ଧର୍ମଶାଳା, ୧୯/୧୧ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) : ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଅଞ୍ଜିରା ପଂଚାୟତର ବୁରୁସାହି । ଏକ ଆଦିବାସି ବସ୍ତି । ଯାହାକୁ ନେଇ ଏବେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ତେବେ ଏହି ପଂଚାୟତର ପ୍ରାୟ ସମସ୍ତ ଗାଁକୁ ସବୁ ପ୍ରକାର ସୁବିଧା ମିଳୁଥିବା ସ୍ଥଳେ ଏହି ବୁରୁସାହିକୁ ଏତେ ଅବହେଳା କାହିଁକି? ବାଲିସାହି ଛକଠାରୁ ମାତ୍ର ଦୁଇ କିମି ଦୁରରେ ପାହଡ ତଳରେ ଏହି କିଛି ବର୍ଷ ପୁର୍ବରୁ ଏଠାରେ ସୃଷ୍ଟିହୋଇଛି ଏହି ବସ୍ତି । ପ୍ରଶାସନର ଆଖି ଆଢୁଆଳରେ ଥିବା ଏହି ବସ୍ତରେ ରାଜ୍ୟର ବିଭିନ୍ନ ସ୍ଥାନରୁ କାମ ଅନ୍ୱେଷ୍ୱଣରେ ଆସି ପରବର୍ତ୍ତୀ ସମୟରେ ସରକାରୀ ଜମି ଯାହାକି କାହାର ମାଲିକାନାରେ ନଥିଲା ତାକୁ କବ୍ଚା କରି ଗୋଟିଏ ପରେ ଗୋଟିଏ ପରିବାର ଏଠାରେ ଆସ୍ତାନ ଜମାଇ ସେଶରେ ଏକ ବସ୍ତି ଭାବରେ ଠିଆହୋଇଛି । ଆଜକୁ ପ୍ରାୟ କୋଡିଏ ବର୍ଷ ପୁର୍ବରୁ ଏହି ଆଂଚଳରେ କଳାପଥର ଖାଦାନରେ ଓ କ୍ରସରରେ କାମ କରିବା ପାଇଁ ଲୋକ ନମିଳୀବାରୁ କ୍ରସର ମାଲିକ ମାନେ ଝାଡଖଣ୍ଡ, ମୟୁରଭଞ୍ଜ, ବାରିପଦା, ଆଦି ଆନେକ ସ୍ଥାନରୁ ଏହି ଆଦିବାସି ମାନଙ୍କୁ ଆଣି କ୍ରସର ପରିଶରରେ ହାର୍ଟିଙ୍ଗ କରି ରଖିଥିଲେ । ଭାତିଆ ଦେଇ କ୍ରସର ଓ ଖାଦାନରେ କାମ କରାଉଥିଲେ । ମାନୁଆଲ କ୍ରସର ଚଳାଇବା ପାଇଁ ମୁଣ୍ଡ ବୋଝିଆ ଶ୍ରମିକଙ୍କର ଆବଶ୍ୟକତାକୁ ପୁରଣ କରିବା ପାଇଁ ଏମାନଙ୍କୁ କ୍ରସର ମାଲିକ ନେଇଆସି ନିଜ ହେପାଜତରେ ରଖି କାମ କରାଉଥିଲେ । ପରେ ଏମାନଙ୍କୁ ରହିବାକୁ ସ୍ଥାୟୀ ଭାବରେ କୌଣସି ଠାରେ ଥଇତାନ ନକରିବାରୁ ସେମାନେ ଏହି ସରକାରୀ ଜମିକୁ ଜବର ଦଖଲ କରି ଏଠିସେଠି କାମ କରି ରହିବାକୁ ଲାଗିଲେ । ଏହି ସବୁ ବସ୍ତି ସୃଷ୍ଟିହେବା ପଛରେ ପରୋକ୍ଷ ହେଉ ଅବା ପ୍ରତ୍ୟେକ୍ଷ ଭାବରେ ଯେ ଏହି ମୁନାଫା ଖୋର ତତକାଳୀନ କ୍ରସର ମାଲିକ ମାନଙ୍କର ହାତ ରହିଛି ଏଥିରେ ସନେ୍ଦହ ନାହିଁ । ଏଠାରେ ବାସକରୁଥିବା ପ୍ରତ୍ୟେକ ପରିବାରର ନିଜସ୍ୱ ଘରବାଡି ସେମାନଙ୍କର ପୈତୃକ ଗାଁରେ ରହିଥିବା ପ୍ରକାଶ କରନ୍ତି । ବିଭିନ୍ନ ପର୍ବପର୍ବାଣୀ ଓ ଅବସର ସମୟରେ ଏମାନେ ତାଙ୍କର ପରିବାର ଓ ପଡୋଶିଙ୍କ ସହିତ ସମୟ ବିତାଇ ପୁଣି ଏଠାକୁ ଚାଲିଆସନ୍ତି । ସୁକିନ୍ଦାର ନଗଡାରେ ବାସକରୁଥିବା ଲୋକମାନେ ମୂଲ ବାସିନ୍ଦା ହୋଇଥିବା ବେଳେ ଏମନେ କିନ୍ତ୍ୁ ଉଠା ପାହିଆ । କ୍ରସର ମାଲିକ ମାନେ ନିଜେ ଏକର ଏକର ସମ୍ପତ୍ତି ଜବର ଦଖଲ କରି ରଖିଥିବା ବେଳେ ଏହି ଆଦିବାସି ମାନଙ୍କୁ ରହିବାକୁ ସରକାରୀ ଜାଗା ଦେଇ ନିଜର ଉଦେଶ୍ୟ ସାଧନ କରିଛନ୍ତି । ଅନୁସନ୍ଧାନରୁ ଜଣାଯାଇଛି ଅଞ୍ଜିରା, ଚକ୍ରଧରପୁର, ସାହାଣିଡିହ, ଠାରେ ଗଢିଉଠିଥିବା ଆଦିବାସି ବସ୍ତି ଗୁଡିକ ମୂଳଗାଁ ନୁହେଁ । ଏମାନଙ୍କର ନିଜସ୍ୱ ବାସସ୍ଥାନ ଅନ୍ୟ କୋଉଠି ହୋଇଥିବା ବେଳେ ଏମାନେ ଏଠାରେ ଉଠା ପାହିଆ ଭାବରେ ରହିଛନ୍ତି । ଏଠାରେ ରହି ହାଣ୍ଡିଆ ରସି ବେପାର କରିବା ପାଇଁ ହେଉ ଅବା କ୍ରସର କିମ୍ବା ଅନ୍ୟ କାମ ଆସାରେ ଏମାନେ ଘର ଭଡା ଦେଇ ରହିବା ଅପେକ୍ଷା ନିର୍ବିବାଦିୟ ଜାଗାରେ କୁଡିଆ କରି ରହିବାକୁ ଅଧିକ ପସନ୍ଦ କରୁଛନ୍ତି । ସେମାନଙ୍କୁ ଅନୁସରଣ କରି ସ୍ଥାନୀୟ ଲୋକମାନେ ବି ସେମାନଙ୍କ ସହିତ ମିଶି ସରକାରୀ ଜମି ଦଖଲ କରି ଘରବାଡି ପଟ୍ଟା ହାତେଇବାକୁ ମଧ୍ୟ ପ୍ରୟାସ ଚଳାଇଛନ୍ତି । ପଟ୍ଟା ମିଳିବ ବୋଲି ଜାଣିବା ପରେ ଏବେ ବୁରୁସାହିରେ ଅନେକ ନୁଆ କୁଡିଆ ଦେଖିବାକୁ ମିଳିଛି । ସ୍ଥାନୀୟ ତହସିଲଦାରଙ୍କ ସହ ଏ ସମ୍ବନ୍ଧରେ ଆଲୋଚନା ପ୍ରସଙ୍ଗରେ କହିଥିଲେ ଏମାନେ କେହି ଏଠାର ସ୍ଥାୟୀ ବାସିନ୍ଦା ନୁହଁନ୍ତି । ସମସ୍ତେ ପ୍ରାୟ ମାଇଗ୍ରେଟେଡ । ଏମାନଙ୍କର ମୟୁରଭଞ୍ଜ,ବାରିପଦା ଓ ଅନ୍ୟାନ୍ୟ ସ୍ଥାନରେ ଏମାନଙ୍କ ନିଜସ୍ୱ ମୂଳ ଘର ରହିଛି । ତେଣୁ ଏଠାରେ ଘରଡିହ ପଟ୍ଟା ବ୍ୟବସ୍ତା ସମ୍ଭବ ପର ନୁହେଁ । ତେବେ ଗତ ଜୁଲାଇ ୧୭ ତାରିଖରେ ଗଣମାଧ୍ୟମ ଚାପରେ ହେଉ ଅବା ସ୍ୱାଭାବିକ ଭାବରେ ଜିଲାପାଳ ଏମାନଙ୍କୁ ସ୍ଥାୟୀ ଘରବାଡି ପଟ୍ଟା ମିଳିବ ବୋଲି କହିବା ପରେ ଏଠାରେ ଆହୁରି କିଛି ଘର ଗଢି ଉଠିଥିବା ଦେଖିବାକୁ ମିଳିଛି । ଜିଲାପାଳଙ୍କ ପ୍ରତିଶୃତି ପରେ ଗାଁର ବାସ୍ତବ ଚିତ୍ର ବଦଳି ଜିବ ବୋଲି ସମସ୍ତେ ଧରିନେଇଥିଲେ । ହେଲେ ତାହା ଏବେ ସୁଧା କାର୍ଯ୍ୟକାରୀହୋଇ ପାରିନାହିଁ । ଏପରିକି ପାନୀୟ ଜଳ ପାଇଁ ଥିବା ନଳକୂପଟି ଅଚଳ ହୋଇ ପଡିଛି । ସ୍ଥାନୀୟ ବୁଦ୍ଧିଜୀବି ମାନଙ୍କ କହିବା କଥା ଏ ଅଂଚଳରେ ଶହ ଶହ ବର୍ଷ ଧରି ବାସକରୁଥିବା ମୂଳ ବାସିନ୍ଦା ମାନେ ଘରଖଣ୍ଡେ କରିବାକୁ ସ୍ଥାୟୀ ଘରଡିହ ପଟ୍ଟା ଖଣ୍ଡିଏ ଜୋଗାଇ ଦେଇ ପାରୁନାହାଁନ୍ତି । ଆମ ଅଂଚଳର ଶହ ଶହ ଏକର ସରକାରୀ ଜମି କିପରି ଭାବରେ ଅସ୍ଥାୟୀ ଭାବରେ ରହୁଥିବା ଲୋକମାନଙ୍କୁ ଦେବେ ବୋଲି ପ୍ରଶ୍ନ ଉଠାଇଛନ୍ତି । ଏହି ଅଧିବାସୀ ମାନେ ଜଙ୍ଗଲ ଜମି ଅଧିକାର ଆଇନ ବଳରେ ଘରଡିହ ପାଇବାକୁ ମଧ୍ୟ ଯୋଗ୍ୟ ବିବେଚିତ ହୋଇ ପାରିବେ ନାହିଁ ବୋଲି ତହସିଲ ପ୍ରଶାସନ ପକ୍ଷରୁ ସୁଚନା ମିଳିଛି । ୨୦୦୫ ମସିହା ପୁର୍ବରୁ ଯୋଉଁ ଆଦିବାସୀ ପରିବାର ଏଠାରେ ବସବାସ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରି ତାଙ୍କ ନାମକୁ ପଲିସଭାରେ ପାସକରାଇ ଘରଡିହ ଯୋଗାଇଦେବାକୁ ମଧ୍ୟ ତହସିଲ ପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ । ବୁରୁସାହିର ଅଦିବାସି ମାନଙ୍କର ଅର୍ଥିକ ଅବସ୍ଥା ସ୍ୱଛଳ ନଥିବାରୁ ସେମାନଙ୍କୁ କିପରି ଅର୍ଥôକ ଦୃଷ୍ଟିରୁ ମଜବୁତ କରାଯାଇପାରିବ ସେଥିପ୍ରତି ମଧ୍ୟ ଗୁରୁତ୍ୱାରୋପ କରିଥିଲେ ।
ବୁରୁସାହିକୁ ନେଇ ଆମେ କେତେ ସଚେତନ? ପ୍ରଶାସନର ଭୁମିକା ସନେ୍ଦହ ଜନକ
|
November 19, 2019 |