ଯାଜପୁର ୧୫/୬ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଅଞ୍ଜିରା ଗ୍ରାମ ପଂଚାୟତର ବୁରୁସାହିରେ ବାସ କରୁଥିବା ଅବହେଳିତ ଆଦିବାସି ବସ୍ତିରେ ସେମାନଙ୍କ ପିଲାମାନଙ୍କ ସହ ରଜ ପାଳିବା ସହ ନୁଆ ପୋଷାକ ପିନ୍ଧାଇଛନ୍ତି ଜେନାପୁର ଥାନାର ଭରପ୍ରାପ୍ତ ଅଧିକାରୀ । ଏହି ବସ୍ତିର ୪୦ରୁ ୫୦ ପରିବାର ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଂଚିତ ଥିବା ଏହି ବସ୍ତିରେ ବିଭିନ୍ନ ସାମାଜିକ କର୍ଯ୍ୟକଳାପ ସହ ଜଡିତ ଥିବା ଥାନାଅଧିକାରୀ ସୁଶାନ୍ତ କୁମାର ଦାସ ନିଜର ମହନିୟତା ପ୍ରତିପାଦିତ କରିଛନ୍ତି । ଜାତୀୟ ରାଜପଥର ବାଲିସାହି ଛକ ଠାରୁ ମାତ୍ର କିଛି ଦୁରତାରେ ଥିବା ଏହି ବସ୍ତିର ଲୋକମାନେ ସମାଜର ମୁଖ୍ୟ ସୋ୍ରତରେ ଆଜି ବି ସାମିଲ ହୋଇପାରି ନାହାଁନ୍ତି । ଏହି ଘଟଣା ଉପରେ ବୁରୁସାହିରେ ଆଦିବାସିଙ୍କ ଦୁରାବସ୍ଥା ସମ୍ବନ୍ଧରେ ବିଭିନ୍ନ ଖବର କାଗଜରେ ଖବର ପ୍ରସାରିତ ହୋଇଛି । ଗାଁ କୁ ପ୍ରବେଶ ପାଇଁ ପକ୍କା ସଡକ ନାହିଁ । ଆର୍ଥôକ ଅନାଟନ ଭିତର ଦେଇ ଗତି କରୁଥିବା ଏହି ପରିବାର ମାନଙ୍କ ପାଇଁ ବିଭିନ୍ନ ଦୁଃସମୟରେ ସାହାଯ୍ୟର ହାତ ବଢାଇଛନ୍ତି ଥାନାଧିକାରି । ସେ ଫାଇଲିନ ହେଉ ଅବା ଫଣି ରାତି ଅଧରେ ସେମାନଙ୍କ ପାଖରେ ପହଞ୍ଚô ସେମାନଙ୍କୁ ସହାୟତାର ହାତ ବଢାଇଥିବା ଜେନାପୁର ଥାନା ଭରପ୍ରାପ୍ତ ଅଧିକାରି ସୁଶାନ୍ତ କୁମାର ଦାସ ଆଜି ପହିଲି ରଜରେ ସେହି ନିରିହ ଆଦିବାସି ପିଲାମାନଙ୍କ ସହିତ ରଜ ପାଳିିଛନ୍ତି । ସଚେତନ ନାଗରିକ ମଞ୍ଚ ସହିତ ସେ ଆଜି ସେହି ସ୍ଥାନରେ ବସ୍ତିର ପିଲାମାନଙ୍କୁ ନୁଆ ପୋଷାକ ପିନ୍ଧାଇ ଦେଉଥିବା ଦେଖା ଯାଇଥିଲା । ପାଦରେ ଅଳତା ,ମୁଣ୍ଡରେ ଟିକିଲି ,ବିଭିନ୍ନ ପ୍ରକାର ସାଜ ସଜାରେ ସଜିତ ହୋଇ ମିଠା ପିଠା ଖାଇ ପିଲାମାନେ ଆଜି ବହୁତ ଖୁସି ମନରେ ରଜ ପାଳୁଥିବା ଦେଖାଯାଇଥିଲା ।
REPORT- PRASANTA SAMAL



