ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରଜ ଉତ୍ସବ ପାଳିତ !

Spread the love

ଯାଜପୁର, ୧୩/୦୬ (ସନ୍ଧାନ ନିଉଜ) ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ”ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ, ଓଡ଼ିଶା(ବିସିଟି) ପକ୍ଷରୁ ଉତ୍କଳୀୟ ଗଣପର୍ବ ରଜ ବିଭିନ୍ନ ସେବାକାର୍ଯ୍ୟ,ବୃକ୍ଷରୋପଣ ଆଦି କରାଯାଇ ନିଆରା ଢଙ୍ଗରେ ଟ୍ରଷ୍ଟର ବିଭିନ୍ନ ଶାଖା ମାନଙ୍କରେ ପାଳନ କରାଯାଇଛି ! ଆମ ସାହିତ୍ୟ,ସଂକୃତି ଓ ଇତିହାସ ଅମ ପରିଚୟ ଏହି ଉଦେଶ୍ୟରେ ଆମକୁ ବିଭିନ୍ନ ପର୍ବପର୍ବାଣୀକୁ ଆନନ୍ଦ ଉଲ୍ଲାସର ସହ ପଲନକରିବା ସହ ବହୁ ସେଵା କାର୍ଯ୍ୟ କରିବା ପାଇଁ ଟ୍ରଷ୍ଟର ସ୍ୱେଚ୍ଛାସେବୀ ମାନଙ୍କୁ ସମ୍ପାଦକ ସମାଜସେବୀ ପ୍ରିନ୍ସ ନନ୍ଦ ନିଵେଦନ କରିଛନ୍ତି ! ବିଭିନ୍ନ ସେଵା କାର୍ଯ୍ୟରେ ଟ୍ରଷ୍ଟର କର୍ମକର୍ତ୍ତା ଶିକ୍ଷୟତ୍ରୀ ରିତୁ ଦଳାଇ,ବାସନ୍ତୀ ଦେବୀ, ଅଶାନ୍ତି ଦେବୀ,ସୁଧାଂଶୁବାଳା ଦେବୀ,ନନ୍ଦିନୀ ଦେବୀ,ନମି ଖଟୁଆ,ବ୍ରହ୍ମାନନ୍ଦ,ସହ ସମ୍ପାଦକ ସୁରଜ ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ! ଅଧୁନା କରୋନା ମହାମରୀ ବିପକ୍ଷରେ ଆମକୁ ସଚେତନ ରହି ଏହାର ମୁକାବିଲା କରିବା ସହ ପରିବେଶ ସୁରକ୍ଷା,ମାସ୍କ ବଣ୍ଟନ ଓ ବ୍ୟବହାର ଉପରେ ଅଧିକରୁ ଅଧିକ ସଚେତନ କରାଇବାକୁ ଟ୍ରଷ୍ଟ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଇଛି !

Related Posts

About The Author

Add Comment