କୋରାପୁଟ, ୨୦/୦୧/୨୦୨୨ (ସନ୍ଧାନ ନିଉଜ) : ସ୍ୱାମୀ ବିବେକାନନ୍ଦ ଲୋକସଂସଦ କୋରାପୁଟ ଜିଲ୍ଲା ବିଚାରଧାର ଶାଖା ଦ୍ୱାରା ଆହୂତ ତ୍ରୟୋଦଶ ଇ-ପାଠଚକ୍ର ରେ ଆଜି ଏଭଳି ମତପ୍ରକାଶ ପାଇଅଛି। ଗୁରବାର ସଂଧ୍ୟା ୭.୦୦-୮.୦୦ ମଧ୍ୟରେ ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ଏହି ସଭାଟି ଅନୁଷ୍ଠିତ ହେଇଥିଲା । ଏଥିରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଲେଖିକା ତଥା ଗବେଷିକା ଡ. ରୁଦ୍ରାଣୀ ମହାନ୍ତି। ସେ ନିଜ ଅଭିଭାଷଣରେ ସାରଳା ମହାଭାରତ, ବିଲଙ୍କା ରାମାୟଣ,ଚଣ୍ତି ପୁରାଣ ତଥା ବିଭିନ୍ନ ଓଡିଆ କୃତ୍ତି ମାନଙ୍କରେ ବୀର ରସ କିଭଳି ପ୍ରତିଫଳିତ ହେଇଛି ତଥା ସାଂପ୍ରତିକ ସମାଜରେ ତାହାର ଉପାଦେୟତା ଆଲୋଚନା କରିଥିଲେ ।ସଭାଧ୍ୟକ୍ଷା ଋପେ ଯୋଗଦେଇଥିଲେ ସେମିଳିଗୁଡା ମହାବିଦ୍ୟାଳର ରାଜନୀତି ବିଭାଗର ମୁଖ୍ୟା ତଥା ସ୍ୱାମୀ ବିବେକାନନ୍ଦ ଲୋକସଂସଦ କୋରାପୁଟର ସମ୍ପାଦିକା ଡ. ଝାନସୀ ସିଂହ ।ଓଡିଶା ତଥା ରାଜ୍ୟବାହାରୁ ଜ୍ଞାନପିପାସୁ ଗଣ ଏହି ଅନ୍ ଲାଇନ୍ ପାଠଚକ୍ରରେ ଯୋଗଦେଇ ଜ୍ଞାନଯଜ୍ଞଟିକୁ ସଫଳ କରେଇଥିଲେ।ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ସୁଶ୍ରୀ ତନୁଶ୍ରୀ ମିଶ୍ର ଏବଂ ବିବେକବାଣୀ ପାଠ କରିଥିଲେ ଅଧ୍ୟାପିକା ସନ୍ଧ୍ୟାରାଣୀ ପାଢି ।
ସଭାକୁ ଯୁବ ସଂସଦ ସଦସ୍ୟ ମନୋରଞ୍ଜନ ପଣ୍ତା ସଂଯୋଜନା କରିଥିବା ସ୍ଥଳେ ସଭା ପରିଚାଳନା ତଥା ଧନ୍ୟବାଦ ଅର୍ପଣ କରିଥିଲେ ସଂସଦର ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଅରୁଣ କୁମାର ତ୍ରିପାଠୀ ।ପ୍ରତିମାସ ୨୦ ତାରିଖରେ କୋରାପୁଟର ବିକାଶ କୁ ନେଇ ଏଭଳି ଆଲୋଚନା ଚକ୍ର ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି ।