ବିସ୍ଥାପିତ ବ୍ୟବସାୟୀଙ୍କୁ ଥଇଥାନ କରାଯିବ : ବିଧାୟକ ଶ୍ରୀ ମଲ୍ଲିକ

Spread the love

ଭଦ୍ରକ: ୧/୭ (ସନ୍ଧାନ ନିୟୁଜ/ରମେଶ ନାୟକ) ଭଦ୍ରକ ସହରରେ ଏବେ ମଧ୍ୟ ଜବରଦଖଲ ଉଛେଦ କାର୍ଯ୍ୟକ୍ରମ ଜାରୀ ରହିଛି । ପୂର୍ବରୁ ଡ଼ାହାଣିଗଡ଼ିଆ ଠାରୁ ବାଇପାସ ଛକ ପର୍ଯ୍ୟନ୍ତ ଉଛେଦ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ, ବର୍ତ୍ତମାନ ମହାତାବଛକ ଠାରୁ ଘୋଷଣାବଜାର ପର୍ଯ୍ୟନ୍ତ ଉଛେଦ ପ୍ରକ୍ରିୟା ଜାରୀ ରହିଛି । ତେବେ ଇତିମଧ୍ୟରେ ମହାତାବ ଷ୍ଟେଚ୍ୟୁ ଠାରୁ ଅପର୍ତ୍ତିବନ୍ଧା ଛକ ପର୍ଯ୍ୟନ୍ତ ୨୪ଟି ପୌରସଂସ୍ଥା ଗୃହ ସମେତ ଶତାଧିକ ଦୋକାନ ଘର ଛେଦ ସରିଛି । ଆସନ୍ତା ୨ଦିନ ମଧ୍ୟରେ ଅପର୍ତ୍ତିବିନ୍ଧା ଛକ ଠାରୁ ଘୋଷଣା ବଜାର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଥବବା ଗୁମୁଟି ଓ ଜବରଦଖଲ କରି ଘର କରିଥବବା ବ୍ୟବସାୟୀଙ୍କୁ ଉଛେଉଦ କରାଯିବ ବୋଲି ସୂଚନା ମିଳିଛି । ତେବେ ବିଧାନସଭା ଅଧିବେଶନରେ ଯୋଗଦେଇ ଗତକାଲି ରାତିରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଭଦ୍ରକରେ ପହଞ୍ଚିବାପରେ ଆଜି ଶତାଧିକ ବିସ୍ଥାପିତ ବ୍ୟବସାୟୀ ତାଙ୍କ ବାସଭନରେ ପହଞ୍ଚି ସେମାନଙ୍କ ଦୁଃଖ ବଖାଣିଥିଲେ । ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପ୍ରଶାସନ ଗ୍ରହଣ କରିଥିବା ଉଛେଦ ଅଭିଯାନ ସ୍ୱାଗତଯୋଗ୍ୟ । କିନ୍ତୁ ବିସ୍ଥାପିତଙ୍କୁ ମଧ୍ୟ ଥଇଥାନ କରିବାକୁ ସେମାନେ ଦାବି କରିଥିଲେ । ତେବେ ଆରଏମସି ମାର୍କେଟ କମ୍ପେ୍ଲକ୍ସ ପରିସରରେ ଖୁବ ଶୀଘ୍ର ୧ଶହ ଦୋକାନ ଗୃହ ନିର୍ମାଣ କରାଯାଇ ବିସ୍ଥାପିତ ବ୍ୟବସାୟୀଙ୍କୁ ସେଠାରେ ଥଇଥାନ କରାଯିବ ବୋଲି ଶ୍ରୀ ମଲ୍ଲିକ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି । ଏଥି ନିମିତ୍ତ ଅର୍ଥ ଯେଗାଡ଼ ସରିଛି ଓ ଏହି ନୂତନ ଗୃହ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କ ନାମ ତାଲିକା ମଧ୍ୟ କରାଯାଇଛି । ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଦେକାନ ଘର ଦିଆଯିବ ବୋଲି ଶ୍ରୀ ମଲ୍ଲିକ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ସହରର ସମସ୍ତ ଜବରଦଖଲ ଉଛେଦ କରାଯାଇ ସରକାରୀ ଜମିରେ ଯୋଜନା ଅନୁଯାୟୀ ନିର୍ମିତ ହେବାକୁ ଥିବା ଦୋକାନ ଘର ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ମଲ୍ଲିକ ସୂଚନା ଦେଇଥିଲେ । ସହରରର କୌଣସି ସ୍ଥାନରେ ବିନାନୁମତିରେ ବେଆଇନ ଭାବେ ଦେକାନ ଘର ନିର୍ମାଣ କରିବାକୁ ଦିଆଯିବନାହିଁ ବୋଲି ସେ କହିଛନ୍ତି । ତେବେ ନିର୍ବାଚନ ସମୟରେ ଭଦ୍ରକକୁ ସ୍ମାର୍ଟ ସିଟିରେ ପରିଣତ କରିବାକୁ ପ୍ରତିଶ୍ରୁତି ଦେଇଥିବା ବିଧାୟକ ଶ୍ରୀ ମଲ୍ଲିକଙ୍କ ବର୍ତ୍ତମାନର ଦୃଷ୍ଟିଭଙ୍ଗୀକୁ ଅଧିକାଂଶ ସ୍ୱାଗତ କରିଥିବାବେଳେ, ଅଦ୍ୟାବଧି ଉଛେଦକୁ ବିରୋଧ କରାଯାଇନଥିବା ଦେଖିବାକୁ ମିଳିଛି । 

Related Posts

About The Author

Add Comment