ବୀରପୁତ୍ରଙ୍କୁ ହରାଇଲା ଭଞ୍ଜମାଟି;

Spread the love

ବାରିପଦା, ୧୯/୦୬ (ସନ୍ଧାନ ନିଉଜ) – ଦୀର୍ଘ ୪ଦଶନ୍ଧୀ ପରେ ଭାରତ ଚୀନ ମଧ୍ୟରେ ଦେଖା ଦେଇଛି ଉତେଜନା । ଳଦାଖର ଗଲଉନା (Galwan) ଉପତ୍ୟକାର ୨ ଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ.ଏ.ସି) ରେ ସଂଘଠିତ ସଂଘର୍ଷରେ ସହିଦ ହୋଇଛନ୍ତି ଭାରତର ୨୦ ଜଣ ବୀର ସୌନିକ ଓ ମୟୂରଭଞ୍ଜ ବିଜାତଳା ବ୍ଲକ ଚମ୍ପାଭଦା ଗାଁର ନାଏବ ସୁବେଦାର ନଦୁରାମ ସରେନ୍ ଦେଶ ପାଇଁ ଜୀବନଦେଇ ଅମରହୋଇ ଯାଇଛନ୍ତି । ଭାରତର ୨୦ ଜଣ ସହିଦ ଯବାନଙ୍କ ମଧରେ ଅଛନ୍ତି ମୟୂରଭଞ୍ଜ ଜିଲ୍ଲା ର ବାମନଘାଟି ଉପଖଣ୍ଡ ରାଇରଙ୍ଗ ପୁର ଗ୍ରାମଚଳ ଥାନା ବିଜାତଳା ବ୍ଲକ ଚମ୍ପାଉଦା ଗ୍ରାମ ର ସ୍ୱର୍ଗତ କାହ୍ନୁ ମାଝିଙ୍କ ୪ର୍ଥ ବୀର ସୈନିକ ପୁତ୍ର ନାଏବ ସୁବେଦାର ନନ୍ଦୁରାମ ସରେନ (୪୨) ଖବର ଶୁଣି ସୁବ୍ଧ ହୋଇ ପଡିଛନ୍ତି ପରିବାର ଲୋକେ । ସ୍ତବ୍ଧ ହୋଇ ପଡିଛନ୍ତ ଚମ୍ପାଉଦା ଗାଁ ର ବଡ ଚମ୍ପାଉଦାର ସ୍ୱର୍ଗତ କାହ୍ନୁଙ୍କର ୪ର୍ଥ ପୁଅ ନନ୍ଦୁରାମ ରାଇରଙ୍ଗପୁର ସରକାରୀ ହାଇସ୍କୁଲରେ ପାଠ ପଢୁଥିଲେ । ରାଇରଙ୍ଗପୁର କେନ୍ଦ ରେ +୨ ପଢୁଥିବା ବେଲେ ଭାରତୀୟ ସୈନିଳ ବିଭାଗରେ ବିହାର ୧୬ ରେଜିମେଣ୍ଡ ରେ ୧୯୯୭ ମସିହାରେ ଯøାଗ ଦେଇଥିଲେ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଚଳ ଥାନା ତଥା ବିଜାତଳା ବ୍ଲକ ଅନ୍ତର୍ଗତ ବଡ ଚମ୍ପାଉଦା ଗ୍ରାମ ସହିଦ ନନ୍ଦୁରାମ ସରେନ(୪୨) ୧୬ ବିହାର ରେଡିମେଣ ରେ ନାଏବ ସୁବେଦାର (ଜେସି-୫୬୧୬୪୫ଏସ)ଭାବେ୧୯୯୭ ମସିହାରୁ କାର୍ଯ୍ୟରତ ଥିଲେ । ରାଇରଙ୍ଗପୁର ସହର ୧୨ ନଂ ଙ୍ଗକ୍ଟକ୍ସୟ ଇଚିଣଡାରେ ଭଡାଘରେ ରହୁଥିବା