ଧର୍ମଶାଳା, ୧୨/୦୪ (ସନ୍ଧାନ ନିୟୁଜ) ଚଣ୍ଡିଖୋଲ ନିକଟସ୍ଥ ଗାନ୍ଧୀଛକର ବୁଲା ଭାଇ ଢ଼ାବା ପକ୍ଷରୁ ପ୍ରଥମେ ଭୋକିଲା ଚାଳକ ମାନଙ୍କୁ ମାଗଣାରେ ଖାଦ୍ୟ ଦେଇ କରୋନା ମହାମାରି ସମୟରେ ସାହାର୍ଯ୍ୟର ହାତ ବଢ଼ାଇଥିବା ବେଳେ ପୁଣି ଏବେ ବିଭିନ୍ନ ଗରିବ ଦିନ ମଜୁରିଆ ଶ୍ରେଣୀର ଲୋକମାନଙ୍କୁ ରାସନ ସାମଗ୍ରୀ ଯୋଗାଇବା ସହିତ ସଚେତନତା ସୃଷ୍ଟି କରୁଛନ୍ତି । ଢ଼ାବାର ମାଲିକ ଅରୁପା ନନ୍ଦ ଜେନାଙ୍କ ସହିତ ତାଙ୍କର ବହୁ ସାଙ୍ଗସାଥୀ ଘର ଘର ବୁଲି କଂଟିଗଡିଆ, କ୍ଷେତ୍ରପାଳ ଚଣ୍ଡିଖୋଲ, ହରିଦାସପୁର, ପଂଚାୟତର ସୁଭ୍ରଦାପୁର, ଚାରିବାଟିଆ ଆଦି ଅଂଚଳରେ ବାସବାସ କରୁଥିବା ଦିନମଜୁରିଆ, ଗରିବ ମାନଙ୍କୁ ଚୁଡା, ତେଲ, ଲୁଣ, ବିସ୍କୁଟ, ସାବୁନ ଆଦି ରାସନ ସାମଗ୍ରୀ ଯୋଗାଇଦେଉଛନ୍ତି । ବିପଦ ସମୟରେ ତାଙ୍କର ଏଭଳି ମହତ କାର୍ଯ୍ୟ୍ରୁ ସର୍ବସାଧରଣରେ ପ୍ରଂଶସା କରାଯାଇଛି ।
ବୁଲା ଭାଇ ଢ଼ାବାର ସଚେତନତା କାର୍ଯ୍ୟକ୍ରମ ଏବଂ ରାସନ ବଂଟନ ଜାରି
|
April 12, 2020 |