ବାରିପଦା ୧୪/୮/୨୦(ଲିଙ୍ଗରାଜ ପଣ୍ଡା):- ବଡ଼ସାହି ବ୍ଲକ ଅନ୍ତର୍ଗତ ଯୋଗୀ ନୁଆ ପଞ୍ଚାୟତ ଅଧୀନସ୍ଥ ବାରିହାପାଳ ଏବଂ ସୁନାମୁହିଁ ଗ୍ରାମର ଗ୍ରାମବାସୀ ବଡ଼ସାହି ବ୍ଲକ ଅଧୀନରେ ଥିବା ବାଲି ଖାଦାନରୁ ବେଆଇନ ଭାବେ ବାଲି ଚାଲାଣକୁ ନେଇ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପୁଲିସ ଅଧୀକ୍ଷକ ଏବଂ ବଡ଼ସାହି ଥାନା ଭାରପ୍ରାପ୍ତ ଅଧକାରୀଙ୍କ ପାଖରେ ବଡସାହି ତହସିଲଦାରଙ୍କ ବେଆଇନ କାର୍ଯ୍ୟକୁ ନେଇ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଲିଖିତପତ୍ରରେ ଟୁଣାଗମ୍ଭାରିଆ ଗ୍ରାମ ଦେଇ ଯାଇଥିବା ବୁଢାବଳଙ୍ଗ ନଦୀରୁ ମଧ୍ୟ ବେଆଇନ ବାଲି ଚାଳନା ହେଉଛି । ଏହି ବେଆଇନ ବାଲି ଚାଲାଣ ପଛରେ ବଡ ସାହି ତହସିଲଦାର ଏବଂ ବାଲି ମାଫିଆଙ୍କ ମଧୁଚନ୍ଦ୍ର କାରେ ବାଲି ଚାଲାଣ ଚାଲିଛି । ପ୍ରକାଶ ଥାଉ କି ଗ୍ରାମବାସୀ ଅଧିକାରୀଙ୍କ ନିକଟରେ ୬ ଗୋଟି ଆଇନଗତ ତଥ୍ୟ ରଖୁଛନ୍ତି । ସେ ଗୁଡ଼ିକ ହେଉଛି ଓଡିଶା ସରକାରଙ୍କର ଖଣି ବିଭାଗର ଆଇନ ଅନୁଯାୟୀ ନଦୀରୁ ବାଲି ଉଠାଣ ସମୟ ଜୁନ ମାସ ଠାରୁ ନଭେମ୍ବର ମାସ ପର୍ଯ୍ୟନ୍ତ ନିଷେଧ ଥିବାବେଳେ ବର୍ଷ। ଦିନରେ ବୁଢାବଳଙ୍ଗ ନଦୀରୁ ବାଲି ଉଠାଣ ହୋଇ ଚାଲାଣ ଚାଲିଛି । ବର୍ଷ କ ୩୬୫ ଦିନ ମଧ୍ୟରୁ ୧୫୦ଦି ନ ଅର୍ଥାତ୍ ଡିସେମ୍ବର ମାସରୁ ମେ ମାସ ପର୍ଯ୍ୟନ୍ତ ବାଲି ଶ୍ରମିକଙ୍କ ଦ୍ଵାରା ଗାଡିରେ ବାଲି ଲୋଡି କରିବାର ନିୟମ ଥିବାବେଳେ ଦିନରାତି ମେସିନ ସାହାଯ୍ୟରେ ବଡବଡ ୧୦/୧୨ ଚକିଆ ଗାଡିରେ ଲୋଡ ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ବାଲି ଘାଟ ଲିଜ୍ ଧାରୀ ୫ବର୍ଷ ଲିଜ ନେଇ ବର୍ଷ କରେ ଟଙ୍କା ଏକକାଳୀନ ତହସିଲରେ ଜମା ଦେବା ବଦଳରେ ବଡ଼ସାହି ତହସିଲଦାର ବାଲି ମାଫିଆଙ୍କ ସହିତ ସଲାସୁତୁରା ହୋଇ ୩/୪ଟି କିସ୍ତିରେ ଟଙ୍କା ଜମା ଦେଇ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ ଫାଙ୍କୁଛନ୍ତି । ଲିଜ୍ ନେଇଥିବା ପୁଟ ତହସିଲଦାର ଚିହ୍ନଟ ନଦେଇ ନଦୀର ଅନ୍ୟ ଶଯ୍ୟରେ ଅଧିକ ପରିମାଣରେ ବାଲି ଥିବା ସ୍ଥାନକୁ ତହସିଲଦାରଙ୍କ ସହିତ କଥାବାର୍ତ୍ତା ହୋଇ ବାଲି ଉଠାଣ କରୁଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ବର୍ଷାଦିନ ସରି ଗଲା ପରେ ଡିସେମ୍ବର ମାସରେ ବାଲି ସଇରାତକୁ ମାପ କରି ମାଇଟିଂ ପ୍ଲାନ ଅନୁଯାଇ କେତେ ବାଲି