ତାଙ୍କ ଙ୍ଗସଲର ଲଷ୍ମୀମଣି ସରେନ ତିନି ଝିଅ ଜ୍ଞାନେଶ୍ୱରୀ(୧୫),ମାନସୀ(୧୧) ଓ ସନାଲି(୬) ଙ୍କୁ ନେଇ ତାଙ୍କ ପରିବାର ର ତିନି ଝିଅ ରାଇରଙ୍ଗପୁରର କେରଳ ବ୍ଲକ ସ୍କୁଲରେ ପାଠ ପଢୁଛନ୍ତି । ଚମ୍ପାଉଦା ଗ୍ରାମର ସର୍ଗତ କାହ୍ମୁ ମାଝୀ ଓ ରାଇମତ ମାଝୀ ଙ୍କ ଚାରିପୁଅ ମଧରୁ ସହିଦ ନାନ୍ଦୁରାମ ସାନ ନାନ୍ଦୁରାମଙ୍କ ମୃତୁ୍ୟ ଖବର ପାଇବାପରେ ତାଙ୍କ ପତ୍ନୀ ଲକ୍ଷ୍ମୀ ସରେନ ତିନିଝୀଅ ତଥା ନିକଟ ସମ୍ପର୍କୀୟ ମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି । ତାଙ୍କ ମୃତ୍ୟ ଖବର ପ୍ରଚାରିତ ହେବା ପରେ ଚମ୍ପାଉଦ ଗ୍ରାମରେ ରାଇଙ୍ଗପୁର ସହର ତଥା ସମଗ୍ର ମୟୂରଭଞ୍ଜ ଜିଲ୍ଲା ଶୋକରେ ବୁଡିଯାଇଛନ୍ତି ସହିଦ ନାନ୍ଦୁରାମ ଗତ ଜାନୁଆରୀରେ ଶେଷଥା ପାଇଁ ଘରକୁ ଆସିଥିଲେ । ସେ ଚମ୍ପାଉଦ ସ୍କୁଲରେ ପ୍ରାଥମିକ ଶିଷା ସମାପ୍ତି କରି ରାଇରଙ୍ଗପୁର ହାଇ ସ୍କୁଲରେ ଦଶମ ଶ୍ରେଣୀ ଯାଏ ପନ୍ନୀ ୧୯୯୩ ରେ ମାଟ୍ରିକ ପାସ କରିଥିଲେ ପରେ ରାଇରଙ୍ଗପୁର କଲେଜରୁ +୨ ଶିଷା ପରେ ସେନାରେ ଯୋଗ ଦେଇ ଥିଲେ ସେ ଅତ୍ୟନ୍ତ ସରଳ,ନମ.ଭଦ୍ର , ଓ ନିଷ୍ଟା ଭାଗି ଥିଲେ ବୋଲି ସମ୍ପର୍କୀୟମାନେ କହଛନ୍ତି ।ଏହି ଦୁଃଖଦ ଖବର ପାଇ ସହିଦଙ୍କ ଘରଆସି ଶୋକ ସନ୍ତପ୍ତ ପରିବାରକୁ ବହୁ ବନ୍ଧୁ,ପ୍ରିୟଜନ ସମେତ ରାଜନେତା ସରକାରୀ ଅଧୀକାରୀ ବୃନ୍ଧିଜିବୀ ସମବେଦନ ଜଣାଇଛନ୍ତି ପରିବାର ବର୍ଗଙ୍କୁ ୨୫ ଲଷ ଟଙ୍କା ଲେଖାଏଁ ଅନୁମ୍ପାମୂଳକ ସହାୟତାଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଯେ ଲଦାଖ ଗଲଓାନ୍ ରେ ଉପତ୍ୟକରେ ଦେଶ ମାତୃକା ପାଇଁ ସହିଦ ହୋଇଥିବା ୨ ଓଡିଆ ଯବାନକ ବଳିଦାନ ସର୍ବଦା ସ୍ମରଣୀୟ ରହିବ ।

ଶୋକ ସନ୍ତପ୍ତ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶାରୀରିକ ସମ ବେଦନା ଜଣାଇଡଛନ୍ତି । ପରିବାର ର ସମସ୍ତ ଦାୟୀତ୍ୱ ସରକାର ନେବେ ବୋଲି ବାରିଷ୍ଠ ନେତାମନେ ପ୍ରତିଶୃତ ିଦେଇଛନ୍ତି । ବାଲ୍ୟା ନନ୍ଧୁ ଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ବଡ ଚମ୍ପାଉଦା ଗ୍ରାମର ମନୋୠଞ ହାଁସଦା । ତାଙ୍କ ପିଲାବେଳଠୁ ଆରମ୍ଭକରି ତାଙ୍କ ସେନାବାହିନୀରେ ଯୋଗ ଦେବାର ସ୍ମୃତି ମେନେପକାଇ କାନ୍ଦୁଛନ୍ତି । ପିଲାଦିନେ ସୁଖ ଦୁଃଖର ସାଙ୍ଗ ମନୋୠଞ ସେହିପରି ମୟୂରଭଞ୍ଜ ଆଦିବାସୀ ଛାତ୍ରସଂଠନ ମାସା ଆର୍ମୀ ମଧ ନନ୍ଦୁରାମଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ବାଇନା ସାମଗ୍ରୀ ବର୍ଜନ କରିବା ପାଇଁ ଦେଶ ର ଅଦିବାସୀ ମାନେ ଆହ୍ୱନ ଦେଇଛନ୍ତି, ସଂଗଠନ ଆଜି ତାଙ୍କ ଭୂବନେଶ୍ୱର ବିମାନ ବନ୍ଦରରେ ପହଚିବା ପାଇଁ ପରେ ଆମ୍ବୁଲାନସ୍ ଯୋଗେ ବିଜାତଳ ବ୍ଲକ ବଡଚମ୍ପାଉଦା ଗ୍ରାମରେ ତାଙ୍କ ପାଥୀବ ଶରୀର ପହଚିଛି । ଏ ନେଇ ପ୍ରାଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଅଛି । ଗାଁ ମୁଣ୍ଡରେ ନିଜର ପୌତୃକ ଜାଗାରେ ଶେଷ କୃତ ସପୂର୍ଣ୍ଣ ହୋଇଛି । ସକାଳେ ରାଇରଙ୍ଗପୁର ସହର ପରିକ୍ରମା କରିବା ସଙ୍ଗେ ସଙ୍ଗେ ଆସନବଣୀ ଗ୍ରାମ ଦେଇ ନିଜ ଗାଁ ରେ ପହଚଛି୍ି । ଜନସାଧାରଣଙ୍କ ଦର୍ଶନ ପରେ ସଂପୂର୍ଣ୍ଣ ରଷ୍ଟ୍ରିୟ ସମ୍ମାନ ସହ ଏକ ସତର ଜଣିଆ ସୌନିକ ଟିମ୍ ତପସାଲାମି କରିଛନ୍ତି । ଶେଷକୃତ୍ୟ ସମୟରେ ରାଜସ୍ୱ ମନ୍ରୀ ସୁଦାମ ମାର୍ଣ୍ଡି ଏବଂ ସ୍ଥାନିୟ ଗ.ଖ.ଇ ମାନେ ଯୋଗ ଦେଇଛନ୍ତି । ଖବର ପ୍ରଚାରିତ ହେବାପର ଠାରୁ ଉକ୍ତ ଚମ୍ପାଉଡା ଗାଁ ର କାହାରି ଘରେ ଅଦ୍ୟାପି ଚୁଲି ଜଳୁ ନଥିବା ବେଳେ ଦାଣ୍ଡ ପିଣ୍ଡାରେ ଆବାଳ ବୃନ୍ଧ ବସି ଆଖିରେ ଳୁହ ପୋଛି ପୋଛି ନନ୍ଦୁରାମକୁ ଝୁରିହେଉଛନ୍ତି । ଅନ୍ୟପଷରେ ସହିଦ ପରିବାରକୁ ହାତ ବଢାଇ ରାଇରଙ୍ଗପୁର ସନ୍ନିକଟ ଅସନ ବଣି ସ୍ଥିତ କେରଳ ପବ୍ଲିକ୍ ସ୍କୁଲ୍ ତରଫରୁ ବାପା ଛେଉଣ୍ଡ ସହିଦ ନନ୍ଦୁରାମଙ୍କ ତିନି କନ୍ୟା ସନ୍ତାନ ର ପାଠ ପଢା ସମ୍ପୂର୍ଣ୍ଣ ସ୍କୁଲ ତୁଲାଇବ ଏହା ପୁଣି ବିନା ମୂଲ୍ୟରେ ଏବଂ ସହିଦ ସୌନିକ ନାନ୍ଦୁରାମଙ୍କୁ ମନେପକାଇବା ଉଦେଶ୍ୟରେ ପ୍ରତି ବର୍ଷ ସ୍କୁଲ୍ରେ ବାର୍ଷିକ ଉସବ ପାମନ ଅବସରରେ ଏକ ପୁରସ୍କାର ପଖାଯିବାକୁ ସ୍ଥିର ହୋଇଛି ବୋଲି ସ୍କୁଲ୍ କତୃପଷ ଜଣାଇଛନ୍ତି । ରାଇରଙ୍ଗପୁର ବ୍ୟବସାୟୀ ସଂଘତରଫରୁ ଶୁକ୍ରବାର ବଜାର ବନ୍ଦ ରଖାଯାଇଛି
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦା

Related Posts

About The Author

Add Comment