ବୀର ପୁଅକୁ ହରାଇଲା ଝାଡଖଣ୍ଡ ମାଟି

Spread the love

ଝାଡଖଣ୍ଡ/ବାରିପଦା ୧୮/୦୬ (ସନ୍ଧାନ ନିଉଜ) – ଚୀନ ଭାରତ ସୀମାରେ ସୃଷ୍ଟି ହୋଇଥିବା ଉତେଜନାରେ ସହିଦ ହୋଇଥିବା ଯବାନଙ୍କ ମଧରୁ ଓଡିଶା ସୀମାକୁ ଲାଗି ଝାଡଖଣ୍ଡର ପୂର୍ବ ସିଂହଭୂମି ଜିଲ୍ଲା ବହଡାଗୋଡା ପ୍ରଖଣ୍ଡ ଅନ୍ତର୍ଗତ ଚିଙ୍ଗଡା ପଞ୍ଚାୟତ କୃଶାଫଳିଆ ଗ୍ରାମ ନିବାସୀ ସୁଗଦ ହାଂସଦାଙ୍କ କନିଷ୍ଠ ପୁତ୍ର ଗଣେଶ୍ୱର ହାଂସଦା (୨୧) ସାମିଲ୍ ଅଛନ୍ତି । ସୂଚନା ମୂତାବକ ୨୦୧୮ ମସିହା ସେପ୍ଟେମ୍ବର ରେ ଇଜଗଣ (ଆର୍ମି)ରେ ଯୋଗ ଦେଇଥିଲେ । ଟ୍ରେନିଂ ପରେ ତାଙ୍କର ପ୍ରଥମେ ପୋଷ୍ଟିଂ ଲଦାଖରେ ହୋଇଥିବା ବେଳେ ତାଙ୍କ ୧୬୭ ନଂ ର ବ୍ୟାଚ ଥିଲା । ଶେଷଥର ପାଇଁ ସେ ଗତ ଡିସେମ୍ବର ୩ ତାରିଖରେ ଘରକୁ ଆସିଥିଲେ ଏବଂ ଜାନୁଆରୀ ୨୭ ରେ କାର୍ଯ୍ୟ ରେ ଯୋଗ ଦେଇଥିଲେ । ଗଣେଶ୍ୱର ହାଂସଦା ଙ୍କ ମୃତୁ୍ୟରେ ପରିବାରକୁ ବଡ ଶକ୍ତ ଧକ୍କା ଲାଗିଥିବା ବେଳେ ଉକ୍ତ ଉପଖଣ୍ଡରେ ଶୋକାଛାୟା ଖେଳିଯାଇଛି । ସମସ୍ତ ସହିଦ୍ ଯବାନ ମାନଙ୍କ ମୃତ ଦେହ ଏବେବି ସୀମାନ୍ତ ପାଖ ଲଦାଖ ଡାକ୍ତରଖାନାରେ ଥିବା ଜଣାପଡିଛି । ସେଠାରୁ ନୂଆ ଦିଲ୍ଲୀ ପରେ ବିମାନରେ ଭୂବନେଶ୍ୱର ଓ ପରେ ଗାଁ ଅଭିମୁଖେ ବାହାରିବ ବୋଲି ସୂଚନା ମିଳିଛି ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦା

Related Posts

About The Author

Add Comment