ସୁନ୍ଦରଗଡ ତା:୦୩/୯/୨୦୨୧( ସନ୍ଧାନ ନିଉଜ/ ରାଜୁପଟେଲ ) କୋଇଲା ଖଣି ଅଧ୍ୟକ୍ଷ ପ୍ରମୋଦ କୁମାର ଅଗ୍ରୱାଲ(ଆଇଏସ )
ଏମସିଏଲ ଗସ୍ତରେ ଆସି ବସୁନ୍ଧରା ଖଣି କ୍ଷେତ୍ର ଓ ମହାଲକ୍ଷ୍ମୀ ଖଣି କ୍ଷେତ୍ର ପରିଦର୍ଶନ କରଛନ୍ତି । ଶ୍ରୀଯୁକ୍ତ ଅଗ୍ରୱାଲ ଉଭୟ କ୍ଷେତ୍ରର ଗର୍ଜନ ବାହାଲ ଖଣି,କୁଳଟା ଖଣି ,ବସୁନ୍ଧରା ଖଣି ପରିଦର୍ଶନ ସହିତ ଉତ୍ପାଦନ,ପରିବହନ,ଖଣି ସୁରକ୍ଷା ବ୍ୟବସ୍ଥା ସହିତ ଅନ୍ୟାନ୍ୟ ଦିଗରେ ଆଲୋକପାତ କରିଥିଲେ । ଏହା ସହିତ ନୂତନ ସରଡେଗା ରେଲୱେ ସାଇଡିଂ ରେ ନୂତନ ସିଏଚପି ଭିତ୍ତି ଭୂମି ସ୍ଥାପନ କରି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ଏହି ଅବସରରେ ଗୋପାଳପୁର ବିସ୍ଥାପିତ କମିଟି ପକ୍ଷରୁ ଅଧ୍ୟକ୍ଷଙ୍କୁ ଭେଟି ବିସ୍ଥାପିତ ଅଂଚଳର କର୍ମନିଯୁକ୍ତିନେଇ ଓ ଏମସିଏଲର ମନମୁଖୀ କାର୍ଯ୍ୟ ନେଇ ଏକ ଦାବିପତ୍ର ଦେଇଥିଲେ । ବିସ୍ଥାପିତଙ୍କ ଅଭିଯୋଗ ଅନୁସାରେ ଏମସିଏଲ କମିଶନଙ୍କ ଆଦେଶ ଅନୁସାରେ କେଶ ନମ୍ବର ୩୮/ ୨୦୧୮ ଓ ୨୪୭/୨୦୧୮ କୁ ସମ୍ପୁର୍ଣରୂପେ ଅବମାନନା କରିଛନ୍ତି । ଏହିକାରଣରୁ ଏମସିଏଲ କୌଣସି ବିସ୍ଥାପିତଙ୍କୁ ଚାକିରୀ ଦେବାରେ ଇଛୁକ ନ ହୋଇ ଜଣ ବିରୋଧୀ ନୀତି ଅବଲମ୍ବନ କରୁ
ଥିବାବାରୁ ବିସ୍ଥାପିତ ଅଂଚଳର ପରିବାରଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହା କାର୍ଯ୍ୟକାରୀ ନ ହେବା ପର୍ଯ୍ୟନ୍ତ ୧୪ ଖଣ୍ଡ ବିସ୍ଥାପିତ ଥିବା ଅଞ୍ଚଳବାସୀ ପ୍ରକଳ୍ପର ଖନନ ଓ ପରିବହନ ବନ୍ଦ ରଖିବାକୁ ଦାବି କରିଛନ୍ତି । ଆଗାମୀ ୧୫ ଦିନ ମଧ୍ୟରେ ଉଚିତ ପଦକ୍ଷେପ ନ ନିଆଗଲେ କାର୍ଯ୍ୟ ବନ୍ଦ କରିବାକୁ ବିସ୍ଥାପିତ କମିଟି ସ୍ଥିର କରିଛି । ଏହି କ୍ରମରର ଖଣିର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
ବିସ୍ଥାପିତ ଅଞ୍ଚଳର ଚାକିରୀ ଦାବିରେ ଏମସିଏଲର ମନମୁଖୀ କାର୍ଯ୍ୟ ଦାବିରେ ଦାବିପତ୍ର ପ୍ରଦାନ
|
September 5, 2021 |



