ବିଶ୍ୱ ହେପାଟାଇଟିସ୍ ଦିବସ ଅବସରେ ଜନ ସଚେତନତା ରଥ ଉଦଘାଟିତ

Spread the love

ମାଲକାନଗିରି, ୨୯/୦୭/୨୦୨୧ (ସନ୍ଧାନ ନିଉଜ) : ମାଲକାନଗିରି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଠାରେ ବିଶ୍ୱହେପାଟାଇଟିସ୍ ଦିବସ ପାଳିତ ହୋଇଯାଇଛି । ଏହି ଅବସରେ ହେପାଟାଇଟିସ୍ ନିୟନ୍ତ୍ରଣ ଜନ ସଚେତନତା ରଥ କୁ ରାଜ୍ୟ ଶିଶୁସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର ଆଶୁତୋଷପାଢି ସବୁଜପତକା ଦେଖାଇ ଉଦଘାଟନ କରିଛନ୍ତି । ଏହି ରଥ ଟିମାଲକାନଗିରି,କାଲିମେଳା,ପଡିଆ, ଚିତ୍ରକୋଣ୍ଡା, କୋରକୁଣ୍ଡା, ଖଇରପୁଟ,ମାଥିଲି ସାତଟି ଯାକବ୍ଲକର ବିଭିନ୍ନ ପଚାଂୟତ ଓ ଗ୍ରାମ ପରିକ୍ରମା କରି ହେପାଟାଇଟିସ୍ ରୋଗର ଲକ୍ଷଣ ଓ ଏହାର ବୃଦ୍ଧି ହେବାଦ୍ୱାରା କଣ ସବୁ ସମସ୍ୟା ସୃଷ୍ଟି ହୁଏ ସେ ସଂପର୍କରେ ଜନ ସଚେତନତାର ବାର୍ତାଦେବା ଆରମ୍ଭ କରିଦେଇଛି । ଜିଲ୍ଲା ଚିକିତ୍ସାଳୟ ପରିସର ସମ୍ମିଳନୀ ଗୃହରେ ବିଶ୍ୱ ହେପାଟାଇଟିସ୍ ଦିବସ ସଂପର୍କରେ ଏକ ବୈଠକର ଆୟୋଜନ କରାଯାଇଥିଲା । ହେପାଟାଇଟିସ୍ ଏକ ଭୟଙ୍କର ରୋଗ ଏହାର ନିୟନ୍ତ୍ରଣ ଯୋଜନା କରିବା ଜରୁରୀ ହୋଇ ପଡିଛିବୋଲି ବୈଠକରେ ଅତିଥି ମାନେ ମତ ଉପସ୍ଥାପନ କରିବା ସହ ଏହି ରୋଗଠାରୁ କିପରି ଦୁରରେ ରହିିବେ ତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ରାଜ୍ୟ ଶିଶୁସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର ରୁଦ୍ରଦାଶ,ଏଡିଏମଓ ମେଡିକାଲ ଡାକ୍ତର ଶିବପ୍ରସାଦ ମହାରଣା,ଡାକ୍ତର ଅନୀଲ କୁମାର ମିଶ୍ର,ଡା.ଶଶିଭୁଷଣ ମହାପାତ୍ର,ଭାରପ୍ରାପ୍ତ ଡିପିଏମ ବନବିହାରୀ ମିଶ୍ର, ଏଡିପିଏଚଓ ଚିତରଜଂନ ସେଠୀ,ଡାକ୍ତରଖାନା ପରିଚାଳକ ଶଶାଙ୍କ ସେଖର ପଣ୍ଡିତ୍ରା,ମନୋଜ ନାୟକ ସହିତ ଅନ୍ୟାନ ଡାକ୍ତର ସ୍ୱାସ୍ଥ୍ୟକର୍ମୀ କୋଭିଡ ନିୟମ ପାଳନକରି ଉପସ୍ଥିତ ଥିଲେ । ମୁଖ୍ୟସେବିକା ଶ୍ରୀମତୀ ଚାମେଲି ମଣ୍ଡଳ,ବରିଷ୍ଟ ସେବିକା ଶ୍ରୀମତୀ ସଜୁଂକ୍ତା ସେଠୀ,ରୁକ୍ମଣୀ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related Posts

About The Author

Add Comment