ଉତ୍ତୋଳନ କରାଯିବ ତାହାକୁ । ମାପଚୂପ ନକରି କାର୍ଯ୍ୟାଦେଶ ଦେଇଛନ୍ତି । ଲିଜଧାରୀ ଓ ସରକାର । ମଧ୍ୟରେ ହୋଇଥିବା ଚୁକ୍ତିକୁ ଭୁକ୍ଷେପ ନକରି ବର୍ଷା ଦିନରେ ଲିଜଧାରୀକୁ ତହସିଲଦାର ବାଲି ଉତ୍ତୋଳନ ପାଇଁ କିଭଲି ଅନୁମତି, ଓ ପରମିଟ୍ ପ୍ରଦାନ କରୁଛନ୍ତି ତାହା ତଦନ୍ତ ସାପେକ୍ଷ । ଉପରୋକ୍ତ ଘଟଣାର ତଦନ୍ତ କରି ବାଲି ଲିଜ୍ ଧାରୀ ଏବଂ ବଡସାହି ତହସିଲଦାରଙ୍କ ବିରୋଧରେ ୩ଦିନ ମଧ୍ୟରେ ଅର୍ଥାତ ଆସନ୍ତା ୯|୮|୨୦ରିଖ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନ କଲେ ସମୂହ ଗ୍ରାମବାସୀ ମହାମାରୀ କରୋନାର କଟକଣ ନିୟମକୁ ମାନ ବଡସାହି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୧୦|୮| ୨୦ରିଖ ଦିନ ଧର୍ମଘଟ କରିବା ବୋଲି ଅଧିକାରୀଙ୍କ ପାଖରେ ଲିଖିତ ଭାବେ ଜଣାଇଥିଲେ । ହେଲେ ବଡସାହି ରେ କରୋନା ପଜଟିଭି ଚିହ୍ନଟି ହେବାର ବଡ଼ସାହି ସରପଞ୍ଚ ଆସନ୍ତା ୫ଦିନ ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଏଣୁ ଧର୍ମଘଟକୁ ଘୁଞ୍ଚାଇ ଦିଆଯାଇଥିବା ଜଣାପଡ଼ିଛି । ଏ ବବଦର ବଡସ।ହିଁ ତହସିଲଦାରଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରୁ ଥିବାବେଳେ ସେ ଫୋନ୍ ଉଠାଇ ନଥିଲେ । ଅଭିଯୋଗ କାରୀମାନେ ତପନ କୁମାର ସାହୁ , କରୁଣାକର ଟୁଡୁ , କୁନ। ନ।ଏକ, ଟୁନା ନାଏକ, ଚାମ୍ପିରୁ ମୁମୁଁ , ବାପୁନ କୁମାର ସାହୁ, ଅନିଲ କୁମାର ଟୁଡୁ, ନାରାୟଣ ହାଁସଦା, ନିରଞ୍ଜନ ନାଏକ,ବୈଦ୍ୟନାଥ ନାଏକଙ୍କ ସହ ଅନେକ ଗ୍ରାମବାସୀ ସଟ୍ ଡାଉନ୍ ପରେ ଧର୍ମଘଟ ହେବ ବୋଲି ପ୍ରସ୍ତାବ ରଖୁଛନ୍ତି । ୧୭|୮|୨୦ରିଖ ସୋମବାରରୁ ବଡ଼ସାହି ତହସିଲ ଆଗରେ ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଗ୍ରାମବାସୀ ଧର୍ମଘଟରେ ବସିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଟୁଣାଗ ମାରିଆ ବାଲି ଖାଦାନରୁ ବଡ଼ ବଡ଼ ଦଶଚକିଆ ଗାଡ଼ି ରେ ବାଲି ଚାଲାଣ ହେଉଥିବାରୁ ପିଲା ମାନଙ୍କ ଅନଲାଇନ । ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ତତ୍ ସହିତ ରାସ୍ତା ଖରାପ ହେଉ ଥୁବାରୁ ଗ୍ରାମର ମହିଳା ଏବଂ ପୁରୁଷ ଏକତିତ ହୋଇ ଗାଡ଼ି ଚଳପ୍ରଚଳ ନକରିବା ପାଇ ରାସ୍ତା ମଝିରେ ବାଡ ପୋତିଛନ୍ତି ।
ବୁଢାବଳଙ୍ଗ ନଦୀରୁ ବେଆଇନ ବାଲି ଚାଲାଣ
|
August 14, 2020 |