ ଭଦ୍ରକର ଧାମରା ଗସ୍ତରେ ଆସିଛନ୍ତି । ଟିମ୍ ଲିଡ଼ର ଭାବେ ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସାହେଲ ଘୋଷ ରାୟଙ୍କ ତତ୍ତ୍ୱାବଧାନରେ ସଦସ୍ୟ ଭାବେ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ସର୍ବୋଚ୍ଚ ଯନ୍ତ୍ରୀ ବନ୍ଦନା ସିଂଘଲ, ବ୍ୟୟ ବିଭାଗ ମରାମର୍ଶଦାତା ଦୀନା ନାଥ, ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରାଳୟର ଉପସଚିବ ଏସ୍.ଏସ୍. ମୋଦୀ, ଓଡିଶା ସରକାରଙ୍କ ସି.ଡବ୍ଲୁ.ସି. ସୁପରିନଟେଣ୍ଡିଂ ଇଂଜିନିଅରିଂ ଅମିଶ ପାଲ ସିଂହ, ପାଟନା କୃଷି ବିଭାଗର ନିର୍ଦ୍ଦେଶକ ଡ. ବିରେନ୍ଦ୍ର ସିଂହ, ରାଜ୍ୟ ରାସ୍ତା ଓ ପରିବହନ ବିଭାଗ ମନ୍ତ୍ରାଳୟରୁ ସୁନିଲ କୁମାର ଆସିଥିବା ବେଳେ ତାଙ୍କ ସହିତ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ, ଭଦ୍ରକର ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଜିଲ୍ଳାସ୍ତରୀୟ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ସାମିଲ ହୋଇଥିଲେ । ଏହି ଟିମ୍ ଆଜି ସନ୍ଧ୍ୟାରେ ଧାମରାରେ ପହଞ୍ଚିବା ପରେ ଜାଗୁଳା ପଞ୍ଚାୟତର ବଳଭଦ୍ରପ୍ରସାଦ ଗ୍ରାମର କ୍ଷତିଗ୍ରସ୍ତ ଚାଷଜମି ବୁଲି ଦେଖିଥିଲେ । ପରେ ଏହି ଟିମ୍ ଜିଲ୍ଳାସ୍ତରୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ବୁଲ୍ବୁଲ୍ରେ ହୋଇଥିବା କ୍ଷତିର ଭିଜୁଆଲ ଓ ଫଟୋ ଦେଖିଥିଲେ ।

Related Posts

About The Author

Add Comment