ବୁଢ଼ାବଳଙ୍ଗ ପଠାରେ ବାଲି ଉଠାଣରୁ ବିବାଦ

Spread the love

ବାରିପଦା,ମାଣତ୍ରୀ,୧୩/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା): ବଡ଼ସାହି ତହସିଲ ଅଧୀନରେ ଥିବା ଟୁଣାଗମ୍ଭାରିଆ ବାଲିଖାଦନାରୁ ବାଲି ଉଠାଣକୁ ନେଇ ଦୁଇ ଗ୍ରାମ ମଧ୍ୟରେ ବିବାଦ । ଗତ ଅଗଷ୍ଟ ୧୦ ତାରିଖରେ ଟୁଣାଗମ୍ଭାରିଆ ବାଲିଖାଦନକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯୋଗୀନୂଆଗାଁ ପଞ୍ଚୟତର ସୁନାମୁହିଁ, ବାରି ହାପାଳ ଏବଂ ଟୁଣାଗମ୍ଭାରିଆ ଗ୍ରାମବାସୀ ମଧ୍ୟରେ ସୀମା ବିବାଦ ଲାଗି ଏହି ଗଣ୍ଡଗୋଳ ଉପୁଜିଥିଲା। ଯୋଗୀନୂଆ ଗାଁର ଏହି ଦୁଇ ଗାଁ ଲୋକେ ଏକାଠି ହୋଇ ଟୁଣାଗମ୍ଭାରିଆ ବାଲିଖାଦରୁ ବେଆଇନ ଭାବେ ବାଲିଚାଳନାକୁ ନେଇ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପୁଲିସ ଅଧୀକ୍ଷକ, ବଡ଼ସାହି ଥାନା ଭାରାପ୍ରାପ୍ତ ଅଧିକାରୀଙ୍କୁ ଲିଖୁତ ଭାବେ ଜଣାଇଥିଲେ । ଅଭିଯୋଗରେ ଦର୍ଶାଇଛନ୍ତି ଦର୍ଶାଇଛନ୍ତି ଯେ, ଟୁଣାଗମ୍ଭାରିଆ ଗ୍ରାମ ଦେଇ ଯାଇଥିବା ବୁଢ଼ାବଳଙ୍ଗ ନଦୀରୁ ମେସିନ ଦ୍ବାରା ବେଆଇନ ବାଲିଚାଲାଣ ହେଉଛି । ଅଧିକାରୀମାନେ ଏ ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଗତ ଅଗଷ୍ଟ ୧୭ ତାରିଖରେ ସୀମା ବିବାଦକୁ ନେଇ ପୁଣି ଏକ ଗଣ୍ଡଗଳ ହେବାର ଆସଙ୍କା ସୃଷ୍ଟି ହୋଇଥିଲା । ବଡସାହି ଆଇସିସି ଖବର ପାଇବା ପରେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଗଣ୍ଡଗୋଳକୁ ଆୟତ୍ତ କରିଥିଲେ । ପରେ ବଡ଼ସାହି ତହସିଲଦାର ମମତାଜ ମହାରଣା ୩ ଗ୍ରାମର ଗ୍ରାମବାସୀଙ୍କୁ ଏକତ୍ରିତ କରି ୫ଦିନ ମଧ୍ୟରେ ସୀମା ଚିହ୍ନଟ ସହିତ ବାଲିଖାଦନାର ସମ୍ପୂର୍ଣ୍ଣ ବିବରଣୀ ଫଳକ ଲଗାଇବା ପାଇଁ ପ୍ରତିଶ୍ରୁତି ଦେବା ପରେ ବିବାଦ ଥମିଥିଲା । ଲଘୁଚାପଜନିତ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ନଦୀରେ ଅତ୍ୟଧିକ ପାଣି ଆସିଥିଲା । ଏଣୁ ସୀମା ଚିହ୍ନଟ ହୋଇପାରି ନ ଥିଲା । ଗତ ସେପ୍ଟେମ୍ବର ତାରିଖରେ ବଡ଼ସାହି ତହସିଲଦାରଙ୍କୁ ପୋଡସି ଗ୍ରାମ ବଡଗମ୍ଭାରିଆ ଗ୍ରାମର ଗ୍ରାମବାସୀ ପ୍ରଧାନମନ୍ତ୍ରୀ ଆବସ ଗୃହ ପାଇଁ ଉକ୍ତ ବିବାଦୟ ସ୍ଥାନରୁ କିଛି ବାଲି ଉତ୍ତୋଳନ ପାଇଁ ଅନୁରୋଧ କରିଥିଲେ । ତହସିଲଦାର ଲିଖୁତ ଭାବେ ଅନୁମତି ଦେବାକୁ ମନା କରିଥିଲେ । ବଡ଼ ଗମ୍ଭାରିଆ ଗ୍ରାମବାସୀ ନଦୀକୁ ବାଲି ଉଠାଣ ପାଇଁ ଯାଇଥିବାବେଳେ ଗୁଣାଗମ୍ଭାରିଆ ଗ୍ରାମବାସୀ ବଡ଼ଗମ୍ଭାରିଆ ଗ୍ରାମବାସୀଙ୍କୁ ବାଲି ଉଠାଇବାକୁ ଦେଇ ନ ଥିଲେ । ଏହାକୁ ନେଇ ୨ ଗ୍ରାମ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ସୁନାମୁହିଁ, ବାରିହାପାଳ, ବଡ଼ ଗମ୍ଭାରିଆ ଗାଁର ଉଭୟ ମହିଳା ଏବଂ ପୁରୁଷ ଏହି ବାଲିଖାଦାନକୁ ପ୍ରଶାସନ ପକ୍ଷରୁ ନାଲି ପତକା ଲଗାଯାଇ ୧୪୪ ଧାରା ଜାରି କରାଯାଉ ବୋଲି ଦାବି କରିଛନ୍ତି  ।

Related Posts

About The Author

Add Comment