ବୁଣାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଗଲା

Spread the love

ଯାଜପୁର, ୦୮/୦୮/୨୦୨୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମାଖଣ୍ଡି ଗୋପାଳପୁର ହିଙ୍ଗୁଳା ମନ୍ଦିର ପ୍ରାଙ୍ଗଣରେ ଆଜି ଅପରାହ୍ନରେ ୮ଜାତୀୟ ଦ୍ୱିତୀୟ ବାର୍ଷିକ ୨୨ ଗୋପାଳ ହସ୍ତତନ୍ତ୍ର ବୁଣାକାର ସଂଘ ଆନୁକୁଲ୍ୟରେ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ଏହି ସମ୍ବର୍ଦ୍ଧନା ସଭାରେ ହିଙ୍ଗୁଳା ଟସର ଏବଂ ସିଲତତ୍ୱବ୍ୟୟ ସମିତିର ସଭାପତି ନରେନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନନୀୟ ମନ୍ତ୍ରୀ ପ୍ରମିଳା ମଲିକ ଯୋଗଦାନ କରି ବିଦେଶୀ ଦ୍ରବ୍ୟକୁ ପରିତ୍ୟାଗ କରି ସ୍ୱଦେଶୀ ଦ୍ରବ୍ୟକୁ ବ୍ୟବହାର କରିବା ପାଇଁ ଉଦ୍ୟେସରେ ଶ୍ରୀମତୀ ମଲିକ ମତ ଦେଇଥିଲେ । ଖାଦ୍ୟ ବାସଗୃହ ବସ୍ତ୍ର ଅପରିହାର୍ଯ୍ୟ ବୋଲି ଶ୍ରୀମତୀ ମଲିକ ବର୍ଣ୍ଣନାକରି ବୁଣାକାର ମାନେ ସ୍ରୋତକୁ ଆସିବା ଲାଗି ବୁଣାକାର ମାନଙ୍କ ଉନ୍ନତି ଉପରେ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀମତୀ ମଲିକ ସୂଚନା ଦେଇଥିଲେ । ଜାତୀୟ ରାଜପଥ ଉପରେ ହସ୍ତତନ୍ତ୍ର ଖୋଲାଯିବା ପାଇଁ ବକ୍ତବ୍ୟ ଦେଇଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଅବସରପ୍ରାପ୍ତ ଅଧ୍ୟାପକ ମନୋରଂଜନ ମହାନ୍ତି ହାତତିଆରି ବସ୍ତ୍ର ସମ୍ପର୍କରେ ଶ୍ରୀ ମହାନ୍ତୀ ବର୍ଣ୍ଣନା କରିଥିଲେ । ୧୯୯୫ ସ୍ୱଦେଶୀ ଆନେ୍ଦାଳନ ରୁପରେଖ ଉପରେ ଆଲୋକ ପାତ କରିଥିଲେ । ସମ୍ମାନୀୟ ଅତିଥି ବରୀ ବିଧାୟୀକା ସୁନନ୍ଦା ଦାସ ଯୋଗଦାନ କରିଥିଲେ । କଟକ ବିୟନମଣ୍ଡଳ ଉପନିଦେ୍ର୍ଧଷକ ଆସୁତୋଷ ମହାନ୍ତି ଯୋଗଦେଇଥିଲେ । ରସୁଲପୁର ବ୍ଲକ ଉପାଦକ୍ଷା ଜୟନ୍ତ ଦାସ, ପ୍ରଥମାଖଣ୍ଡି ସରପଂଚ ଦୁର୍ଗାଚରଣ ଦାସ ଯୋଗଦେଇଥିଲେ । ଗୋପାଳପୁର ବୁଣାକାର ସଂଘର ସଭାପତି ନାରାୟଣ ଦାସ, ସଂମ୍ପାଦକ ମହେଶ୍ୱର ଦାସ, ବୁଣାକାର ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟିଆକର୍ଶଣ କରିଥିଲେ । ବାଲୁକେଶ୍ୱର ତନୁବାୟ ସହସଂଯୋଜକ ସମିତି ସଭାପତି ବେଣୁଧର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନନ୍ତ ଚରଣ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ କୁଶଳି ମହିଳା ୫ଜଣ, ୯ଜଣ ବୁଣାକାରଙ୍କୁ ଅତିଥି ପରିଚୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ବୁଣାକାର ସଂଘ ପକ୍ଷରୁ ଉପଢ଼ୌକନ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନନ୍ତ ଦାସ ପାରମ୍ପାରିକ ସଂଗୀତ ପରିବେଶଣ କରିଥିଲେ । ସୁନାକର ବେହେରା, ନଟବର ବେହେରା, ନଟବର ଗୁଇଁ, କୁଳମଣୀ ଚାନ୍ଦ, ରବିନ୍ଦ୍ର ସର, ବିଶ୍ୱରଂଜନ ଦାସ ସାହାଯ୍ୟ ସହଯୋଗ କରିଥିଲେ ।

Related Posts

About The Author

Add Comment