ରାଉରକେଲା, ୦୨/୦୭/୨୦ (ସନ୍ଧାନ ନିଉଜ) : ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣାରେ ଡିଜିପି ଥାନା ଆଇଆଇସି ଆନନ୍ଦ ମାଝିଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ସେହିପରି ବୁଧବାର ଅଭିଯୁକ୍ତ ଆନନ୍ଦ ମାଝୀଙ୍କୁ ଗିରଫ ମଧ୍ୟ କରିଛି ପୋଲିସ । ଅନ୍ୟପଟେ ବିଜେପିର ଏକ ପ୍ରତିନିଧି ମଣ୍ଡଳ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ବୀରମିତ୍ରପୁରୁ ଥାନା ଗସ୍ତ କରିଥିଲେ । ଘଟଣାରେ ପୋଲିସ ପ୍ରଶାସନକୁ ଦାୟୀ କରିଛି ବିଜେପି । ଘଟଣାରେ ପୋଲିସ ସମ୍ପୂର୍ଣ୍ଣ ଅସହଯୋଗ କରିଛି ବୋଲି ଅଭିଯୋଗ କରିଛି ବିଜେପି । ଲେଖାଶ୍ରୀଙ୍କ ସହିତ ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ, ମହିଳା ନେତ୍ରୀ ପ୍ରମିଳା ଦାସ, ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ସହିତ ସ୍ଥାନୀୟ ପାର୍ଟି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲା: ନ୍ୟାୟ ଦାବି କଲା ବିଜେପି
|
July 3, 2020 |
![ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲା: ନ୍ୟାୟ ଦାବି କଲା ବିଜେପି](https://sandhannews.com/wp-content/themes/mts_newsonline/images/nothumb-featuredfull.png)