ଆଠଗଡ, 11.02.2021 (ସନ୍ଧାନ ନିଉଜ୍):- ବୁଲା କୁକୁର ଆକ୍ରମଣରେ ହରିଣର ମୃତ୍ୟୁ। ଆଠଗଡ ବାନାଞ୍ଚଳ ମେଘା ଦାସପୁର ଗାଁକୁ ହରିଣଟି ପଶି ଆସିଥିଲା। ସ୍ଥାନୀୟ ବୁଲା କୁକୁର ହରିଣକୁ ଆକ୍ରମଣ କରି ଖଣ୍ଡିଆ ଖାବର କରି ଦେଇଥିଲେ। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ହରିଣର ମୃତ୍ୟୁ ହୋଇାସାରିଥିଲା। ବନ ବିଭାଗର ଖାମ ଖିଆଲି ମନୋଭାବ ଯୋଗୁଁ ହରିଣର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଆଠଗଡ ବନଖଣ୍ଡରେ ଭୋକିଲା ହରିଣଙ୍କ ମୃତ୍ୟୁ ହେଉଥିବା ବେଳେ ଖାଦ୍ୟ ଅନ୍ବେଷଣରେ ଗାଁକୁ ପଶି ଆସିଥିବା ହରିଣମାନଙ୍କର ମୃତ୍ୟୁ ହେଉଥିବା ସ୍ଥାନୀୟ କହିଛନ୍ତି। ବନ୍ୟଜନ୍ତୁଙ୍କୁ ସୁରକ୍ଷା ନିମନ୍ତେ କୋଟି କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରି ଚାଲିଛନ୍ତି ହେଲେ ଏଠାରେ ଗୋଟେ ପରେ ଗୋଟେ ବନ୍ୟଜନ୍ତୁଙ୍କ ମୃତ୍ୟୁ ହେବାରେ ଲାଗିଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି।
ବୁଲା କୁକୁର ଆକ୍ରମଣରେ ହରିଣର ମୃତ୍ୟୁ
|
February 11, 2021 |



